ସୋନପୁର: ସରିଲା ବାହୁଡ଼ା ଯାତ୍ରା, ଶନିବାର ନିଳାଦ୍ରୀ ବିଜେ କରିବେ ମହାବାହୁ 

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଆଷାଢ଼ ଶୁକ୍ଳ ଦଶମୀ ବାହୁଡ଼  ଯାତ୍ରା ଦିନ ବଡ଼ବଜାର ଗୁଣ୍ଡିଚା ମନ୍ଦିରରୁ ବଡ଼ ଜଗନ୍ନାଥ, ପ୍ରଭୁ ବଳଭଦ୍ର ଓ ଦେବୀ ସୁଭଦ୍ରା ତାଙ୍କର ନବଦିନାତ୍ମକ ଲୀଳା ସାରି ସ୍ୱ ମନ୍ଦିର ଅଭିମୁଖେ ଯିବା ପାଇଁ ପହଣ୍ଡିରେ ଆସି ରଥାରୂଢ଼ ହୋଇଥିଲେ । ଘଣ୍ଟ, ଶଙ୍ଖ, ହୁଳହୁଳି ଧ୍ୱନୀରେ ପ୍ରକମ୍ପିତ ହୋଇ ଉଠିଥିଲା ଗଗନ ପବନ । ବିଳମ୍ବିତ ରାତି ଯାଏଁ  ‘ହରି ଓଁ ମେଲୋଡି’ ଅର୍ଚ୍ଚନା ପାଢ଼ୀ ଓ ସାଥିଙ୍କ ଦ୍ୱାରା ଢେର ରାତିଯାଏ ଚାଲିଥିଲା ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ  ଅତିଥି ଭାବରେ ସୁବର୍ଣ୍ଣପୁର ଏସପି ଅମରେଶ ପଣ୍ଡା ଓ ଅବକାରୀ ନିରିକ୍ଷୀକା ସୁମତି ତ୍ରିପାଠୀ ଯୋଗ ଦେଇଥିଲେ । ପରମ୍ପରା ଅନୁସାରେ ବୁଧବାର ଚତୁର୍ଦ୍ଧା ମୂର୍ତ୍ତିଙ୍କର ପହଣ୍ଡି ପରେ ରଥ ଉପରେ ହିଁ ରହିଥିଲେ ଶ୍ରୀଜିଉ । ଆଜି ଗୁରୁବାର ବଡ଼ ଏକାଦଶୀ ଯୋଗୁଁ ତିନି ଠାକୁରଙ୍କ ପାଖରେ ଶ୍ରଦ୍ଧାଳୁଙ୍କ ସ୍ୱତନ୍ତ୍ର ପୂଜାର୍ଚ୍ଚନା ଚାଲୁ ରହିଥିବା ବେଳେ ଅପରାହ୍ନରେ ଭକ୍ତଙ୍କ ଦ୍ୱାରା ତିନି ବଡ଼ ରଥ ଟଣାହୋଇ ଦୁର୍ଗା ମଣ୍ଡପ ଛକରେ ରଖାଯାଇଛି । ଶୁକ୍ରବାର ମଝିପଡାରେ ତିନିଠାକୁରଙ୍କ ରଥ ଉପରେ ଅବସ୍ଥାନ ପରେ ତାପର ଦିନ ଶନିବାର ସ୍ୱ ମନ୍ଦିରକୁ ନିଳାଦ୍ରୀ ବିଜେ କରିବା କାର୍ଯ୍ୟକ୍ରମ ରହିଛି ।

Udyog Nursery
Udyogi Nursery

ଗତକାଲି ମହାପ୍ରଭୁଙ୍କ ଦର୍ଶନ ଲାଗି  ହଜାର ହଜାର ଭକ୍ତଙ୍କ ଭିଡ଼ ହୋଇଥିବା ବେଳେ ସଂସ୍କୃତିକ କାର୍ଯ୍ୟକ୍ରମର ଉଦଯାପନୀ ସନ୍ଧ୍ୟାର ଅତିଥି ଅବକାରୀ ଅଧିକ୍ଷୀକା ଶ୍ରୀମତୀ ତ୍ରିପାଠୀଙ୍କ ଜଗନ୍ନାଥ ଭଜନ ସଂଗୀତ ଓ ପ୍ରସିଦ୍ଧ ଗାୟିକା ଅର୍ଚ୍ଚନା ପାଢ଼ୀଙ୍କ ସୁମଧୁର କଣ୍ଠ ସଂଗୀତ ଦର୍ଶକଙ୍କୁ ବିମୋହିତ କରିଥିଲା । ସେହିପରି ବୁଧବାର ମଝିପଡ଼ା ମାଉସୀ ମନ୍ଦିର ସମ୍ମୁଖରେ ଅଟକିଥିବା ଶ୍ରୀ ଦଧିବାମନ ମହାପ୍ରଭୁଙ୍କ ରଥ ଆଜି ଘୋଡ଼ାଘାଟପଡା ଶ୍ରୀ ଦଧିବାମନ ମନ୍ଦିର ଅଭିମୁଖେ ଯାତ୍ରା କରିଛନ୍ତି । ସେହିପରି ବୃନ୍ଦାବନ ବିହାରୀ ଜଗନ୍ନାଥଙ୍କ ସ୍ଵ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଥିବା ବେଳେ ଥନାପତି ପଡା ଠାରେ ପ୍ରଭୁ ଜଗନ୍ନାଥଙ୍କ ରଥ ରହିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.