କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେଲା ହୀରୋ ଇଣ୍ଟରକଣ୍ଟିନେଣ୍ଟାଲ କପ ୨୦୨୩

ଭାରତର ଫୁଟବଲ ହବ ହେବାପାଇଁ ଓଡିଶାର ଚେଷ୍ଟା ଜାରୀ ରହିବ -ମୁଖ୍ୟମନ୍ତ୍ରୀ 

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ  ଏକ ବର୍ଣ୍ଣାଢ଼୍ୟ ପରିବେଶରେ ଇଣ୍ଟରକଣ୍ଟିନେଣ୍ଟାଲ ଫୁଟବଲ କପ ଆରମ୍ଭ ହୋଇଯାଇଛି । ପ୍ରଥମ ଥର ପାଇଁ ଜାତୀୟ ଫୁଟବଲ ଟିମ ଓଡିଶାରେ ମ୍ୟାଚ ଖେଳିବାକୁ ଯାଉଛି । ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଅବସରରେ ଭାରତ ଏବଂ ମଙ୍ଗୋଲିଆ ଟିମର ଖେଳାଳିମାନଙ୍କୁ ସାକ୍ଷାତ କରିଥିଲେ । ଏଆଇଏଫଏଫ ସଭାପତି କଲ୍ୟାଣ ଚୌବେ ଓ ସେକ୍ରେଟାରୀ ଜେନେରାଲ ଶଜି ପ୍ରଭାକରନ ମଧ୍ୟ ଏହି ଅବସରରେ ଉପସ୍ଥିତ ଥିଲେ । ଓଡିଶାରେ ପୁନର୍ବାର ଆଉ ଏକ ଫୁଟବଲ ଟୁର୍ଣ୍ଣାମେଂଟ ଆୟୋଜିତ ହେଉଥିବାରୁ ମୁଁ ବ୍ୟକ୍ତିଗତ ଭାବେ ଖୁସି ଅଛି । ଭାରତର ଫୁଟବଲ ହବ ହେବାପାଇଁ ଓଡିଶାର ଚେଷ୍ଟା ଜାରୀ ରହିବ ବୋଲି ସେ କହିଛନ୍ତି । ଓଡିଶାର ଉଦୀୟମାନ ଫୁଟବଲରମାନେ ଏ ଭଳି ଆନ୍ତର୍ଜାତୀୟ ଟୁର୍ଣ୍ଣାମେଂଟ ମାଧ୍ୟମରେ ବହୁତ କିଛି ଶିକ୍ଷା ଲାଭ କରିପାରିବେ ବୋଲି କହିଛନ୍ତି । ଏଆଇଏଫଏଫ ସଭାପତିଙ୍କ ମୂଖ୍ୟମନ୍ତ୍ରୀ ଫୁଟବଲର ବିକାଶ ପାଇଁ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇଦେବେ ବୋଲି ଆଶ୍ୱସନା ଦେଇଥିଲେ । ସୂଚନାଯୋଗ୍ୟ, ଓଡିଶାରେ ୧୭ ବର୍ଷରୁ କମ ଫିଫା ମହିଳା ବିଶ୍ୱକପ, ଆଇଏସଏଲ, ଆଇଡବ୍ଲ୍ୟୁଏଲ, ସୁପରକପ ପରି ଟୁର୍ଣ୍ଣାମେଂଟ ସଫଳତାର ସହ ଆୟୋଜିତ ହୋଇସାରିଛି । ଓଡିଶା ସରକାରଙ୍କ ଯୋଗଦାନ ଏଥିପ୍ରତି ଗୁରୁତ୍ୱପୂର୍ଣ୍ଣ ରହିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.