ଝିଅର ବାପା ଥାନାରେ କଲେ ଲିଖିତ ଅଭିଯୋଗ
ଓଡ଼ିଆ ବାର୍ତ୍ତା/ କନ୍ଧମାଳ (ସଞ୍ଜୟ କୁମାର ପାଣିଗ୍ରାହୀ): ସମଗ୍ର ରାଜ୍ୟରେ ଦିନକୁ ଦିନ ନାରୀ ନିର୍ଯାତନା ବଢ଼ିବାରେ ଲାଗିଛି |ଏ ଭଳି ଏକ ଘଟଣା ଭିତରେ ଘରର ବୋହୁ ପରିବାରର ନିର୍ଯ୍ୟାତନା ସହି ନ ପାରି କୁଆଡ଼େ ଫେରାର ହୋଇଯାଇଥିବା ନେଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଝିଅର ବାପା । ଝିଅର ବାପା ବାଲୁଙ୍କେଶ୍ୱର ବେହେରାଙ୍କ କହିବା ଅନୁସାରେ ବାଲିଗୁଡ଼ା ଥାନା ଜକିସାହି ଠାରେ ହରିହର ଡାକୁଆଙ୍କ ଘରେ ତାଙ୍କ ଝିଅ ଅଞ୍ଜନା ବେହେରା ଆଜିକୁ ଚାରି ବର୍ଷ ହେଲା ବିବାହ କରିଥିଲା | ବିବାହ ହେବାର ଏକ ବର୍ଷ ପରେ ମୋ ଝିଅକୁ ଶାରୀରିକ ମାନସିକ ନିର୍ଯ୍ୟାତନା ଦେଇ ଆସୁଥିଲେ । ଗତ ତା: ୬ /୬ /୨୩ ରିଖ ଦିନ ମୋ ସ୍ବାମୀ, ଶଶୁର ଓ ପରିବାର ଲୋକ ଏକତ୍ରିତ ହୋଇ ମୋତେ ରକ୍ତାକ୍ତ ମାଡ଼ ମାରିଥିଲେ ଓ ପୁଅକୁ ମୋ କୋଳରୁ ଛଡ଼େଇନେଇ ଘରୁ ତଡି ଦେଇଥିଲେ ବୋଲି ଏ ଖବର ଝିଅ ବାପାଙ୍କୁ ଜଣାଇଥିଲେ l ଖବର ପାଇ ସଙ୍ଗେ ସଙ୍ଗେ ବାପା ଆସି ଝିଅକୁ ଖୋଜିଥିଲେ କିନ୍ତୁ ଝିଅକୁ ନ ପାଇବାରୁ ବାଲିଗୁଡ଼ା ଥାନାରେ ଲିଖିତ ଅଭିଯୋଗ କରିଥିଲେ | ଅଭିଯୋଗକୁ ଭିତ୍ତି କରି ବାଲିଗୁଡ଼ା ଥାନା ଭାରପ୍ରାପ୍ତ ଅଧିକାରୀ ବାବା ଶଙ୍କର ସରାଫ ମିସିଙ୍ଗ କେଶ ନଂ. ୨୩/୨୩ ରେ ଏକ ମାମଲା ରୁଜୁ କରି ତଦନ୍ତ ଅବ୍ୟାହତ ରଖିଥିବା କହିଛନ୍ତି l