ମୀରା ରୋଡ ହତ୍ୟା ମାମଲା; ସରସ୍ୱତୀ ଆତ୍ମହତ୍ୟା କରିଛି କହିଲା ଅଭିଯୁକ୍ତ

ଓଡ଼ିଆ ବାର୍ତ୍ତା/ ମୁମ୍ବାଇ: ମୁମ୍ବାଇର ମୀରା ରୋଡରେ ଲିଭ-ଇନ ପାର୍ଟନରକୁ ହତ୍ୟା ମାମଲାରେ ଗିରଫ ଅଭିଯୁକ୍ତ ପୋଲିସକୁ ଦେଇଛି ବୟାନ। ଅଭିଯୁକ୍ତ ମନୋଜ ସାନେ କହିଛି ଯେ ମୃତ ସରସ୍ୱତୀ ବୈଦ୍ୟ ଆତ୍ମହତ୍ୟା କରିଥିଲେ ଏବଂ ସେ ତାଙ୍କୁ ତାଙ୍କର ଝିଅ ବୋଲି ଭାବିଥିଲେ। ସେ ସରସ୍ୱତୀଙ୍କୁ ହତ୍ୟା କରିନାହିଁ ବୋଲି କହୁଛି ଅଭିଯୁକ୍ତ। ତେବେ ପୋଲିସ କହିଛି ଯେ ଅଭିଯୁକ୍ତର କୌଣସି କଥାକୁ ବିଶ୍ୱାସ କରାଯାଇପାରିବ ନାହିଁ। କାରଣ ଅପରାଧୀମାନେ ଖସିଯିବା ପାଇଁ ସାଧାରଣତଃ ଏପରି କାହାଣୀ ତିଆରି କରନ୍ତି। ମହାରାଷ୍ଟ୍ରର ଥାନେ ଜିଲ୍ଲାର ମୀରା ରୋଡସ୍ଥିତ ଏକ ଫ୍ଲାଟରୁ ସରସ୍ୱତୀଙ୍କ ମୃତଦେହ ଉଦ୍ଧାର କରାଯିବା ପରେ ଅଭିଯୁକ୍ତକୁ ଗିରଫ କରିଥିଲା ପୋଲିସ। ବର୍ତ୍ତମାନ କୋର୍ଟ ଅଭିଯୁକ୍ତକୁ ଜୁନ୍ ୧୬ ପର୍ଯ୍ୟନ୍ତ ପୋଲିସ ରିମାଣ୍ଡରେ ପଠାଇଛନ୍ତି। ସୂଚନା ଥାଉକି ହତ୍ୟାକାଣ୍ଡର ଶିକାର ହୋଇଥିବା ସରସ୍ୱତୀ ବୈଦ୍ୟ ଅଭିଯୁକ୍ତ ମନୋଜକୁ ୨୦୧୪ ମସିହାରେ ଭେଟିଥିଲେ। ୩ ବର୍ଷ ହେବ ଗୀତା ନଗର ଫେଜ୍‌ ୭ରେ ଥିବା ଗୀତା ଆକାଶ ଦୀପ ବିଲ୍‌ଡିଙ୍ଗ୍‌ର ୭୦୪ ନମ୍ବର ଫ୍ଲାଟ୍‌ରେ ଅଭିଯୁକ୍ତ ୫୬ ବର୍ଷୀୟ ମନୋଜ ସାନେ ୩୬ ବର୍ଷୀୟ ସରସ୍ୱତୀ ବୈଦ୍ୟଙ୍କ ସହ ଲିଭ୍‌-ଇନରେ ରହୁଥିଲେ। ପୋଲିସ କହିଛି ଯେ ଘଟଣା ସମ୍ପର୍କରେ ପଡୋଶୀଙ୍କଠାରୁ ଖବର ପାଇବା ପରେ ଫ୍ଲାଟକୁ ପହଞ୍ଚିଥିଲା। ଏଠାରେ ପହଞ୍ଚିବା ପରେ ଭୟଙ୍କର ଦୃଶ୍ୟ ଦେଖିବାକୁ ମିଳିଥିଲା। ଗଛକଟା କରତରେ ମୃତଦେହକୁ ଖଣ୍ଡ ଖଣ୍ଡ କରାଯାଇଥିବା ବେଳେ ଲିଭ୍‌-ଇନ୍‌ ପାର୍ଟନର୍‌ଙ୍କ ଦେହାଂଶକୁ ଅଭିଯୁକ୍ତ ପ୍ରେସର କୁକର୍‌ରେ ସିଝାଇ ଥିଲା। ପ୍ରମାଣ ଲୁଚାଇବାକୁ ମନୋଜ ଏହା କରିଥିବାର ପୋଲିସ ସନ୍ଦେହ କରୁଛି। ସେପଟେ ମୃତ ସରସ୍ୱତୀ ବୈଦ୍ୟ ଜଣେ ଅନାଥ ଥିଲେ। ସରସ୍ୱତୀ ବୈଦ୍ୟ ଅହମ୍ମଦ ନଗରର ଜାନକବାଇ ଆପ୍ଟେ ବାଳିକା ଆଶ୍ରମରେ ଅଧ୍ୟୟନ କରିଥିଲେ। ସେ ସେଠାରେ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.