ଟାଟାପାୱାର କଂପାନୀ ବିରୁଦ୍ଧରେ ଗର୍ଜିଲା ସୁବର୍ଣ୍ଣପୁର ଜିଲ୍ଲା ବିଜେପି

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ଓଡ଼ିଆ ବାର୍ତ୍ତା): ଟାଟା କମ୍ପାନୀ ପ୍ରତି ରାଜ୍ୟ ସରକାରଙ୍କ ଅହେତୁକ ଅନୁକମ୍ପା ବିରୁଦ୍ଧରେ ଆଜି ସୁବର୍ଣ୍ଣପୁର ଜିଲ୍ଲା ବିଜେପି ପକ୍ଷରୁ ଜିଲ୍ଲା ବିଦ୍ୟୁତ ନିର୍ବାହୀଙ୍କ କାର୍ଯ୍ୟାଳୟ ପରିସରରେ ଜିଲ୍ଲା ସଭାପତି ପ୍ରମୋଦ କୁମାର ମହାପାତ୍ରଙ୍କ ନେତୃତ୍ୱରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ରାଜ୍ୟ ସରକାରଙ୍କ କମ୍ପାନୀ ପ୍ରୀତି ବିରୁଦ୍ଧରେ ନାରାବାଜି କରାଯାଇଛି। ବିଶେଷ ଖରି ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ସତ୍ତ୍ଵେ ସାରା ରାଜ୍ୟରେ ଅଘୋଷିତ ବିଦ୍ୟୁତକାଟ ର ଘୋର ନିନ୍ଦା କରାଯାଇଥିଲା। ବିଶେଷ କରି ଓଡ଼ିଶା ବିଦ୍ୟୁତ ରେ ଏକ ବଳକା ରାଜ୍ୟ ସତ୍ତ୍ଵେ ଅତ୍ୟଧିକ କମ୍ପାନୀ ପ୍ରୀତି ଯୋଗୁଁ ନିରିହ ଜନସାଧାରଣଙ୍କ ସର୍ବନିମ୍ନ ଆବଶ୍ୟକତାକୁ ପୁରଣ କରି ନ ପାରିବା ଏହା ଶାସକ ବିଜେଡି ସରକାରର ଚରମ ବିଫଳତା ବୋଲି ଆଜି ବିକ୍ଷୋଭ ସ୍ଥଳରେ ଉପସ୍ଥିତ ନେତା ମତବ୍ୟକ୍ତ କରିଥିଲେ। ଆଜିର ଏହି ବିକ୍ଷୋଭ ସମାବେଶରେ ଜିଲ୍ଲା ସଭାପତି ପ୍ରମୋଦ କୁମାର ମହାପାତ୍ର, ନଗର ମଣ୍ଡଳ ସଭାପତି ଜଗତଜ୍ୟୋତି ତ୍ରିପାଠୀ, ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ସ୍ୱରୂପ ପାତ୍ର, ଏସସି ମୋର୍ଚ୍ଚା ସଭାପତି ଅନନ୍ତ ପାଣିଗ୍ରାହୀ, ନଗର ମଣ୍ଡଳ ଯୁବମୋର୍ଚ୍ଚା ସଭାପତି ଗଙ୍ଗା ତରିଆ, ମହିଳା ମୋର୍ଚ୍ଚା ଉପ ସଭାପତି ସୁଦେଷ୍ଣା ନେଗୀ, ସାଂସଦ ପ୍ରତିନିଧି ଶରତ ଶତପଥୀ, ତ୍ରିଲୋଚନ ତରିଆ, କୈଳାସ ଚନ୍ଦ୍ର ସାହୁ, ସୁନନ୍ଦା ମିଶ୍ର, ବାବୁଲୁ ସାଗର, ସମୀର ବୁଡେକ, ନବଘନ ସାଗର ପ୍ରମୁଖ ଉପସ୍ଥିତ ଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.