ରାଇସିନା ହିଲର ଫ୍ୟାମିଲି କିଚେନରେ ରାଷ୍ଟ୍ରପତିଙ୍କ ପାଇଁ କ’ଣ ରନ୍ଧା ହୁଏ ?

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ଦ୍ରୌପଦୀ ମୁର୍ମୁ ହେଉଛନ୍ତି ଆମ ଦେଶର ୧୫ତମ ତଥା ବର୍ତ୍ତମାନର ରାଷ୍ଟ୍ରପତି । ରାଷ୍ଟ୍ରପତିଙ୍କ ଜୀବନଶୈଳୀ ଯେମିତି ସରଳ ତାଙ୍କର ଖାଦ୍ୟ ମଧ୍ୟ ସେମିତି ସାଧାସିଧା । ରାଷ୍ଟ୍ରପତି ଭବନର ଫ୍ୟମିଲି କିଚେନରେ ତାଙ୍କ ପାଇଁ ରନ୍ଧା ଯାଇଥାଏ ପୂରା ସାଧା ଓଡ଼ିଆ ଖାଦ୍ୟ । ଏଠିକା ସେଫଙ୍କ କହିବା ଅନୁସାରେ, ସମ୍ପୂର୍ଣ ଶୁଦ୍ଧ ଓ ସାତ୍ତ୍ୱିକ ଭୋଜନ ଗ୍ରହଣ କରନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ମହାମହିମ ଦ୍ରୌପଦୀ ମୁର୍ମୁ ସମ୍ପୂର୍ଣ୍ଣ ନିରାମିଷାଷି ହୋଇଥିବାରୁ ରୋଷେଇ କରିବାକୁ ବହୁତ ଭଲ ଲାଗେ ବୋଲି କହିଛନ୍ତି ରାଷ୍ଟ୍ରପତି ଭବନରେ ରୋଷେଇ କରୁଥିବା ବରିଷ୍ଠ ରୋଷେୟା ସଞ୍ଜୟ କୁମାର।ରାଷ୍ଟ୍ରପତି ଦ୍ରୈପଦି ମୁର୍ମୁ ସକାଳ ଜଳଖିଆରେ ଓଟସ୍, ପୁରି ଆଳୁଦମ୍, ଚକୁଳି ଆଦି ଖାଇଥାନ୍ତି। ସଞ୍ଜୟ କୁମାରଙ୍କ କହିବା ଅନୁସାରେ, ମୁ଼ର୍ମୁଙ୍କ ପ୍ରିୟ ଖାଦ୍ୟ ହେଉଛି ଡ଼ାଲମା ଓ ସନ୍ତୁଳା। କେବେ କେବେ ତାଙ୍କ ରୁଚି ଅନୁସାରେ ଆମେ ଖାଦ୍ୟ ବନେଇଥାଉ ଏବଂ ଶୁଦ୍ଧ ସାତ୍ୱିକ ଭୋଜନ ବନେଇ ଆମେ ବହୁତ ଖୁସି ବୋଲି କହିଛନ୍ତି ସଞ୍ଜୟ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.