ୟୁସିସି ନାମ ପରିବର୍ତ୍ତେ ଆଇସିସି ରଖିବାକୁ ପରାମର୍ଶ ଦେଲେ ବିଜେପି ନେତା

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ୟୁନିଫର୍ମ ସିଭିଲ କୋଡ (ୟୁସିସି) ସମ୍ବନ୍ଧରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଇଥିବା ବୟାନ ପରେ ରାଜନୈତିକ ଦଳରେ ଚର୍ଚ୍ଚାର ଜୋର ଧରିଛି। ବିରୋଧୀ ଦଳ ଏହାକୁ ବିରୋଧ କରିଥିବାବେଳେ ବିଜେପି ସମର୍ଥକ ସଂଗଠନ ୟୁସିସି ସମ୍ପର୍କରେ ସରକାରଙ୍କୁ ପରାମର୍ଶ ଦେବା ଆରମ୍ଭ କରିଛନ୍ତି। ନିକଟରେ ବିଶ୍ୱ ହିନ୍ଦୁ ପରିଷଦ ମଧ୍ୟ ସରକାରଙ୍କ ନିକଟରେ ଏହାର ପ୍ରସ୍ତାବ ଦାଖଲ କରିଛି। ଏହା ପରେ ବର୍ତ୍ତମାନ ବିଜେପି ନେତା ତଥା ଓକିଲ ଅଶ୍ୱିନୀ ଉପାଧ୍ୟାୟ ମଧ୍ୟ ତାଙ୍କ ପରାମର୍ଶର ତାଲିକା ନେଇ ଆଇନ ଆୟୋଗରେ ପହଞ୍ଚିଛନ୍ତି। ସେ ଲ’ କମିଶନ ଚେୟାରମ୍ୟାନଙ୍କୁ ଭେଟି ୟିସିସି ସମ୍ବନ୍ଧରେ ତାଙ୍କର ୧୦ଟି ପରାମର୍ଶ ଦେଇଛନ୍ତି।

Omkar Vasthu
Omkar Vasthu

ଅଶ୍ୱିନୀ ଉପାଧ୍ୟାୟ ଲ’ କମିଶନ ଚେୟାରମ୍ୟାନଙ୍କୁ ଭେଟି ତାଙ୍କୁ ଏହି ପ୍ରସ୍ତାବ ହସ୍ତାନ୍ତର କରିବା ପରେ କହିଛନ୍ତି ଯେ ୟୁସିସିର ନାମ ଆଇସିସିରେ ପରିବର୍ତ୍ତନ କରାଯାଉ। ଅର୍ଥାତ୍ ୟୁନିଫର୍ମ ସିଭିଲ୍ କୋଡ୍ ବଦଳରେ ଏହାର ନାମ ଭାରତୀୟ ସିଭିଲ୍ କୋଡ୍ ହେବା ଉଚିତ୍। ଏହା ବ୍ୟତୀତ ଉପାଧ୍ୟାୟ ଅନ୍ୟ ୧୦ ଟି ପରାମର୍ଶ ବିଷୟରେ ଉଲ୍ଲେଖ କରିଛନ୍ତି ଯାହା ସେ ଆଇନ ଆୟୋଗଙ୍କ ନିକଟରେ ରଖିଛନ୍ତି। ଯାହାର ସୂଚନା ସେ ନିଜେ ଦେଇଛନ୍ତି।

Pearl dental clinic
Near Ashish Medical Store, Bhawanipatna

ଅଶ୍ୱିନୀ ଉପାଧ୍ୟାୟ କହିଛନ୍ତି ଯେ ଆଇନ ଆୟୋଗର ଚେୟାରମ୍ୟାନ୍ ସୂଚନା ଦେଇଛନ୍ତି ଯେ ବର୍ତ୍ତମାନ ପର୍ଯ୍ୟନ୍ତ ୮.୫୦ ଲକ୍ଷରୁ ଅଧିକ ଲୋକ ୟୁନିଫର୍ମ ସିଭିଲ୍ କୋଡ୍ ସମ୍ବନ୍ଧରେ ନିଜର ମତାମତ ଦେଇଛନ୍ତି। ଆଇନ ଆୟୋଗର ଅଧ୍ୟକ୍ଷ ଏହା ମଧ୍ୟ କହିଛନ୍ତି ଯେ ତାଙ୍କ ନିକଟକୁ ଆସୁଥିବା ପରାମର୍ଶ ମଧ୍ୟ ଟ୍ରାଇବଲ ବେଲ୍ଟରୁ ଆସିଛି। ଆଇନ ଆୟୋଗର ଅଧ୍ୟକ୍ଷ କହିଛନ୍ତି ଯେ ସମସ୍ତ ପରାମର୍ଶ ମିଳିବା ପରେ ୟୁସିସି ସମ୍ବନ୍ଧରେ ସାରା ଦେଶରେ ସେମିନାର ଅନୁଷ୍ଠିତ ହେବ ଏବଂ ଲୋକଙ୍କ ଏ ସମ୍ପର୍କରେ ଆଲୋଚନା କରାଯିବ। ବିଜେପି ନେତା କହିଛନ୍ତି ଯେ ଆଇନ ଆୟୋଗର ଅଧ୍ୟକ୍ଷ ମଧ୍ୟ ଆଶ୍ୱାସନା ଦେଇଛନ୍ତି ଯେ ପରାମର୍ଶ ପାଇବା ପରେ ଖୁବ ଶୀଘ୍ର ୟୁସିସି ସମ୍ବନ୍ଧୀୟ ଏକ ଡ୍ରାଫ୍ଟ ରିପୋର୍ଟ ପ୍ରସ୍ତୁତ ହେବ। ଯାହା ପରେ ଦେଶରେ ୟୁନିଫର୍ମ ସିଭିଲ୍ କୋଡ୍ ଲାଗୁ କରିବାର ଉପାୟ ବାହାରିବ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.