ବାହୁଡିବେ ତିନି ଠାକୁର: ପ୍ରସ୍ତୁତ ରହିଛି ରଥ, ଆରମ୍ଭ ହୋଇଗଲାଣି ଭକ୍ତ ସମାଗମ, କିଛି ସମୟ ପରେ ରଥ ଟଣା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ବାହୁଡିବେ ଆଜି ତିନି ଠାକୁର । ମାଉସୀ ମନ୍ଦିର ସମ୍ମୁଖରେ ପ୍ରସ୍ତୁତ ହୋଇ ରହିଛି ରଥ। ଗତ ୨୦ ତାରିଖ ଦିନ ଭକ୍ତଙ୍କ ଗହଣରେ ରଥରେ ବସୀ ଭାଇ ଭଉଣୀଙ୍କୁ ସାଙ୍ଗରେ ନେଇ ବଡ ଦେଉଳରୁ ଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରିଥିଲେ କାଳିଆ ସାଆନ୍ତ । ମାଉସୀ ଘରେ ୯ ଦିନ ଧରି ରହିଥିଲେ ତିନି ଠାକୁର । ରଥଯାତ୍ରା ଦିନ ବାଟରେ ଅଟକିଥିଲା ରଥ । ନର୍ଲା ର ପ୍ରସିଦ୍ଧ ସଂକୀର୍ତ୍ତନ ଗୁରୁ ବିଜୟ ପଣ୍ଡା ଶ୍ରୀ ଜୀଉ ମାନଙ୍କ ରାତ୍ରି ରାହଣିର ବ୍ୟବସ୍ଥା ବୁଝିଥିଲେ । ପରଦିନ ପୁଣି ରଥଯାତ୍ରା ଅନୁଷ୍ଠିତ ହୋଇଥିଲା ନର୍ଲାରେ । ରଥଯାତ୍ରା ପାଇଁ ଉତ୍ସଵ ମୁଖର ହୋଇ ଉଠିଛି ନର୍ଲା । ଆଜି ଠାକୁରଙ୍କ ବାହୁଡା ଯାତ୍ରା ପାଇଁ ଚଳ ଚଞ୍ଚଳ ଲାଗୁଛି ନର୍ଲା । ଅନୁକୂଳ ପାଗ ଯୋଗୁଁ ନର୍ଲାରେ ଭକ୍ତଙ୍କ ଭିଡ଼ ଆରମ୍ଭ ହୋଇ ଗଲାଣି । ମାଉସୀ ମାଉସୀ ବନିତା ମିଶ୍ର ଓ ମଉସା ବସନ୍ତ ମହାପାତ୍ର ଠାକୁର ମାନଙ୍କୁ ୯ ଦିନ ଧରି ସେବାରେ ଆପ୍ୟାୟିତ କରିଥିଲେ । ଆଜି ଅପରାହ୍ନ ୬ ଘଣ୍ଟା ସମୟରେ ବାହୁଡା ଯାତ୍ରା ପାଇଁ ରଥ ଟଣା ହେବ।

Omkar Vasthu
Omkar Vasthu

ଆଜି ବଡି ଭୋରରୁ ମଙ୍ଗଳ ଆଳତୀ, ଧୂପ, ଦୀପ ନୈବେଦ୍ୟ ଓ ଶୋଢଷ ଉପଚାରରେ ପୂଜା ହୋଇଥିବା ବେଳେ ଆଜି ଦିନ ତମାମ ଭକ୍ତ ମାଉସୀ ମନ୍ଦିରକୁ ଆସି ପୂଜାପାଠ କରିବା ସହ ତିନି ଠାକୁରଙ୍କୁ ଦର୍ଶନ କରି ଆଶିଷ ଲାଭ କରୁଛନ୍ତି । ପୂଜକ ନାରାୟଣ ପଣ୍ଡା, ବିଶି ପଣ୍ଡା ଶ୍ରୀ ଜୀଉ ମାନଙ୍କ ନୀତିକ୍ରାନ୍ତି ଜାରି ରଖିଥିବା ବେଳେ ୫ ଘଣ୍ଟା ସମୟରେ ଠାକୁର ମାନେ ପହଣ୍ଡି ବିଜେ କରିବେ ଚତୁର୍ଦ୍ଧା ମୂର୍ତ୍ତି । ବାହୁଡା ଯାତ୍ରା ପାଇଁ ରଥ ପ୍ରସ୍ତୁତି ସରିଯାଇଥିବା ବେଳେ ଛେରା ପହରା ପାଇଁ ବରିଷ୍ଠ ନାଗରିକ ସତ୍ୟନାରାୟଣ ପାତ୍ର, ତପିନ୍ଦ୍ର ଗୌଡ଼ିଆ ପ୍ରମୁଖ ପ୍ରସ୍ତୁତ ରହିଥିବା ବେଳେ ପଣ୍ଡା ଅଜୟ ନନ୍ଦ, ବିଦ୍ୟାଧର ପତି, ମନ୍ମୟ ଚାନ୍ଦ, ଗୌତ୍ତମ ଚିନ୍ଦା, ମଧୁସୁଦନ ପାଢୀ, ସଞ୍ଜୟ ପଣ୍ଡା, ସୁଶାନ୍ତ ଚାନ୍ଦ, ପ୍ରଭୋବ ଚାନ୍ଦ, ସୁରେନ୍ଦ୍ର ଚାନ୍ଦ, ସୁଧର୍ମା ପଣ୍ଡା, ବିଶି ପଣ୍ଡା, ପୂର୍ଣ୍ଣଚନ୍ଦ୍ର ପଣ୍ଡା, ପ୍ରଶାନ୍ତ ପଣ୍ଡା, ହୃଷିକେଶ ପାତ୍ର ପ୍ରମୁଖ ଠାକୁର ମାନଙ୍କ ପହଣ୍ଡି ପାଇଁ ବ୍ୟବସ୍ଥାରେ ରହିଥିବା ଜଣାପଡିଛି ।

Pearl dental clinic
Near Ashish Medical Store, Bhawanipatna

ପରିଚାଳନା କମିଟିର ସଭାପତି ଚିରଞ୍ଜିବି ଗୌଡ଼ିଆଙ୍କ ନେତୃତ୍ୱରେ ଚୂଳମଣି ଗୌଡ଼ିଆ, ଶମ୍ଭୁ ଜଡ଼ା ପ୍ରମୁଖ ବାହୁଡା ଯାତ୍ରା ପ୍ରସ୍ତୁତିରେ ରହିଥିବା ଜଣା ପଡ଼ିଛି । ଏଠାରେ ପ୍ରକାଶ ଯୋଗ୍ୟ ଯେ ନର୍ଲା ଅଞ୍ଚଳର ନର୍ଲା ସମେତ ତୁଳାପଡା, ମାଣ୍ଡେଲ, ବୁଢ଼ୀପଦର ଦେବଗିରି ମଠ, ଲାଖଗୁଡା, ରୁପ୍ରାରୋଡ, ରୁପ୍ରା, ସରିଆଁ, ସେରଗଡ, ପଲମ୍, ଉଲିକୁପା ଏସବୁ ସ୍ଥାନରେ ମଧ୍ୟ ଆଜି ବାହୁଡା ଯାତ୍ରା ଅନୁଷ୍ଠିତ ହେଉଥିବା ଜଣାପଡିଛି ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.