ଓଡ଼ିଆ ବାର୍ତ୍ତା/ ଲଣ୍ଡନ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍ଓ) ଚେତାବନୀ ଦେଇଛି ଯେ କୋଭିଡ଼-୧୯ର ବିପଦ ଦୂର ହୋଇନାହିଁ। ୟୁରୋପୀୟ ଅଞ୍ଚଳରେ ସପ୍ତାହ ହେବ ପାଖାପାଖି ହଜାରେ ଜଣଙ୍କର କରୋନାରେ ମୃତ୍ୟୁ ହୋଇଥିବା ଅନ୍ତର୍ଜତାୟୀ ଗଣମାଧ୍ଯମ ସଂସ୍ଥାରେ ରିପୋର୍ଟ ଆସିବା ପରେ ଏଭଳି କହିଛି ସଂଗଠନ। ଡବ୍ଲୁଏଚ୍ଓର ୟୁରୋପୀୟ ଅଞ୍ଚଳରେ ୫୩ଟି ଦେଶ ରହିଛି, ଯେଉଁଥିରେ ମଧ୍ୟ ଏସିଆର ଅନେକ ଦେଶ ସାମିଲ ଅଛନ୍ତି। ୟୁରୋପ ପାଇଁ ଡବ୍ଲ୍ୟୁଏଚ୍ଓ ଆଞ୍ଚଳିକ ନିର୍ଦ୍ଦେଶକ ହାନ୍ସ କ୍ଲୁଜ କହିଛନ୍ତି, ଏଠାରେ ପ୍ରତି ସପ୍ତାହରେ ହଜାରେରୁ ନୂଆ କୋଭିଡରେ ପ୍ରାଣ ହରାଉଛନ୍ତି। କିନ୍ତୁ ବିଶ୍ୱର ଅନ୍ୟ ଦେଶରେ ଏହି ସଂଖ୍ୟା କମ୍ ରହିଛି ତେଣୁ ଏହା ଏକ କମ୍ ଆକଳନ ବୋଲି ସେ କହିଛନ୍ତି। ଅସୁରକ୍ଷିତ ଗୋଷ୍ଠୀଙ୍କ ପାଇଁ ଅତିକମରେ ୭୦ ପ୍ରତିଶତ ଟିକାକରଣ ସୁନିଶ୍ଚିତ କରିବାକୁ ସେ ପରାମର୍ଶ ଦେଇଛନ୍ତି। କ୍ଲୁଜ୍ ଏହା ମଧ୍ୟ କହିଛନ୍ତି ଯେ ଆକଳନ ଦର୍ଶାଇଛି ଯେ ଏହି ଅଞ୍ଚଳରେ ୩୦ ଜଣଙ୍କ ମଧ୍ୟରେ ଜଣେ, କହିବାକୁ ଗଲେ ୟୁରୋପରେ ପାଖାପାଖି ୩୬ ନିୟୁତ ଲୋକ ଦୀର୍ଘଦିନ ଧରି କୋଭିର ଶିକାର ହୋଇଛନ୍ତି। ଯାହା ଏକ ଜଟିଳ ଅବସ୍ଥା ରହିଛି। ଏହା ବିଷୟରେ ଆମେ ଏବେ ବି ବହୁତ କମ୍ ଜାଣିଛୁ ବୋଲି ସେ କହିଛନ୍ତି। ତେଣୁ ଯେପର୍ଯ୍ୟନ୍ତ କୋଭିଡ ପାଇଁ ବ୍ୟାପକ ନିଦାନ ଏବଂ ଚିକିତ୍ସା ବିକଶିତ କରାଯାଇନାହିଁ, ମହାମାରୀରୁ ଆମେ କେବେ ବି ପ୍ରକୃତରେ ଆରୋଗ୍ୟ ଲାଭ କରିପାରିବୁ ନାହିଁ ବୋଲି କ୍ଲୁଜ୍ ପ୍ରତିକ୍ରିୟାରେ କହିଛନ୍ତି। ୟୁରୋପର ଅନେକ ଦେଶ କୋଭିଡ୍-୧୯ କଟକଣାକୁ କୋହଳ କରୁଥିବାରୁ ଡବ୍ଲ୍ୟୁଏଚ୍ଓ ପକ୍ଷରୁ ଚେତାବନୀ ଦିଆଯାଇଛି। ତେବେ କ୍ଲୁଜ୍ କହିଛନ୍ତି ଯେ ସତର୍କ ରହିବା ଜରୁରୀ, କାରଣ ଭାଇରସ୍ ଏବେ ବି ଘୂରି ବୁଲୁଛି ଏବଂ ଏହା ଆହୁରି ଭୟଙ୍କର ରୂପ ଧାରଣ କରିପାରେ। କରୋନା ସଂକ୍ରମଣକୁ ରୋକିବା ପାଇଁ ଟିକାକରଣ ଓ ପରୀକ୍ଷା ଭଳି ଜନସ୍ୱାସ୍ଥ୍ୟ ପଦକ୍ଷେପରେ ନିବେଶ ଜାରି ରଖିବାକୁ ସେ ଦେଶଗୁଡ଼ିକୁ ଆହ୍ୱାନ ଦେଇଛନ୍ତି।





