ଗିରଫ ମନ୍ତ୍ରୀ ସେନ୍ଥିଲାଲ୍ ବାଲାଜୀଙ୍କୁ କ୍ୟାବିନେଟ୍‌ରୁ ବରଖାସ୍ତ କଲେ ତାମିଲନାଡୁ ରାଜ୍ୟପାଳ

ଓଡ଼ିଆ ବାର୍ତ୍ତା/ ଚେନ୍ନାଇ: ଚିଟ୍‌ଫଣ୍ଡ ମାମଲାରେ ଗିରଫ ହୋଇ ଜେଲ୍‌ରେ ଥିବା ତାମିଲନାଡୁର ପୂର୍ବତନ ବିଦ୍ୟୁତ ମନ୍ତ୍ରୀ ଭି .ସେନ୍ଥିଲାଲ୍‌ଙ୍କୁ ଗୁରୁବାର ରାଜ୍ୟ କ୍ୟାବିନେଟରୁ ବରଖାସ୍ତ କରିଛନ୍ତି ତାମିଲନାଡୁର ରାଜ୍ୟପାଳ ଆର ଏନ୍‌ ରବି। ଏନେଇ ତାମିଲନାଡୁ ରାଜଭବନ ପକ୍ଷରୁ ଏକ ବିବୃତ୍ତି ଜାରି କରି ସୂଚନା ଦିଆଯାଇଛି। ଏଥିରେ କୁହାଯାଇଛି “ ମନ୍ତ୍ରୀ ସେନ୍ଥିଲାଲ୍ ବାଲାଜୀ ଗୁରୁତର ଅପରାଧିକ ମାମଲାର ସମ୍ମୁଖୀନ ହୋଇଛନ୍ତି। ତାଙ୍କ ବିରୋଧରେ ଏକାଧିକ ଦର୍ନୀତି ମାମଲା ଯଥା ଚାକିରି ପାଇଁ ନଗଦ ଟଙ୍କା ଲାଞ୍ଚ ନେବା, ଏବ ମନି ଲଣ୍ଡରିଂ ଆଦି ରହିଛି। ମନ୍ତ୍ରୀ ପଦର ଅପବ୍ୟବହାର କରି ସେ ତଦନ୍ତ ଉପରେ ପ୍ରଭାବ ପକାଇ ଆଇନ ଏବଂ ନ୍ୟାୟ ପ୍ରକ୍ରିୟାରେ ବାଧା ସୃଷ୍ଟି କରୁଛନ୍ତି।” ଏଥିରେ ଆହୁରି କୁହାଯାଇଛି “ବର୍ତ୍ତମାନ ସେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ୱାରା ତଦନ୍ତ କରାଯାଉଥିବା ଏକ ଅପରାଧିକ ମାମଲାରେ ନ୍ୟାୟିକ ହେପାଜତରେ ଅଛନ୍ତି। ଦୁର୍ନୀତି ନିବାରଣ ଆଇନ ଏବଂ ଭାରତୀୟ ଦଣ୍ଡବିଧି ଆଇନ ଅନୁଯାୟୀ ତାଙ୍କ ବିରୋଧରେ ଆଉ କିଛି ଅପରାଧିକ ମାମଲା ରାଜ୍ୟ ପୋଲିସ ଦ୍ୱାରା ତଦନ୍ତ କରାଯାଉଛି।” ବିବୃତ୍ତିରେ ଆହୁରି କୁହାଯାଇଛି ଯେ ସେନ୍ଥିଲ ବାଲାଜୀଙ୍କର ମନ୍ତ୍ରୀ ପରିଷଦରେ ରହିଲେ ନିରପେକ୍ଷ ତଦନ୍ତ ହୋଇପାରିବ ନାହିଁ ବୋଲି ଆଶଙ୍କା ଉପୁଜିଥିଲା। ଯେଉଁଥିରେ ସମ୍ବିଧାନିକ ତନ୍ତ୍ର ବାଧାପ୍ରାପ୍ତ ହେବ ବୋଲି ରାଜ୍ୟପାଳ କହିଛନ୍ତି। ଘଟଣାକୁ ନେଇ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍.କେ ଷ୍ଟାଲିନ୍ କହିଛନ୍ତି ଯେ ରାଜ୍ୟପାଳଙ୍କର କୌଣସି କ୍ଷମତା ନାହିଁ। ଆମେ ଆଇନଗତ ଉପାୟରେ ଏହାର ସାମ୍ନା କରିବୁ। ଷ୍ଟାଲିନ୍ କହିଛନ୍ତି ଯେ ରାଜ୍ୟପାଳ କେବଳ ମୁଖ୍ୟମନ୍ତ୍ରୀଙ୍କ ସହଯୋଗ ଓ ପରାମର୍ଶରେ ଜଣେ ମନ୍ତ୍ରୀ ନିଯୁକ୍ତ କିମ୍ବା ବହିଷ୍କାର କରିପାରିବେ। ରାଜ୍ୟପାଳଙ୍କ ନିଷ୍ପତ୍ତି ସମ୍ବିଧାନ ବିରୋଧୀ ଥିବାରୁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବୁ ବୋଲି ଷ୍ଟାଲିନ କହିଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.