ଏନ୍ଏସି ମାସିକ ବୈଠକରେ ଅଧ୍ୟକ୍ଷ ଓ କାଉନସିଲର କଥା କଟା କଟି: ଉଭୟ ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ

 • ମୋତେ ଜୀବନରୁ ମାରିଦେବା ପାଇଁ ଧମକ ଦେଇଛନ୍ତି କାଉନସିଲର -ଏନ୍ଏସି ଅଧ୍ୟକ୍ଷ

• ମୋତେ ଚପଳ ଦେଖାଇଲେ ଏନ୍ଏସି ଅଧ୍ୟକ୍ଷ -କାଉନସିଲର

ଓଡ଼ିଆ ବାର୍ତ୍ତା/ କେସିଙ୍ଗା (ମଧୁସୂଦନ ଠାକୁର): କଳାହାଣ୍ଡି ଜିଲ୍ଲା କେସିଙ୍ଗା ଏନ୍ଏସିରେ ମାସିକ ବୈଠକ ଅନୁଷ୍ଠିତ ହୋଇ ସହରର ବିଭିନ୍ନ ସମସ୍ୟା ଓ ଆରମ୍ଭ କରାଯାଉ ଥିବା ଉନ୍ନତି ମୂଳକ ପଦକ୍ଷେପ ଉପରେ ଆଲୋଚନା କରାଯାଇଥିଲା।କେସିଙ୍ଗା ଏନ୍ଏସି ଓଡ଼ିଶାର ପୁରୁଣା ଏନ୍ଏସି ମଧ୍ୟରୁ ଅନ୍ୟତମ ଏହା ୧୯୬୫ ମସିହାରୁ କାଯ୍ୟକ୍ଷମ ହୋଇ ଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସଲଟର ହାଉସ (କଂସାଇଖାନା) ଗୋଟିଏ ନାହିଁ ଯାହାରି ଫଳରେ ରାସ୍ତା କଡ଼ରେ ମାଛ ମାଂସ ବିକ୍ରି ହେଉଥିବା ଦେଖାଯାଉଛି। ବିଭିନ୍ନ ସମୟରେ ସ୍ଥାନୀୟ ଜନସାଧାରଣ ଏନ୍ଏସିକୁ ଯାଇ ମାଛ ମାଂସ ଦୋକାନ ଅନ୍ୟତ୍ର ସ୍ଥାନାନ୍ତର କରିବା ପାଇଁ ଅଭିଯୋଗ ହେଉଥିବା ନଜରକୁ ଆସିଛି। ସେହି ଅଭିଯୋଗ ଗୁଡ଼ିକ ଉପରେ ଅନୁଧ୍ୟାନ କରି ୩୫ ଲକ୍ଷ ଟଙ୍କାରେ ଏକ ସଲଟର ହାଉସ ନିର୍ମାଣ ପାଇଁ ଟେଣ୍ଡର ଡକା ଯାଇ ନିର୍ମାଣ ପାଇଁ ଟେଣ୍ଡର ଦିଆ ଯାଇଥିଲା। କିନ୍ତୁ ୱାର୍ଡ ନଂ ୩ର କଂଗ୍ରେସ କାଉନସିଲର ରୋହିତ ଜୈନ୍ ସଲଟର ହାଉସକୁ ବିରୋଧ କରି ଥିଲେ ଓ ଏହି ୩୫ ଲକ୍ଷ ଟଙ୍କାକୁ ଅନ୍ୟ ବିକାଶ ମୂଳକ କାମରେ ଲଗାଯାଉ ବୋଲି ଯୁକ୍ତି ବାଢ଼ି ଥିଲେ। ଏହି ବିଷୟ ଉପରେ ଅଧ୍ୟକ୍ଷ ଓ କଂଗ୍ରେସ କାଉନସିଲର୍ ମଧ୍ୟରେ କଥା କଟା କଟି ଦେଖାଯାଇ ଥିଲା। ପରେ କାଉନସିଲର ରୋହିତ ଜୈନ୍ ମୋତେ ଅଧ୍ୟକ୍ଷ ନୃପରାଜ୍ ଯାଦବ ଚପଳ ଉଠାଇ ମାରିବା ପାଇଁ ଉଦ୍ୟମ କରିଥିଲେ ବୋଲି କେସିଙ୍ଗା ଥାନାରେ ଲିଖିତ ଅଭିଯୋଗ କରିଥିବା ବେଳେ ଅଧ୍ୟକ୍ଷ ନୃପରାଜ ଯାଦବ ଓ ଉପାଧ୍ୟକ୍ଷ ସରସ୍ବତୀ ସାହାଙ୍କ ସମେତ ବିଜେଡିର ସମସ୍ତ କାଉନସିଲର କେସିଙ୍ଗା ଥାନା ଯାଇ ମୋତେ ରୋହିତ ଜୈନ ଜୀବନରୁ ମାରିଦେବା ପାଇଁ ଧମକ ଦେଇଛନ୍ତି ଓ ଏନ୍ଏସିର ବିଭିନ୍ନ ଉନ୍ନତି ମୂଳକ କାମରେ ବିଭିନ୍ନ ସମୟରେ ବାଧା ଦେଉଛନ୍ତି ବୋଲି ଏନ୍ଏସି ଅଧ୍ୟକ୍ଷ ଓଲଟା ଲିଖିତ ଅଭିଯୋଗ କରିଥିବା ଜଣାପଡିଛି। ଏହି ବିଷୟ ଉପରେ ଆମେ ସମସ୍ତ କାଉନସିଲରଙ୍କୁ ଯୋଗା ଯୋଗ କରି ଘଟଣାର ସତ୍ୟତା ଉପରେ ପଚାରିବାରୁ ସମସ୍ତ କାଉନସିଲର ୱାର୍ଡ ନଂ ୩ ର କାଉନସିଲର ଉପରେ ଦୋଷାରୋପ କରି ଅଧ୍ୟକ୍ଷଙ୍କୁ କ୍ଲିନ୍ ଚିଟ ଦେଇଥିଲେ।କିନ୍ତୁ ଆଉ ଜଣେ ବିଜେପି କାଉନସିଲର ଧରଣୀ ଧର ନାଏକଙ୍କ ସହିତ ଯୋଗାଯୋଗ ହୋଇ ପାରି ନ ଥିବାରୁ ତାଙ୍କ ପ୍ରତିକ୍ରିୟା ମିଳିପାରି ନଥିଲା।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.