୪୪° ଡେଇଁଲା ପାରଦ: ପ୍ରବଳ ଗୁଳୁଗୁଳି, ନର୍ଲାର ଜନଜୀବନ ଅସ୍ତବ୍ୟସ୍ତ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ସାରା ରାଜ୍ୟ ଗ୍ରୀଷ୍ମ ପ୍ରବାହରେ ଜଳୁଥିବା ବେଳେ ପଶ୍ଚିମ ଓଡିଶାର ସୋନପୁରରେ ରାଜ୍ୟର ସର୍ବାଧିକ ତାତି ୪୫.୬ ଡିଗ୍ରୀ ଅତିକ୍ରମ କରି ସାରିଛି । ଅନ୍ୟପକ୍ଷେ ମୌସୁମୀ ଆସିବାରେ ବିଳମ୍ବ ଯୋଗୁଁ ସାରା ରାଜ୍ୟରେ ତାତି ଅସମ୍ଭାଳ ହେବାକୁ ବସିଲାଣି । ଅନ୍ୟପକ୍ଷେ ପାଣିପାଗ ବିଭାଗ ଏଭଳି ତାତି ଆଉ ୪ ଦିନ ରହିବା ନେଇ ଘୋଷଣା କରି ସାରିଛି । କଳାହାଣ୍ଡି ଜିଲ୍ଲା ନର୍ଲାରେ ମଧ୍ୟ ପ୍ରବଳ ଗ୍ରୀଷ୍ମ ତାତି ଅନୁଭୁତ ହେଉଛି । ଜୁନ ମଧ୍ୟ ଭାଗରେ ମଧ୍ୟ ନର୍ଲାରେ ପାରଦ ୪୪ ଡିଗ୍ରୀ ଅତିକ୍ରମ କରି ସାରିଲାଣି । ଦିନ ୧୧ ଟା ହୋଇଗଲେ ଖରା ତାତି ଆଉ ସହି ହେଉନି । ଅନ୍ୟପକ୍ଷେ ଚଳିତ ବର୍ଷ ବର୍ଷା ଦିନେ କମ୍ ବର୍ଷା ଯୋଗୁଁ ନଈ ବଢି ହୋଇ ନଥିବା ବେଳେ, ବନ୍ଧ ପୋଖରୀ ଗୁଡିକ ମଧ୍ୟ ଭର୍ତ୍ତି ହୋଇ ନଥିଲା । ଫଳ ସ୍ୱରୁପ ମାର୍ଚ୍ଚ ମାସରୁ ନର୍ଲା ସାନ୍ଦୁଲ ନଈ, ବାଗପୁର ନାଳ, ଛତିକୁଡା ନଈ ପ୍ରଭୃତି ଶୁଖି ଯାଇଛି । ଏହି ନଈ କୁଳ ଗୁଡିକରେ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ପକ୍ଷର ଇନଟେକ କୁପ ଖନନ କରାଯାଇ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କରାଯାଇଛି । ଅପ୍ରେଲ ମାସ ଶେଷ ଭାଗରୁ ନଈ ଗୁଡିକରେ ପାଣି ନାହିଁ । ପାନୀୟ ଜଳ ଯୋଗାଣର ଅବସ୍ଥା ଶୋଚନୀୟ । ଚଳିତ ମାସରୁ ଆଉ ପାନୀୟ ଜଳ ଠିକ୍ ଭାବରେ ଉପଲବ୍ଧ ମଧ୍ୟ ହେଉନାହିଁ । ହେଲେ ଏବେ ଗୋଟିଏ ସପ୍ତାହ ହୋଇଗଲା ପ୍ରବଳ ଗ୍ରୀଷ୍ମ ପ୍ରବାହ ଓ ଗୁଳୁଗୁଳି ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଥିବା ଦେଖିବାକୁ ମିଳୁଛି । ଅନ୍ୟପକ୍ଷେ ନର୍ଲାର ଯାତ୍ରୀ ବିଶ୍ରାମ କେନ୍ଦ୍ର ବୋଲି କୁହା ଯାଉଥିବା ଶିଶୁ ମନ୍ଦିର ଛକର ସମସ୍ତ ଗଛ ଗୁଡିକୁ ରାସ୍ତା ପ୍ରଶସ୍ଥି କରଣ ନାଁ ରେ ବିଭାଗ ତରଫରୁ କାଟି ପକେଇବା ଫଳରେ ଶିଶୁ ମନ୍ଦିର ଛକ ସମେତ ରାସ୍ତା କଡର ଗାଁ ଗୁଡିକ ମରୁଭୁମି ସଦୃଶ ପ୍ରତୀୟମାନ ହେଉଛି । ପ୍ରବଳ ଗରମ ଓ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଦିନ ୧୧ ଟା ରୁ ରାସ୍ତାଘାଟ ସବୁ ଶୁନସାନ୍ ଓ ଖାଁଖାଁ ଲାଗୁଛି । ସରକାର ସକାଳ ୭ ଠାରୁ ୧୧ ଯାଏଁ ହିଁ ଶ୍ରମିକ ମାନେ କାମ କରିବେ ବୋଲି କଡାକଡି ନିୟମ କରିଛନ୍ତି । ଅପରାହ୍ନ ୩ ଟାପରେ ପଦାକୁ ବାହାରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସରକାର ।ପ୍ରବଳ ରୌଦ୍ରତାପ ଯୋଗୁଁ ରାଜ୍ୟ ସରକାର ଆଉ ଦୁଇଦିନ ଗ୍ରୀଷ୍ମ ଅବକାଶ ବଢ଼େଇବା ପାଇଁ ଘୋଷଣା ମଧ୍ୟ କରିଛନ୍ତି । ପ୍ରଚଣ୍ଡ ଖରା ଯୋଗୁଁ ବାଟୋଇ ମାନେ ପାଣି ମୁନ୍ଦିକ ପାଇଁ ହା ହୁତାଶ ହେଉଥିବା ଦେଖିବାକୁ ମିଳୁଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.