ପରିବା ବଜାରରେ ମହଙ୍ଗା ମାଡ଼, ୧୦୦ ପାର କଲା ଟମାଟୋ

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ରାଜ୍ୟରେ ମୌସୁମୀ ସକ୍ରିୟ ନହେଉଣୁ ପରିବା ବଜାରରେ ମହଙ୍ଗା ମାଡ଼ । ଅତ୍ୟାବଶ୍ୟକୀୟ ସାମଗ୍ରୀ ଓ ରନ୍ଧନ ଗ୍ୟାସ୍‌ ପରେ ଏବେ ପନିପରିବା ଦର ଆକାଶଛୁଆଁ ହୋଇଛି। ଗତ ସପ୍ତାହରେ ୫୦ ଟଙ୍କା ତଳେ ଥିବା ସବୁ ପରିବା ଦର ଏବେ ଶତକ ମୁହାଁ । ବିଶେଷ କରି ଗତକାଲି ୪୦ ଟଙ୍କା ଥିବା ଟମାଟୋ ଆଜି କିଲୋପ୍ରତି ୧୦୦ ଟଙ୍କା ପାର କରିଛି I ତେବେ ଭୁବନେଶ୍ୱର ୧ ନମ୍ବର ହାଟରେ ଟମାଟୋ କିଲୋପ୍ରତି ୮୦ ଟଙ୍କା ରହିଛି I ପରିବା ବଜାରରେ ସବୁଠାରୁ ଅଧିକ ରହିଛି ବିନ୍ସ ଦର । ବଜାରରେ ବିନ୍ସ କିଲୋ ପିଛା ୨୦୦ ଟଙ୍କାରେ ବିକ୍ରି ହେଉଛି। ଏଣେ ବ୍ରହ୍ମପୁର ଓ ବାଲେଶ୍ବରରେ ୧୦୦ରୁ ୧୨୦ ଟଙ୍କା ଯାଏ ଏହାର ଦର ଥିଲା। ଅବଶ୍ୟ ରାଜଧାନୀର ଏକ ନମ୍ବର ହାଟରେ ଟମାଟୋର ଦର ଟମାଟୋ କିଲୋ ପିଛା ଥିଲା ୮୦ ଟଙ୍କା। କିନ୍ତୁ ରାଜଧାନୀର କେତେକ ସ୍ଥାନରେ ଏହାର ମୂଲ୍ୟ ଶହେ ଟଙ୍କା ଥିବା ଜଣାଯାଇଛି। ସେହିପରି ମାସଟା ଭିତରେ ଅଦା ଓ ରସୁଣ ଦର ଯେଉଁଭଳି ଭାବେ ବଢ଼ିଛି ସେଥିରେ ଖାଉଟି କଲବଲ I ବଜାରରେ ମାତ୍ର ସପ୍ତାହକ ମଧ୍ୟରେ ସବୁ ପରିବା ଦର ଦୁଇ ଗୁଣ ବଢ଼ିଯାଇଛି। ଏଥିରେ କେବଳ ଆଳୁ ଏବଂ ପିଆଜ ଦର ବାଦ୍‌ ପଡିଛି। ଖୁଚୁରା ବଜାରରେ ବିନ୍ସ କିଲୋ ପିଛା ୨୦୦, ସଜନା ଛୁଇଁ ୧୨୦, ଝୁଡଙ୍ଗ ୧୦୦, କଲରା ୧୦୦, ବାଇଗଣ ଏବଂ ପୋଟଳ ୮୦ ଟଙ୍କାରେ ବିକ୍ରି ହେଉଛି। ଦୀର୍ଘ ୩ ବର୍ଷ ହେବ କିଲୋ ପିଛା ୩୦ ଟଙ୍କାରେ ବିକ୍ରି ହୋଇଆସୁଥିବା ଅମୃତ ଭଣ୍ଡା ଦର ଏବେ କିଲୋ ପିଛା ୧୫ରୁ ୨୦ ଟଙ୍କା ବଢ଼ିଯାଇଛି। ଚାହିଦା ଏବଂ ଯୋଗାଣ ଜନିତ ସମସ୍ୟା ଯୋଗୁ ଦର ବଢ଼ୁଥିବା ବ୍ୟବସାୟୀ କହୁଥିବାବେଳେ ବାହାର ରାଜ୍ୟରୁ ଆମଦାନୀ କମୁଥିବାରୁ ଯୋଗାଣ ବିଭାଗ ଦୋଷ ଦେଉଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.