ସୁବର୍ଣ୍ଣପୁରର ନୂତନ ଜିଲ୍ଲାପାଳଙ୍କୁ ସ୍ଵାଗତ ଓ ପ୍ରାକ୍ତନ ଜିଲ୍ଲାପାଳଙ୍କୁ ବିଦାୟ ସମ୍ବର୍ଦ୍ଧନା

କେବଳ ଯେ ପ୍ରଶାସନିକ ଦକ୍ଷତା ନୁହେଁ, ପ୍ରତି ଲୋକଙ୍କ ହୃଦୟକୁ ଜୟ କରିବା ହେଉଛି ଜଣେ ସଫଳ ପ୍ରଶାସକର ଲକ୍ଷଣ

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଶ୍ରୀ ଗୋପାଳଜୀ ଯୋଗାଳୟଠାରେ ଜ଼ିଲ୍ଲା ପ୍ରଶାସନ ସହ ଓତଃପ୍ରତଃ ଭାବେ ଜଡିତ ଥିବା ଜିଲ୍ଲାର ୨୦ରୁ ଉର୍ଦ୍ଧ୍ଵ ସ୍ବେଛାସେବୀ ଅନୁଷ୍ଠାନର ମିଳିତ ଆନୁକୂଲ୍ୟରେ ସୁବର୍ଣ୍ଣପୁରର ପ୍ରାକ୍ତନ ଜ଼ିଲ୍ଲାପାଳ ତଥା ବର୍ତ୍ତମାନର ଝାରସୁଗୁଡା ଜ଼ିଲ୍ଲାପାଳ ଅବୋଲି ସୁନୀଲ ନାରୱାନେଙ୍କୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିବା ବେଳେ ନୂତନ ଭାବେ ଯୋଗ ଦେଇଥିବା ଜ଼ିଲ୍ଲାପାଳ ତଥା ସଭାର ମୁଖ୍ୟ ଅତିଥି ବିମଳେନ୍ଦୁ ରାୟଙ୍କୁ ସ୍ୱାଗତ କରାଯାଇଥିଲା । ମା ସୁରେଶ୍ୱରୀଙ୍କ ଠାରେ ପ୍ରଥମେ ଦୀପ ପ୍ରଜ୍ବଳନ କରି ସଭା ଆରମ୍ଭ କରାଯାଇଥଲା । ଏଥିରେ ଜ଼ିଲ୍ଲା ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା, ଏଡିଏମ ସୂର୍ଯ୍ୟ ନାରାୟଣ ଦାଶ, ବରିଷ୍ଠ ନାଗରିକ ସଂଘ ସଭାପତି ଡଃ ଜ୍ୟୋତି ରଞ୍ଜନ ବହିଦାର, ଜ଼ିଲ୍ଲା କ୍ରୀଡା ଅଧିକାରୀ ଅଭିଳାଷ ପୁରୋହିତ ଯୋଗ ଦେଇ ଜ଼ିଲ୍ଲା ପ୍ରଶାସନ ଦ୍ୱାରା ଗଠିତ ଏହି ସାମାଜିକ ସଂଗଠନ ଗ୍ରୁପର ଏକତା ଓ ସାମାଜିକ କାର୍ଯ୍ୟକୁ ପ୍ରଶଂସା କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଡଃ ଜ୍ୟୋତି ରଞ୍ଜନ ବହିଦାର ସଭାରେ ସଭାପତିତ୍ୱ କରିଥିବା ବେଳେ କ୍ରୀଡା ଅଧିକାରୀ ଅଭିଳାଷ ପୁରୋହିତ ବିଭିନ୍ନ ସଂଗଠନକୁ ନେଇ ଗଠିତ ଏହି ସୋସିଆଲ ଗ୍ରୁପର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଉପରେ ଆଲୋକପାତ କରିଥିଲେ । ସଭାକୁ ସାମ୍ବାଦିକ ମନୋରଞ୍ଜନ ତ୍ରିପାଠୀ ଓ ସୋନପୁର କଲେଜ ଏନସିସି ଲେଫ୍ଟନେଣ୍ଟ ଆଶିଷ ଆଗ୍ରୱାଲ ସଂଯୋଜନା କରିଥିବା ବେଳେ ଶିକ୍ଷାବିଦ ପ୍ରଦୀପ ପୁରୋହିତ ସ୍ୱାଗତ ଭାଷଣ ଦେଇ କହିଥିଲେ ଯେ, ସୁବର୍ଣ୍ଣପୁରର ପ୍ରାକ୍ତନ ଜ଼ିଲ୍ଲାପାଳଙ୍କ କାର୍ଯ୍ୟକାଳ ସ୍ୱଳ୍ପ ହେଲେ ମଧ୍ୟ ଜ଼ିଲ୍ଲାବାସୀଙ୍କ ପାଇଁ ସ୍ମରଣୀୟ ହୋଇ ରହିବ । ଏବଂ ଜ଼ିଲ୍ଲାର ଗଠନ ମୂଳକ କାର୍ଯ୍ୟରେ ସମସ୍ତ ସାମାଜିକ ସଂଗଠନ ସହଯୋଗ କରିବାକୁ ପ୍ରଶାସନକୁ ପ୍ରତିଶୁତି ଦେଇଥିଲେ । ସମ୍ବର୍ଦ୍ଧନାର ପ୍ରତି ଉତ୍ତରରେ ମାଡାମ ନାରୱାନେ ଭାବ ପ୍ରବଣ ହୋଇ ତାଙ୍କ ଜ଼ିଲ୍ଲାପାଳ କ୍ୟାରିଅରରେ ଏ ପବିତ୍ର ପୀଠକୁ କେବେ ଭୁଲି ପାରିବେନି ବୋଲି କହିଥିଲେ । ନୂତନ ଜ଼ିଲ୍ଲାପାଳ ବିମଳେନ୍ଦୁ ରାୟ ସମସ୍ତଙ୍କ ସହଯୋଗରେ ଜ଼ିଲ୍ଲାର ବିକାଶ ଓ ମାଡାମ ନରୱାନେଙ୍କ ଅସମ୍ପୂର୍ଣ କାର୍ଯ୍ୟକୁ ସଫଳ ରୂପାୟନ କରିବାକୁ କହିଥିଲେ ଏବଂ ବ୍ୟକ୍ତି ଗତ ପାଇଁ ନୁହେଁ ଜ଼ିଲ୍ଲାର ସାମଗ୍ରିଜ ବିକାଶ ପାଇଁ ଆପଣ ମାନଙ୍କ ଗଠନ ମୂଳକ ପରାମର୍ଶ ଏକାନ୍ତ କାମ୍ୟ ବୋଲି କହିଥିଲେ ।

Udyog Nursery
Udyogi Nursery

ସଭାରେ ଗୋପାଳଜୀ ଯୋଗଳୟ, ସ୍ୱଚ୍ଛ ଭାରତ ସଂଗଠନ, ବରିଷ୍ଠ ନାଗରିକ ସଂଘ, ସୋନପୁର କଲେଜ ଏନସିସି, ଯଶୋଦା ଦେଵୀ ନର୍ସିଙ୍ଗ କଲେଜ, ବିଜୁ ପଟ୍ଟନାୟକ ମହିଳା ମହାବିଦ୍ୟାଳୟ, ଓଡିଶା ସାମ୍ବାଦିକ ସଂଘ ସୋନପୁର ଶାଖା, ବୁଢାରଜା ୟୁଥ କ୍ଲବ, ପ୍ରଗତି କ୍ଲବ, ମାରୱାଡି ଯୁବମଞ୍ଚ, ବ୍ୟବସାୟୀ ସଂଘ, ଜ଼ିଲ୍ଲା ରକ୍ତ ଦାତା ସଂଘ, ପତଞ୍ଜଳି ଯୋଗ ସମିତି, ଜ଼ିଲ୍ଲା କେମିଷ୍ଟ ଡ୍ରଗିଷ୍ଟ ଏସୋସିଏସନ, ସୁବର୍ଣ୍ଣ ନାରୀ ଜାଗରଣ କେନ୍ଦ୍ର, ଜ଼ିଲ୍ଲା ସାମ୍ବାଦିକ ସଂଘ, ଭାରତୀୟ କିସାନ ସଂଘ, ଅବସର ପ୍ରାପ୍ତ ଉତ୍କଳ କର୍ମଚାରୀ ସଂଘ, ସ୍କୁଲ ପିଇଟି ସଂଘ, ସ୍ବିମିଙ୍ଗ ଏସୋସିଏସନ, ବ୍ୟାଡ଼ ମିଣ୍ଟନ ସଂଘ, ଇନଫିନିଟି କ୍ଲବ, ବସ ଟ୍ରକ ଏସୋସିଏସନ, ଜୁଡୁ କରାଟେ ପ୍ରମୁଖ ଅଗ୍ରଣୀ ସ୍ବେଛାସେବୀ ସଂଗଠନର ପ୍ରମୁଖ କର୍ମକର୍ତ୍ତା ଯୋଗ ଦେଇ ସୁ ଚିନ୍ତିତ ମତ ରଖିଥିଲେ । ଶେଷରେ ପଏଁରୀ ଅନୁଷ୍ଠାନ ସମ୍ପାଦକ ଚୌଧିରୀ ବିଭାର ଧନ୍ୟବାଦ ଅର୍ପଣ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.