ନର୍ଲାରେ ଗୋପବନ୍ଧୁଙ୍କ ତିରୋଧାନ ଦିବସ ପାଳିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଗୋପବନ୍ଧୁ ସାହିତ୍ୟ ଅନୁଷ୍ଠାନ ନର୍ଲା ପକ୍ଷରୁ ଗୋପବନ୍ଧୁ ଦାସଙ୍କ ତିରୋଧାନ ଦିବସ ସ୍ଥାନୀୟ ଯାଦବ ଭବନ ଠାରେ ପାଳିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ମେଦିନୀଧର ଜାନୀଙ୍କ ସଭାପତିତ୍ୱରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଅନୁଷ୍ଠାନର ବରିଷ୍ଠ ସଦସ୍ୟ କୁମୁଦ ଚନ୍ଦ୍ର ନାଏକ, ଗଗନ ବିହାରୀ ସା, ବାସନ୍ତୀ ସାହୁ, ଶିବରମ ସାହୁ, ବେଣୁପାଣି ଗୌଡ଼, ଶରତ ଭୋଇ, ସମ୍ପାଦକ ମଧୁସୂଦନ ରାଉତ ପ୍ରମୁଖ ଉପସ୍ଥିତ ଥିଲେ। ଉପସ୍ଥିତ ସଦସ୍ୟମାନେ ପ୍ରଥମେ ଗୋପବନ୍ଧୁଙ୍କ ଫଟୋରେ ପୁଷ୍ପାଞ୍ଜଳି ଦେଇ ଗଭୀର ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ଏଥିରେ ଉପସ୍ଥିତ ବକ୍ତା, କବି ଓ ଲେଖକ ମାନେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ସ୍ମୃତି ଚାରଣକରି ତାଙ୍କର ଜୀବନ ଦର୍ଶନ ଉପରେ ଆଲୋକପାତ କରିଥିଲେ । ଆଜିର ଯୁବ ପିଢୀ ଗୋପବନ୍ଧୁ ଦାସଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାପାଇଁ ଅନୁଷ୍ଠାନର ସମ୍ପାଦକ ମଧୁସୂଦନ ରାଉତ ବାର୍ତ୍ତା ଦେଇଥିଲେ । ଖୁବ କମ ଦିନ ମଧ୍ୟରେ ଏହି ଅନୁଷ୍ଠାନର ପତ୍ରିକା ପ୍ରକାଶ ଲାଭ କରିବ ବୋଲି ସଭାପତି ଶ୍ରୀ ଜାନୀ କହିଥିଲେ । ଶେଷରେ ସମ୍ପାଦକ ଶ୍ରୀ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.