ବାହାନଗା ରେଳ ଦୁର୍ଘଟଣା,ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣଙ୍କର ମୃତ୍ୟୁ

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ବାହାନଗା ରେଳ ଦୁର୍ଘଟଣାରେ ଆହତ ହୋଇଥିବା ଆଉ ଜଣଙ୍କର ମୃତ୍ୟୁ I କଟକ ଏସସିବି ମେଡିକାଲ ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି I ମୃତକଙ୍କ ନାଁ ମନୀଷ କୁମାର ରାମ I ତାଙ୍କ ବାପାଙ୍କ ନାଁ ସାଗର ରାମ I ଘର ବିହାର ରାଜ୍ୟର ଜମୁଇଠାରେ। ସେ ସେଣ୍ଟ୍ରାଲ ଆଇସିୟୁରେ ବେଡ଼ ନଂ ୧୫ରେ ଚିକିତ୍ସିତ ହେଉଥିଲେ। ଆଜି ସାଢେ ୧ଟା ସମୟରେ ତାଙ୍କର ଦେହାନ୍ତ ହୋଇଛି। ଏହାକୁ ମିଶାଇ ଏସସିବିରେ ବର୍ତ୍ତମାନ ୫ ଜଣ ଟ୍ରେନ ଟ୍ରାଜେଡିରେ ଆହତଙ୍କ ମୃତ୍ୟୁ ହୋଇଛି। ସୂଚନାନୁସାରେ ,ଚଳିତ ଜୁନ ମାସ ୨ ତାରିଖରେ ବାଲେଶ୍ୱର ଜିଲ୍ଲା ବାହାନଗା ଠାରେ ସନ୍ଧ୍ୟା ୭ ତା ସମୟରେ ୩ ଟି ଟ୍ରେନ ମଧ୍ୟରେ ଧକ୍କା ହୋଇ ଭୟଙ୍କର ଦୁର୍ଘଟଣା ଘଟିଥିଲା I ଏଥିରେ ଘଟଣାସ୍ଥଳରେ ୨୮୮ ଜଣଙ୍କ ମୃତ୍ୟୁ ଘଟିବା ସହିତ ୧୫ ଶହରୁ ଉର୍ଦ୍ଧ୍ବ ଆହତ ହୋଇଥିଲେ I ଆହତ ମାନଙ୍କ ମଧ୍ୟରୁ ଅଧିକାଂଶ ଦୀର୍ଘ ୨୮ ଦିନ ଧରି ବିଭିନ୍ନ ହସ୍ପିଟାଲ ରେ ଚିକିତ୍ସାଧୀନ ଅଛନ୍ତି I ଆହତ ମାନଙ୍କ ମଧ୍ୟରୁ ଆଜି ମନୀଷଙ୍କର ମୃତ୍ୟୁ ଘଟିଛି I ମନୀଷଙ୍କ ମୃତ୍ୟୁ ପରେ ଏପର୍ଯ୍ୟନ୍ତ ଚିକିତ୍ସାଧୀନ ଅବସ୍ଥାରେ ୫ ଜଣଙ୍କର ମୃତ୍ୟୁ ଘଟି ମୃତ୍ୟୁ ସଂଖ୍ୟା ୨୯୩କୁ ବୃଦ୍ଧି ହୋଇଛି । ତେବେ ବର୍ତ୍ତମାନ ଏସସିବି ମେଡିକାଲରେ ୨୨ ଜଣ ଆହତ ଚିକିତ୍ସାଧୀନ ଥିବା ସୂଚନା ମିଳିଛି I

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.