ଅଗ୍ରଣୀ ଚାଷୀ ଓ ସିଆରପିଙ୍କ ଦୁଇ ଦିନିଆ ତାଲିମ ଶିବିର

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ଭାନପୁର ଗ୍ରାମ ପଞ୍ଚାୟତ ର ବାଲିପଡା ରେ ରହିଥିବା ସ୍ବେଛାସେବୀ ସଂସ୍ଥା ସହଭାଗୀ ବିକାଶ ଅଭିଯାନ ରେ ଗତ ଶୁକ୍ରବାର ଓ ଶନିବାର ଦୁଇଦିନ ଧରି ନର୍ଲା ଅଞ୍ଚଳର ଅଗ୍ରଣୀ ଚାଷୀ ଓ ଅନୁଷ୍ଠାନ ର ସିଆରପି ମାନଙ୍କୁ ନେଇ ମିଲେଟ ମିଶନ ଯୋଜନାରେ ଚାଲିଥିବା ତାଲିମ ଶିବିର ସମ୍ପନ୍ନ ହୋଇଯାଇଛି । ସହଭାଗୀ ବିକାଶ ଅଭିଯାନ ର ପରିଚାଳକ ସୁକାନ୍ତ କୁମାର ଚାନ୍ଦଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ତାଲିମ ଶିବିର ଅନୁଷ୍ଠିତ ହୋଇଥିଲା । ସହଭାଗୀ ବିକାଶ ଅଭିଯାନର ସିଆରପି ଫାଲ୍ଗୁନି ଭୋଇ, ଝଟକେଶ୍ବର ସେଠୀ, ଥବିର ଯାନୀ, ଗୋପୀନାଥ ବିଶ୍ଵାଳ, ମଧୁସୂଦନ ମାଝୀ, ଏକାଉଣ୍ଟାଣ୍ଟ ଓମ ପ୍ରକାଶ ମାଝୀ, ଖେତୁପଡ଼ା, ରାତୁଲ, ବଡଧାରପୁର, ବୋରିଂପଦର ପ୍ରଭୃତି ଗ୍ରାମର ଚାଷୀ ଏହି ମିଲେଟ ମିଶନ ତାଲିମ ଶିବିରରେ ଯୋଗଦାନ କରି ମାଣ୍ଡିଆ ଚାଷ ର ବିଭିନ୍ନ ପଦ୍ଧତି ବିଷୟରେ ତାଲିମ ନେଇଥିଲେ । ସହଭାଗୀ ବିକାଶ ଅଭିଯାନ ସ୍ବେଛାସେବୀ ସଂସ୍ଥା ର ପରିଚାଳକ ସୁକାନ୍ତ ଚାନ୍ଦ, ସହ ପରିଚାଳକ ଥବିର ସାହୁ ଶିବିରରେ ଉପସ୍ଥିତ ଚାଷୀ ଓ ସିଆରପି ମାନଙ୍କୁ ମାଣ୍ଡିଆ ଚାଷର ପ୍ରଣାଳୀ, ପଦ୍ଧତି ବିଷୟରେ ବିସ୍ତୃତ ଭାବରେ ବୁଝାଇବା ସହ ଏହାର ବଜାରଦର, ଏହା କେତେ ଲାଭକାରୀ ଫସଲ, କପାଚାଷ ତୁଳନାରେ ଏଥିରେ ଚାଷୀ ସ୍ୱଳ୍ପ ଖର୍ଚରେ କେମିତି ଲାଭବାନ ହୋଇପାରିବେ ସେ ବିଷୟରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଏହି ଦୁଇ ଦିନିଆ ତାଲିମ ଶିବିରରେ ରିସୋର୍ସ ପାର୍ଶନ ଭାବରେ ଭାନପୁର ଗ୍ରାମ୍ୟ କୃଷି କର୍ମଚାରୀ ଜ୍ୟୋତ୍ସ୍ନା ମହାପାତ୍ର ଉପସ୍ଥିତ ରହି ମିଲେଟ ମିଶନ ଯୋଜନାରେ କୃଷି ବିଭାଗ ତରଫରୁ ସରକାରଙ୍କ କଣ ସବୁ ସ୍କିମ ରହିଛି ସେ ବିଷୟରେ ବୁଝାଇବା ସହ ମାଣ୍ଡିଆ ଇ ଧାନଚାଷ ପାଇଁ ବିହନ ବିଶୋଧନ ପ୍ରକ୍ରିୟା, ତଳିଘରା ପାଇଁ ବେଡ଼ ପ୍ରସ୍ତୁତି ସମ୍ପର୍କରେ ବୁଝାଇଥିଲେ । ଏଠାରେ ପ୍ରକାଶ ଯୋଗ୍ୟ ଯେ ନର୍ଲା ବ୍ଲକ ଅଞ୍ଚଳରେ ଚାଷୀଙ୍କ ପାଇଁ କାର୍ଯ୍ୟରତ ସ୍ବେଛାସେବୀ ଅନୁଷ୍ଠାନ ସହଭାଗୀ ବିକାଶ ଅଭିଯାନ ଗତ ୬ ବର୍ଷ ହେଲା କ୍ଷୁଦ୍ର ଶସ୍ୟ ଜାତୀୟ ଚାଷ ର ପୁନଃ ପ୍ରଚଳନ ଓ ଚାଷୀଙ୍କ ମଧ୍ୟରେ ଏଥିପ୍ରତି ଆଗ୍ରହ ସୃଷ୍ଟି କରିବା ଦିଗରେ କାର୍ଯ୍ୟ କରିଆସୁଛି । ଏବଂ ଏଥିରେ ସଫଳ ମଧ୍ୟ ହୋଇପାରିଥିବା ଅଞ୍ଚଳର ଚାଷୀ ମହଲରେ ଆଲୋଚନା ହେଉଛି । ବାସ୍ତବିକ ଗତ ୫ ବର୍ଷ ମଧ୍ୟରେ ନର୍ଲା ବ୍ଲକ ଅଞ୍ଚଳରେ ମାଣ୍ଡିଆ ଚାଷର ବହୁଳ ଭାବରେ କରି ଚାଷୀ ଆର୍ଥିକ ସବଳ ହୋଇପାରିଛନ୍ତି । ଏବେ ନର୍ଲା ଅଞ୍ଚଳରେ ସ୍ଥାନେ ସ୍ଥାନେ ମିଲେଟ ଟିଫିନ ଷ୍ଟଲ ଗୁଡିକ ସ୍ୱୟଂ ସହାୟକ ଗୋଷ୍ଠୀ ମାନେ ଖୋଲିଥିବା ଦୃଶ୍ୟମାନ ହେଉଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.