ସାମ୍ବାଦିକଙ୍କ ସମସ୍ୟାକୁ ନେଇ ଜିଲ୍ଲପାଳଙ୍କୁ ଜର୍ଣ୍ଣାଲିଷ୍ଟ ଆସୋସିଏସନ ନୂଆପଡାର ୧୧ ଦଫା ଦାବିପତ୍ର ପ୍ରଦାନ

ଓଡ଼ିଆ ବାର୍ତ୍ତା/ ନୂଆପଡା (ରାହୁଲ ବାଗ): ଜର୍ଣ୍ଣାଲିଷ୍ଟ ଆସୋସିଏସନ ନୂଆପଡା (ଜାନ୍) ତରଫରୁ ଜିଲ୍ଲପାଳଙ୍କୁ ସାକ୍ଷାତ କରି ସାମ୍ବାଦିକଙ୍କ ବିଭିନ୍ନ ସମସ୍ୟା ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି | ଜାନର ଜିଲ୍ଲା ସଭାପତି ଘନଶ୍ୟାମ ଭୋଇଙ୍କ ନେତୃତ୍ୱରେ ଏକ ଟିମ ଜିଲ୍ଲପାଳ ହେମାକାନ୍ତ ସାୟଙ୍କୁ ସାକ୍ଷାତ କରି ସାମ୍ବାଦିକଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ | ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ କରିବା, ସାମ୍ବାଦିକଙ୍କ ସ୍ୱାସ୍ଥ୍ୟ ବୀମା ରାଶି ବୃଦ୍ଧି କରିବା, ଅକାଳ ବିୟୋଗରେ ସହାୟତା ରାଶି ୪ ଲକ୍ଷ ରୁ ୨୫ ଲକ୍ଷ ଟଙ୍କାକୁ ବୃଦ୍ଧି କରିବା, ରାଜଧାନୀରେ ରାଜ୍ୟର କୋଣ ଅନୁକୋଣର ସାମ୍ବାଦିକଙ୍କ ପାଇଁ ଅତିଥି ଭବନ ନିର୍ମାଣ କରିବା, କାର୍ଯ୍ୟରତ ଓ ଅବସର ପ୍ରାପ୍ତ ସାମ୍ବାଦିକଙ୍କୁ ପେନସନର ବ୍ୟବସ୍ଥା କରିବା, ପ୍ରତି ଜିଲ୍ଲା ମୁଖ୍ୟାଳୟ, ଉପଖଣ୍ଡ, ପୌରାଞ୍ଚଳ,ପଂଚାୟତ ସମିତି ସଦର ମହୁକୁମାରେ ସାମ୍ବାଦିକ ପ୍ରକୋଷ୍ଠ ନିର୍ମାଣ କରିବାକୁ ଦାବୀ ଉପସ୍ଥାପନ କରିଥିଲେ | ଦାବିପତ୍ର ପ୍ରଦାନ ସମୟରେ ଜାନର ପୂର୍ବତନ ସଭାପତି ମାୟାଧର ସରାଫ, ବିମଲ ସିଂ ଦଳପତି, କୁନୁ କରୁଆଁ, ସଂଜୀବ ପାଣିଗ୍ରାହୀ, ଅଶ୍ୱିନୀ ପାଣିଗ୍ରାହୀ, ରତନ କେତକୀ, ରାହୁଲ ବାଗ, ରମେଶ ଅଗ୍ରୱାଲ, ରାକେଶ ଶର୍ମା, ସତ୍ୟବ୍ରତ ସାମଲ, ଯଜ୍ଞସେନୀ ମହାପାତ୍ର, ଚନ୍ଦ୍ରଶେଖର ପଟେଲ, ପ୍ରତିଭା ହୋତା ପ୍ରମୁଖ ଉପସ୍ଥିତ ଥିଲେ |

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.