ବଡ଼ଧାରପୁର ପଞ୍ଚାୟତ ସ୍ତରୀୟ ନୂତନ ଆଦିବାସୀ ସଂଘ ଗଠନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅନ୍ତର୍ଗତ ବଡ଼ଧାରପୁର ଆମ୍ବତୋଟା ଠାରେ ଆଜି ବଡଧାରପୁର ପଞ୍ଚାୟତ ସ୍ତରୀୟ ନୂତନ ଆଦିବାସୀ ସଂଘ ଗଠିତ ହୋଇଯାଇଛି । ପୂର୍ବତନ ନର୍ଲା ବ୍ଳକ ଆଦିବାସୀ ସଂଘ ସଭାପତି ରଣଜିତ ମାଝୀଙ୍କ ଆବାହକତ୍ବରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଅତିଥି ଭାବେ ନର୍ଲା ବ୍ଲକ ଆଦିବାସୀ ସଂଘ ସଭାପତି ତଥା ସ୍ଥାନୀୟ ଜିଲ୍ଲା ପରିଷଦ ସଦସ୍ୟ ହରିଶଙ୍କର ମାଝୀ, କଳାହାଣ୍ଡି ଜିଲ୍ଲା ଆଦିବାସୀ ସଂଘ ଉପସଭାପତି କୁଳମଣି ମାଝୀ ପ୍ରମୁଖ ଉପସ୍ଥିତ ରହି ସଂଘକୁ ଆହୁରି ମଜଭୂତ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ । ଏହି ଅବସରରେ ବଡଧାରପୁର ପଞ୍ଚାୟତ ସ୍ତରୀୟ ଆଦିବାସୀ ସଂଘ ସଭାପତି ଭାବେ ବ୍ରଜ ମାଝୀ, ଉପସଭାପତି ଭାବେ ମଧୁସୂଦନ ମାଝୀ, ସାଧାରଣ ସମ୍ପାଦକ ଭାବେ ବିନୋଦ ମାଝୀ ଓ କୋଷାଧ୍ୟକ୍ଷ ଭାବେ ପୂର୍ଣ୍ଣଚନ୍ଦ୍ର ମାଝୀ ମନୋନୀତ ହୋଇଥିଲେ । ଏହାସହ ଉପଦେଷ୍ଟା ମଣ୍ଡଳୀରେ ୫ଜଣ ଓ ପରିଚାଳନା କମିଟିରେ ୧୦ଜଣ ସଦସ୍ୟ ମନୋନୀତ ହୋଇଛନ୍ତି । ବୈଠକରେ ଚନ୍ଦ୍ରଭାନୁ ମାଝୀ, କୂଳମଣି ମାଝୀ, ପୁରନ ମାଝୀ, ସନ୍ଧ୍ୟା ମାଝୀ, ପ୍ରେମାନନ୍ଦ ମାଝୀ, ଧନୁର୍ଯ୍ୟ ମାଝୀ, ମକରଧ୍ବଜ ମାଝୀ, ରାମଚନ୍ଦ୍ର ମାଝୀ, ଯୋଗେଶ୍ୱର ମାଝୀଙ୍କ ସମେତ ଖାଇଙ୍ଗ, ଟିକ୍ରାପଡା, ରାତୁଲ, ବଡ଼ ଧାରପୁର, ସାନ ଧାରପୁର, ସାପଦୋହନୀ, ପାଜିଦୋହନୀ ଓ ଧୃକୁଟି ଆଦି ଗ୍ରାମର ଅନେକ ଆଦିବାସୀ ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ ।

Omkar Vasthu
Omkar Vasthu

 

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.