ସୁବର୍ଣ୍ଣପୁରରେ ଚତୁର୍ଦ୍ଧାମୂର୍ତ୍ତିଙ୍କର କଳ୍କୀ ଅବତାର

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଅଷ୍ଟ ବିଷ୍ଣୁଙ୍କ ପୀଠ ତଥା ଦ୍ୱିତୀୟ ବାରଣାସୀ ସୁବର୍ଣ୍ଣପୁରର ଗୁଣ୍ଡିଚା ମନ୍ଦିର ଆଡ଼ପ ମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତି କଳ୍କୀ ଅବତାରରେ ଦର୍ଶନ ଦେଇଛନ୍ତି। ଶ୍ରୀମଦ୍ ଭାଗବତ ଓ କଳ୍କୀ ପୁରାଣ ଅନୁଯାୟୀ ଭଗବାନ ବିଷ୍ଣୁ ଏହି ଅବତାର କଳିଯୁଗର ଅନ୍ତ ସମୟ ଓ ସତ୍ୟଯୁଗର ଅୟରାମ୍ଭରେ ତଥା ସନ୍ଧି କାଳ ହୋଇଥିବ ସେହି ସମୟରେ ନେବେ ବୋଲି ଉଲ୍ଲେଖ ରହିଥିବା ଜଣାଯାଏ। ଏହି ଦୁର୍ଲ୍ଲଭବେଶର ଦର୍ଶନ କରିବା ତଥା ଘୋଷ ଯାତ୍ରା ସମୟରେ ଜଗତର ନାଥ ଜଗନ୍ନାଥଙ୍କ ଆଡ଼ପ ମଣ୍ଡପରେ ଦର୍ଶନ କରିବାର ଶେଷ ଦିନ ହୋଇଥିବାରୁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ନାହିଁ ନ ଥିବା ଉତ୍ସାହ ପରିଲକ୍ଷିତ ହୋଇଥିଲା।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ହିନ୍ଦୁଧର୍ମର ମାନ୍ୟତା ଅନୁଯାୟୀ ଜଗତର ନାଥ ଜଗନ୍ନାଥଙ୍କୁ ଆଡ଼ପ ମଣ୍ଡପରେ ଦର୍ଶନ କଲେ କୋଟି ଜନ୍ମର ପାପ ନାଶ ଯାଇଥାଏ ବୋଲି ମଧ୍ୟ ବିଶ୍ୱାସ ରହିଛି। ତେଣୁ ଆଜି ଶ୍ରଦ୍ଧାଳୁ ମାନଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। ନଚେତ୍ ପୁଣି ଆଉ ଗୋଟାଏ ବର୍ଷ ଅପେକ୍ଷା କରିବାକୁ ହେବ ମହାପ୍ରଭୁଙ୍କ ଏହି ଦିବ୍ୟ ଅବତାର ବା ଲୀଳା ରଚନାର ସାନ୍ନିଧ୍ୟ ଟିକକ ପାଇବା ପାଇଁ। ସହରର ଚାରିଗୋଟି ବୃନ୍ଦାବନ ବିହାରୀ ମନ୍ଦିର, ଶ୍ରୀ ଜୀଉ ଦଧିବାମନଙ୍କ ମଝିପଡ଼ା, ଥନାପତି ପଡା ମଣ୍ଡପରେ ପ୍ରଭୁ ଏହି ଅବତାର ଧାରଣ କରି ଦର୍ଶନ ଦେଉ ଥିବାରୁ ସହର ଉତ୍ସବ ମୁଖରିତ ହୋଇଉଠି ଥିଲା।

Udyog Nursery
Udyogi Nursery

ଶ୍ରଦ୍ଧାଳୁମାନେ ଦର୍ଶନ ସାରି ଗୁଣ୍ଡିଚା ମନ୍ଦିର ଠାରେ ‘ସର୍ଗମ ଅର୍କେଷ୍ଟ୍ରା’ କଟକ ରେ ବେଶ୍ ଝୁମି ରହିଥିବା ଦେଖାଯାଇଥିଲା ବେଳେ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ମାନ୍ୟବର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଓ ଜିଲ୍ଲା ବିଜୁ ଜନତା ଦଳର ଉପ ସଭାପତି ରମେଶ ପୁଜାରୀ ଯୋଗୋଦେଇ ଉପସ୍ଥିତ ଶ୍ରଦ୍ଧାଳୁଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

ସେହିପରି ବାହୁଡ଼ା ଯାତ୍ରା ଦିନ ‘ହରିଓଁ ମେଲୋଡି’ ଅର୍ଚ୍ଚନା ପାଢ଼ୀ ଓ ସାଥୀଙ୍କ କାର୍ଯ୍ୟକ୍ରମ ରହିଥିବା ଗୁଣ୍ଡିଚା ରଥଯାତ୍ରା ସାଂସ୍କୃତିକ କମିଟି ପକ୍ଷରୁ ସୁଚନା ଦିଆଯାଇଛି । ଗୁଣ୍ଡିଚା ମନ୍ଦିର ପରିସରରେ ବିଶ୍ୱ ହିନ୍ଦୁ ପରିଷଦର ସୁବର୍ଣ୍ଣପୁର ଜିଲ୍ଲା ଶାଖା ତରଫରୁ ଖିରି ମହାପ୍ରସାଦ ବଣ୍ଟନ ହେଉଥିବା ବେଳେ ଶ୍ରଦ୍ଧାଳୁ ମାନେ ପ୍ରସାଦ ପାଇ ବେଶ୍ ଆତ୍ମବିଭୋର ହୋଇ ଫେରୁଥିବା ଦେଖିବାକୁ ମିଳିଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.