ସ୍ୱତନ୍ତ୍ର ସମନ୍ୱିତ କୃଷି ବିକାଶ କାର୍ଯ୍ୟକ୍ରମ: ୧୦୭ ଜଣ ଚାଷୀଙ୍କୁ ବିହନ ବଣ୍ଟନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକର ୧୦ ଗୋଟି ପଂଚାୟତର ଚାଷୀମାନଙ୍କୁ ଓଡିଶା ସରକରଙ୍କ ଦ୍ଵାରା ପରିଚାଳିତ ସ୍ୱତନ୍ତ୍ର ସମନ୍ୱିତ କୃଷି ବିକାଶ କାର୍ଯ୍ୟକ୍ରମ ଆତ୍ମା ସହଯୋଗରେ ସେବା ଜଗତ ଓ କାରୁଣ୍ଡ ଫାର୍ମରପ୍ରଡ଼୍ୟୁସର କମ୍ପାନୀ ଲିମିଟେଡ଼ ଜରିଆରେ ସହଯୋଗ କରାଯାଉଛି । ଏହି କ୍ରମରେ ଡମ କର୍ଲାଖୁଣ୍ଟା ପଂଚାୟତ ଡ଼ୁମେରଗୁଡ଼ା ଗ୍ରାମର ୮୭ ଜଣ ଚାଷୀ ଓ ବାରବନ୍ଧା ଗ୍ରାମ ପଂଚାୟତର ଯାମଗୁଡା ଓ ପୂଜିଲଡୁ ଗ୍ରାମର ୨୦ ଜଣ ଚାଷୀ ମାନଙ୍କୁ ମୁଗ, ବିରି ସହିତ ମକା ଓ ହରଡ ଚାଷ ପାଇଁ ବିହନ ବଣ୍ଟନ କରାଯାଇଥିଲା । ଏଥିରେ ଜ଼ିଲ୍ଲା କାର୍ଯ୍ୟକ୍ରମ ପରିଚାଳକ ଆଦିତ୍ୟ ପ୍ରତାପ ସିଂ ଦେଓ, ୱାସନ, ବ୍ଲକ କାର୍ଯ୍ୟକ୍ରମ ପରିଚାଳକ ଗରୁଡ଼ ଭୋଇ, କାରୁଣ୍ଡ ଫାର୍ମରପ୍ରଡ଼୍ୟୁସର କମ୍ପାନୀ ଲିମିଟେଡ଼ର କାର୍ଯ୍ୟ ନିର୍ବାହୀ ଅଧିକାରୀ ନିକିତା ମହାନ୍ତି ପ୍ରମୁଖ ଯୋଗ ଦାନ କରି ଡାଲି ଓ ତୈଳ ବୀଜ ଚାଷ ଉପରେ ପ୍ରାଧାନ୍ୟ ଦେବା ସହିତ କିପରି ଅଧିକ ରୁ ଅଧିକ ଉତ୍ପାଦନ କିରିପାରିବେ ଓ ସେମାଙ୍କ ଆୟକୁ ଦ୍ବି ଗୁଣିତ କରିବା ସହିତ ସରକାରଙ୍କ ଦ୍ଵାରା ଘୋଷିତ ସହାୟତା ରାଶି ପାଇପାରିବେ ସେ ଉପରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମ ପରିଚାଳନାରେ କାରୁଣ୍ଡ ଫାର୍ମରପ୍ରଡ଼୍ୟୁସର କମ୍ପାନୀ ଲିମିଟେଡ଼ କର୍ମୀ ଗଣେଶ ନାଏକ, ଈଶ୍ୱର ଓ ଅମର ପ୍ରମୁଖ ସହାୟତା କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.