ବିକାଶର ଛିଟା ପଡିନଥିବା ଗାଁ, ଦେରଗୁଡା ତା’ର ନାଁ

କଳାହାଣ୍ଡି,୧୫/୫, ( ଜଗଦିଶ ନାଏକ ) : ବିକାଶର ଦ୍ୱାହିଦେଇ ବିଭିନ୍ନ ସମୟରେ ରାଜନୈତିକ ଦଳ ଗୁଡିକ ରାଜ୍ୟରେ ଶାସନ କରିଆସୁଛନ୍ତି । କିନ୍ତୁ ଭାରତ ସାଧିନତାର ୭୨ ବର୍ଷ ପରେ ମଧ୍ୟ ଏମିତି ଗାଁ ଅଛି ଯୋଉଁଠି ବିକାଶର ପାଦଚିହ୍ନ ଆଜିଯାଏଁ ପଡିପାରି ନାହିଁ, ସେତେକି ବିକାଶ ସେମାନଙ୍କ ପାଇଁ ସାତ ସପନ ପାଲଟିଛି। ଏପରି ଏକ ଗାଁ ହେଉଛି ଦେରଗୁଡା । କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ସଦରମହକୁମା ପଞ୍ଚାୟତରେ ଏଭଲି ଅବସ୍ଥା ଦେଖିବାକୁ ମିଲିଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ବ୍ଲକ ସଦରମହକୁମା ଠାରୁ ମାତ୍ର ୩ କୋଲୋମିଟର ଦୂରରେ ରହିଛି ଦେରଗୁଡା ଗାଁ । ଏଠାରେ ପ୍ରାୟ ୪୦ରୁ ଉର୍ଦ୍ଧ ପରିବାର ବସବାସ କରିଆସୁଥିବା ବେଲେ ଦଲିତ ସଂପ୍ରଦାୟର ୧୨ ଟି ପରିବାର ଓ ଆଦିବାସୀ ସଂପ୍ରଦାୟର ଅବଶିଷ୍ଟ ପରିବାର ପିଢିପରେ ପିଢି ଧରି ବସବାସ କରିଆସୁଛନ୍ତି । ଏଠାରେ ୨ ଶହରୁ ଉର୍ଦ୍ଧ ଭୋଟର ରହିଥିବା ବେଳେ ଜନସଂଖ୍ୟ ପ୍ରାୟ ୫ ଶହରୁ ଉର୍ଦ୍ଧ ଥିବା ଜଣାଯାଇଛି । ଗାଁରେ ପାନୀୟ ଜଳ ବ୍ୟବସ୍ଥା କହିଲେ ମାତ୍ର ୨ ଗୋଟି ନଲକୂପ ରହିଛି । ଗୋଟିଏ ଦଲିତ ବସ୍ତିରେ ରହିଥିବା ବେଲେ ଅନ୍ୟଟି ଆଦିବାସୀ ବସ୍ତିରେ ରହିଛି । ଦଲିତ ବସ୍ତିର ନଲକୂପରେ ଦୂଷିତ ଜଳ ନିଷ୍କାସିତ ହେଉଥିବା ବେଳେ ଆଦିବାସୀ ବସ୍ତିରେ ଥିବା ଗୋଟିଏ ନଳକୂପ ଉପରେ ଗାଁ ସାରା ଲୋକେ ନିର୍ଭର କରିଆସୁଛନ୍ତି । ଉକ୍ତ ନଳ କୂପରେ ମଧ୍ୟ ଯଥେଷ୍ଟ ଜଳ ବାହରି ପାରୁନଥିବାରୁ ଲୋକେ ଆଖପାଖ ନଇଁ, ନାଳ ଝରଣାର ଜଳକୁ ବ୍ୟବହାର କରୁଛନ୍ତି । ଫଳରେ ଅନେକ ସମୟରେ ଜ୍ୱର, ଝାଡା, ବାନ୍ତି ଭଲି ବିଭିନ୍ନ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇ ଆସୁଛି ।

Udyog Nursery
Udyogi Nursery

ପାନୀୟ ଜଳ ନିମନ୍ତେ ଗ୍ରାମବାସୀ ମାନେ ବାରମ୍ବାର ପ୍ରଶାନର ଦ୍ୱାରସ୍ତ ହୋଇଆସୁଥିବା ବେଳେ କେହଁ ମଧ୍ୟ କର୍ଣ୍ଣପାତ କରୁନଥିବା ଅଭିଯୋଗ ହେଉଛି ।ସ୍ୱାସ୍ଥ୍ୟ ସମସ୍ୟା ସମାଧାନ ପାଇଁ ସରକାର ଆମ୍ବୁଲାନ୍ସ ବ୍ୟବସ୍ଥା କରିଛନ୍ତି । କିନ୍ତୁ ବ୍ଲକ୍ ସଦରମହାକୁମାରୁ ୩ କିଲୋମିଟର ଦୂରରେ ଥିବା ଏହି ଦେରଗୁଡା ଗାଁକୁ ଆମ୍ବୁଲାନ୍ସ ସେବା ମଧ୍ୟ ପହଞ୍ଚି ପାରେ ନାହିଁ । ଦେରଗୁଡା ଗାଁକୁ ପଞ୍ଚିବାର ଏକ କିଲୋମିଟର ନୂଆପଡା ଗ୍ରାମରେ ଆମ୍ବୁଲାନ୍ସ୍ ଅଟକିଯାଏ ଫଳରେ ଖଟିଆରେ ଚାଲେ ରୋଗୀସେବା । ଏହାର ପ୍ରମୂଖ କାରଣ ହେଲା ଗାଁକୁ ଯାତାୟତ ନିମନ୍ତେ ଭାରତ ସ୍ୱାଧିନତାର ୭୨ ବର୍ଷ ପରେ ମଧ୍ୟ ସ୍ଥାୟୀ ରାସ୍ତାଖଣ୍ଡେ ଯୋଗାଇ ଦିଆଯାଇ ପାରୁନାହିଁ । ଯଦ୍ୱାର ଗ୍ରାମବାସୀ ମାନେ ନାହିଁ ନଥିବା ଅସୁବିଧାରରେ ସମ୍ମୁଖିନ ହୋଇଆସୁଛନ୍ତି । ଗାଁରେ ୪୫ରୁ ଉର୍ଦ୍ଧ ଶିଶୁ ସମେତ ପ୍ରସୂତୀ ଗର୍ଭବତୀ ରହିଛନ୍ତି, କିନ୍ତୁ ଗାଁରେ ଅଙ୍ଗନୱାଡି ଘର ଖଣ୍ଡେ ନାହିଁ । ଫଳରେ ଚିରସ୍ରୋତା ପୋଇଗୁଡା ନାଲକୁ ପାରିହୋଇ ଶିଶୁ ଓ ଗର୍ଭବତୀ ମାନେ ପୋଇଗୁଡା ଗାଁରେ ଥିବା ଅଙ୍ଗନୱାଡି କେନ୍ଦ୍ରକୁ ଯାଇଥାନ୍ତି । ବର୍ଷର ତିନି ମାସ ମାର୍ଚ, ଏପ୍ରିଲ ଓ ମଇ ଏହି ତିନି ମାସ ଅଙ୍ଗନୱାଡି କେନ୍ଦ୍ର ଖୋଲା ରହିଥାଏ । ଅବଶିଷ୍ଟ ୯ ମାସ ଏହି କେନ୍ଦ୍ରଟି କାଗଜ ପତ୍ରରେ ଚାଲୁରହିଥିବା ବେଳେ ବାସ୍ତବରେ ୯ ମାସ ବନ୍ଦ ପଡିରହିଥାଏ ।

ଦେରଗୁଡା ଗାଁରେ ଶିକ୍ଷା ବ୍ୟବସ୍ଥା ମଧ୍ୟ ଅପହଞ୍ଚ ହୋଇଯାଇଛି । ସରକାରଙ୍କ ନିୟମାନୁସାରେ ପ୍ରତି ୧ କିଲୋମିଟରକୁ ଗୋଟିଏ ବିଦ୍ୟାଳୟ ସ୍ଥାପନ କରାଯାଇ ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷା ବ୍ୟବସ୍ଥା ଯୋଗାଇଦେବାର ପ୍ରାବଧାନ ରହିଛି । କିନ୍ତୁ ଦେରଗୁଡା ଗାଁରେ ବିଦ୍ୟାଳୟ ଖଣ୍ଡିଏ ନଥିବା ବେଳେ ୧ କିଲୋମିଟର ପରିଧି ମଧ୍ୟରେ ବିଦ୍ୟାଳୟ ନଥିବାରୁ ଛାତ୍ରଛାତ୍ରୀ ମାନେ ଶିକ୍ଷାଦାନରୁ ବଞ୍ଚିତ ହୋଇଆସୁଥିବା ଅଭିଯୋଗ ହେଉଛି । ବ୍ଲକ ଅଧ୍ୟକ୍ଷା ଭାବେ ଜଣେ ଆଦିବାସୀ ସଂପ୍ରଦାୟର ମହିଳା ରହିଥିବା ବେଳେ ସରପଞ୍ଚ ଭାବେ ମଧ୍ୟ ସେହି ସଂପ୍ରଦାୟର ବ୍ୟକ୍ତି ନିର୍ବାଚିତ ହୋଇଛନ୍ତି । ପଶ୍ଚିମ ଓଡିଶା ବିକାଶ ପରିସଦ ସଦସ୍ୟ ଭାବେ ଜୈନିକ ବ୍ୟକ୍ତି ମନୋନୀତ ହୋଇଥିବା ବେଲେ ସମିତି ସଭ୍ୟ ଓ ଜିଲ୍ଲା ପରିସଦ ଭାବେ ଦଲିତ ସଂପ୍ରଦାୟର ବ୍ୟକ୍ତିମାନେ ଜନପ୍ରତିନିଧି ଭାବେ କାର୍ଯ୍ୟକରି ଆସୁଛନ୍ତି ।

ଏପରିକି ଖୋଦ୍ ଏହି ନିର୍ବାଚନ ମଣ୍ଡଳୀର ବିଧାୟକ ଭାବେ ଆଦିବାସୀ ସଂପ୍ରଦାୟର ରହିଥିବା ବେଲେ ତାଙ୍କ ଧର୍ମ ପତ୍ନି ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭାବେ ରହିଥିଲେ । ଏପରିସ୍ଥଲେ ସମନ୍ମୟ ଆଦିବାସୀ ଉନ୍ନୟନ ସଂସ୍ଥା ଭଲି କେତେ କ’ଣ ଯୋଜନା କାର୍ଯ୍ୟକାରୀ ହୋଇ ଆସୁଛି । ତେବେ କାହିଁକି ଏହି ଦେରଗୁଡା ଗାଁକୁ ସମସ୍ତ ଉନ୍ନୟନ ମୂଲକ କାର୍ଯ୍ୟ ଅପହଂଚ ହୋଇ ରହିଯାଇଛି ତାହା ବୁଝା ପଡୁନାହିଁ । କେବେ ପହଂଚିବ ଏହି ଦେରଗୁଡା ଗାଁକୁ ବିକାଶର ଛିଟା ତାହା ଦେଖିବାକୁ ବାକିରହିଛି ।

For latest news & updates, click on bell button and subscribe to notifications.

Like us on Facebook👇

http://facebook.com/odiabarta

 

Subscribe us on Youtube👇

http://tiny.cc/odiabarta

 

Join our whatsapp group👇

http://bit.ly/odiabartagroup2

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.