ଟେଷ୍ଟ କ୍ରିକେଟରେ ଚଳିତ ଶତାବ୍ଦୀର ସବୁଠାରୁ ବୃହତ ବିଜୟ ହାସଲ କଲା ବାଂଲାଦେଶ

ଓଡ଼ିଆ ବାର୍ତ୍ତା/ ଢ଼ାକା: ଏଠାରେ ଅନୁଷ୍ଠିତ ଏକମାତ୍ର ଟେଷ୍ଟରେ ବାଂଲାଦେଶ ୫୪୬ ରନରେ ଆଫଗାନିସ୍ତାନକୁ ପରାସ୍ତ କରିଛି । ବାଂଲାଦେଶର ଏହା ସବୁଠାରୁ ବୃହତ ବିଜୟ । ସେହିପରି ଆନ୍ତର୍ଜାତୀୟ ଟେଷ୍ଟରେ ଏହା ରନ ବ୍ୟବଧାନରେ ତୃତୀୟ ବୃହତ ବିଜୟ । ୧୯୨୮ରେ ଇଂଲଣ୍ଡ ୬୭୫ ରନରେ ଅଷ୍ଟ୍ରେଲିଆକୁ, ୧୯୩୪ରେ ଅଷ୍ଟ୍ରେଲିଆ ୫୬୨ ରନରେ ଇଂଲଣ୍ଡକୁ ହରାଇଥିଲା । ଚଳିତ ଶତାବ୍ଦୀରେ ଏହା ସବୁଠାରୁ ବୃହତ ବିଜୟ । ବାଂଲାଦେଶ ପ୍ରଥମେ ବ୍ୟାଟିଂ ପ୍ରଥମ ଇନିଂସରେ ୩୮୨ ରନ କରିଥିଲା । ଜବାବରେ ଆଫଗାନିସ୍ତାନ ୧୪୬ ରନ କରିବାକୁ ସକ୍ଷମ ହୋଇଥିଲା । ଦ୍ୱିତୀୟ ଇନିଂସରେ ବାଂଲାଦେଶ ୪ ୱିକେଟ ବିନିମୟରେ ୪୨୫ ରନ କରି ଇନିଂସ ଘୋଷଣା କରିଥିଲା । ୬୬୨ ରନର ଟାର୍ଗେଟକୁ ପିଛା କରି ଆଫଗାନିସ୍ତାନ ୧୧୫ ରନ କରି ଅଲଆଉଟ ହୋଇ ଯାଇଥିଲା । ନଜମୁଲ ହୁସେନ ଦୁଇଯି ଯାକ ଇନିଂସରେ ଶତକ ହାସଲ କରିଥିଲେ । ଶେରୀଫୁଲ ଇସଲାମ ଓ ଏବୋଦ ହୁସେନ ୨ଟି ଯାକ ଇନିଂସରେ ମିଶି ୫ଟି ଲେଖାଁଏ ୱିକେଟ ଅକ୍ତିଆର କରିଥିଲେ । ଆଫଗାନିସ୍ତାନ ଉଭୟ ବ୍ୟାଟିଂ ଓ ବୋଲିଂରେ ବାଂଲାଦେଶର ଉଚିତ ମୁକାବିଲା କରିପାରି ନ ଥିଲା ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.