ପାତାଳି ଶ୍ରୀକ୍ଷେତ୍ରରେ ବାହୁଡ଼ା ଯାତ୍ରା, ଲକ୍ଷାଧିକ ଭକ୍ତଙ୍କ ସମାଗମ

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଦ୍ୟ ଲୀଳାକ୍ଷେତ୍ର ପାତାଳି ଶ୍ରୀକ୍ଷେତ୍ର କୋଟସମଲେଇର ବାହୁଡା଼ ଯାତ୍ରାରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିଲା। ସକାଳୁ ଖେଚୁଡ଼ି ଭୋଗ, ମଙ୍ଗଳାର୍ପଣ, ମଙ୍ଗଳ ଆଳତି, ବେଶ ପରେ ଧାଡ଼ି ପହଣ୍ଡିରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଅଣା ଯାଇଥିଲା । ଘଣ୍ଟ ଶଙ୍ଖ, ଭକ୍ତଙ୍କ ହୁଳହୁଳି ହରିବୋଲ ଧ୍ୱନିରେ ପ୍ରକମ୍ପିତ ସମଗ୍ର ପାତାଳି ଶ୍ରୀକ୍ଷେତ୍ରରେ ଭକ୍ତ ଏବଂ ଭଗବାନ ଙ୍କର ଏକ ଅପୂର୍ବ ମିଳନ ପରିଲକ୍ଷିତ ହୋଇଥିଲା । ଛେରାପହରା ପରେ ରଥଟଣା ହୋଇ ଛଳିଆ ପାହାଡର ତଳକୁ ତିନିରଥକୁ ଅଣାଯାଇଥିଲା । ଶତାଧିକ ଶିଶୁ ରଥ ଛୁଇଁଥିଲେ । ମା ମହାଲକ୍ଷ୍ମୀ ଛଳିଆ ଶ୍ରୀମନ୍ଦିରୁ ଚାହାଣୀ ବିଜେ ପରେ ଅଧର ଚୁମ୍ବିତ ମାଳ ସହ ପ୍ରତ୍ୟାବର୍ତନ କରିଥିଲେ । ବାହୁଡା ଯାତ୍ରାରେ ବୀରମହାରାଜପୁର ଉପ ଜିଲ୍ଲାପାଳ ଅଶୋକ ଭୋଇ, ଉଲୁଣ୍ଡା ବିଡ଼ିଓ କରିସ୍ମା ବେଶ୍ରା, ତହସିଲଦାର ଦିଲ୍ଲୀପ ମାଝୀ, ଉଲୁଣ୍ଡା ଚେୟାରମ୍ୟାନ ଶାନ୍ତିଲତା ମିଶ୍ର, ଆରକ୍ଷୀ ବାହିନୀ, ଅଗ୍ନିଶମ ସେବା, ସ୍ୱାସ୍ଥ୍ୟ ବିଭାଗଙ୍କ ସହ ଡ୍ରାଇଭର ମହାସଂଘ ତରଫରୁ ପ୍ରସାଦ, ଜଳ ଓ ଭକ୍ତି ଚରଣ ମେଣ୍ଡିଲିଙ୍କ ପରିବାର ତରଫରୁ ଦହି ପାଣି ବଣ୍ଟନ କରାଯାଇଥିଲା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.