ରାଜ୍ୟପାଳଙ୍କ ଦ୍ଵାରା ଡ଼. ଭବାନୀଶଙ୍କର ନିଆଲଙ୍କ ଲକଡାଉନ ଓ ଏନ ଏନକାଉଣ୍ଟର ୱିଥ ଡେଥ ଉନ୍ମୋଚିତ

୨୦ରୁ ଉର୍ଦ୍ଧ୍ବ ଅନ୍ତର୍ଜାତୀୟ ଭାଷାରେ ଅନୁଦିତ ହୋଇସାରିଛି ଭବାନୀଶଙ୍କରଙ୍କ କବିତା

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର (ନିଲେଶ କୁମାର ନାଗ): କବିତାରେ ନୂତନ ଧାରାର ପ୍ରୟୋଗ ପାଇଁ ସବୁବେଳେ ଅନ୍ତର୍ଜାତୀୟ ସ୍ତରରେ ଚର୍ଚ୍ଚାରେ ରହୁଥିବା କଳାହାଣ୍ଡିର ବିଶିଷ୍ଟ କବି ଡ଼.ଭବାନୀଶଙ୍କର ନିଆଲଙ୍କ ଦୁଇଟି ଇଂରାଜୀ କବିତା ପୁସ୍ତକ ‘ଲକଡାଉନ’ ଓ ‘ଏନ ଏନକାଉଣ୍ଟର ୱିଥ ଡେଥ’ ଉନ୍ମୋଚିତ ହୋଇଯାଇଛି । ଓଡ଼ିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଭୁବନେଶ୍ୱରସ୍ଥିତ ରାଜଭବନରେ ଏହାକୁ ଉନ୍ମୋଚନ କରିଛନ୍ତି । ଏହି ସମୟରେ ଡ଼.ନିଆଲ ଉପସ୍ଥିତ ରହିଥିଲେ । ମହାମହିମ ରାଜ୍ୟପାଳ ପୁସ୍ତକଟିର ଉଚ୍ଚକୋଟୀର ପ୍ରଶଂସା କରିବା ସହ ଏକ ସୁନ୍ଦର ସୃଜନମୟ ଜୀବନର କାମନା କରିଥିଲେ । ପ୍ରକାଶ ଥାଉ କରୋନା ସମୟରୁ ଲଗାତାର ଭାବେ ଡ଼.ନିଆଲ ମୃତ୍ୟୁ ଚେତନା ଉପରେ କବିତା ଲେଖି ବିଶ୍ବସ୍ତରରେ ଏକ ଅଦ୍ଭୁତ ପାଠକୀୟ ଶ୍ରଦ୍ଧା ଲାଭ କରିଛନ୍ତି । ଅନେକ ଗୁଡିଏ କବିତା ପୁସ୍ତକର ରଚନା ସାଙ୍ଗକୁ ‘ମହୁରି’ ଭଳି ଏକ ଚର୍ଚ୍ଚିତ ପତ୍ରିକାର ସୁଯୋଗ୍ୟ ସମ୍ପାଦକ ସେ। ତାଙ୍କର କବିତା ଗୁଡିକ ବିଶ୍ୱର ୨୦ଭାଷାରେ ଅନୂଦିତ ହେବା ସହ ତାଙ୍କୁ ଓଡିଶାରୁ ଏକ ଆନ୍ତର୍ଜାତିକ ସାହିତ୍ୟ ଚେହେରା ଭାବେ ଗଣାଯାଉଛି । ଅନେକ ଅନ୍ତରାଷ୍ଟ୍ରୀୟ ସମ୍ମାନ ଓ ପୁରସ୍କାରର ପ୍ରାପକ ବ୍ୟତୀତ ସେ ଆନ୍ତର୍ଜାତିକ ସାହିତ୍ୟ ଫୋରମରେ ଏବେ ଏକ ନୂତନ ଦିଶା ପାଲଟିଛନ୍ତି । ରାଜଭବନରେ ତାଙ୍କର ପୁସ୍ତକ ଉନ୍ମୋଚନକୁ ନେଇ କଳାହାଣ୍ଡିର ସାହିତ୍ୟିକ ମହଲରୁ ତାଙ୍କୁ ଅଭିନନ୍ଦନର ସୁଅ ଛୁଟୁଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.