ବରଯାତ୍ରୀଙ୍କ ଉପରେ ଟ୍ରକ ମାଡିଯାଇ ୫ ମୃତ,ମଙ୍ଗୁଳା ରହିଗଲା କନ୍ୟା

ଓଡ଼ିଆ ବାର୍ତ୍ତା/ କେନ୍ଦୁଝର : ଦିଗପହଣ୍ଡି କନ୍ୟା ଯାତ୍ରୀଙ୍କ ବସ ଦୁର୍ଘଟଣା ମନରୁ ନଲିଭୁଣୁ,ପୁଣି ଘଟିଗଲା ଆଉ ଏକ ବରଯାତ୍ରୀ ଦୁର୍ଘଟଣା I ବରଯାତ୍ରୀ ଶୋଭାଯାତ୍ରାରେ ଆସି କନ୍ୟା ଯାତ୍ରୀଙ୍କ ଘର ଆଗରେ ନାଚୁଥିବାବେଳେ,ଶୁଆକାଟି ପଟୁ ଆସୁଥିବା ଏକ ଟ୍ରକ ଟ୍ରକ ମାଡିଯାଇ ୫ ଜଣଙ୍କର ମୃତ୍ୟୁ ଘଟିଛି I ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଟାଉନ ଥାନା ଯୁଡିଆଘାଟି ଷଠୀଘର ନିକଟରେ I ମୃତକମାନେ ହେଲେ ମାନପୁର ଗ୍ରାମର ଜିତ୍‌ ପାତ୍ର, କାଳିଆ ମହାନ୍ତ, ଲକ୍ଷ୍ମୀପାଦର ରତିମୁଣ୍ଡା, ଷଠୀଘରର ଅମିତ ପାତ୍ର ଓ କେଉଟ ସାହିର ବାପୁନ ଦେହୁରୀ। ଟାଉନଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ସୂଚନାନୁସାରେ , ଗତ ବିଳମ୍ବିତ ରାତିରେ ମାନପୁର ଗ୍ରାମରୁ ବରଯାତ୍ରୀ ଦଳ ବାହାରି ଷଠିଘର ସାହିସ୍ଥିତ କନ୍ୟା ଘରେ ନିକଟରେ ପହଞ୍ଚି ନାଚୁଥିଲେ। ଏହି ସମୟରେ ଶୁଆକାଟି ପଟୁ ଟ୍ରକଟି ଦ୍ରୁତବେଗରେ ଆସି ବରଯାତ୍ରୀଙ୍କ ଶୋଭାଯାତ୍ରା ଉପରେ ମାଡି ଯାଇଥିଲା। ଫଳରେ ୫ ଜଣଙ୍କ ମୃତ୍ୟୁ ହେବା ସହ ୯ଜଣଙ୍କ ଅବସ୍ଥା ଗୁରୁତର ହୋଇଛି। ସେମାନଙ୍କ ମଧ୍ୟରୁ ୩ଜଣଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ସେମାନଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ୬ଜଣଙ୍କୁ କେନ୍ଦୁଝର ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତକ ମାନଙ୍କ ମଧ୍ୟରେ ବରର ପୁତୁରା ସହ ଜଣେ ବରଯାତ୍ରୀ ଓ ଷଠିଘର ସାହୀର ତିନି ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଘଟଣାସ୍ଥଳରେ ଉତ୍ତେଜନା ଦେଖାଯିବା ବାହାଘରକୁ ନଯାଇ ଫେରିଯାଇଛି ବର । ଏହାପରେ ସ୍ଥାନୀୟ ଲୋକଙ୍କ ଦ୍ୱାରା ରାଜମୁଣ୍ଡା-ପାଣିକୋଇଲି NH ଅବରୋଧ କରାଯାଇଛି । ପୋଲିସ ଓ ତହସିଲଦାର ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କ ସହ ଦୀର୍ଘ ସମୟ ଧରି ଆଲୋଚନା ପରେ ମୃତଦେହ ଗୁଡିକୁ ଘଟଣା ସ୍ଥଳରୁ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇଛନ୍ତି ପୁଲିସ ଟ୍ରକକୁ ଜବତ କରି ତଦନ୍ତ ଚାଲିଛି । ତେବେ ସମସ୍ତ ଆହତମାନଙ୍କ ଏବେ ସୁଦ୍ଧା ପରିଚୟ ମିଳିନାହିଁ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.