ଗୌରବ ମାସ: ବେଦାନ୍ତ ଆଲୁମିନିୟମ ଏହାର ବିବିଧ କାର୍ଯ୍ୟକ୍ଷେତ୍ରକୁ ଅଧିକ ସଶକ୍ତ କରିବା ପାଇଁ ପ୍ରତିବଦ୍ଧ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ବେଦାନ୍ତ ଆଲୁମିନିୟମ, ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ଏକ ବିବିଧ କାର୍ଯ୍ୟକ୍ଷେତ୍ରକୁ ପ୍ରତିପାଦିତ କରିବା ଲାଗି ଉତ୍ସର୍ଗୀକୃତତାକୁ ଏକ ଉତ୍ସବ ଭାବରେ ପାଳନ ପାଇଁ ଗୌରବ ମାସ ପାଳନ କରିଥିଲା । ନିକଟରେ ଦୁଇଜଣ ଟ୍ରାନସଜେଣ୍ଡର ବୃତିଧାରୀଙ୍କୁ ଓଡ଼ିଶାର ସାଂଜିଗଡ଼ରେ ଏହାର କାର୍ଯ୍ୟକ୍ଷେତ୍ରକୁ ସ୍ଵାଗତ କରିଥିଲା । କମ୍ପାନିର ଇଂଜିଗଡ଼, ବାଲକୋ ସଂସ୍ଥାରେ ମଧ୍ୟ ଏହାର କାର୍ଯ୍ୟକାରୀତା କରାଯାଇଥିଲା । ବେଦାନ୍ତ ଆଲୁମିନିୟମ ମିଶନରେ ଏହା ଏକ ମହତ୍ଵପୂର୍ଣ୍ଣ ସଫଳତା ଭାବରେ ପ୍ରମାଣିତ ହୋଇଛି ଯେଉଁଠାରେ ବିବିଧ କାର୍ଯ୍ୟକ୍ଷେତ୍ରକୁ ପ୍ରତିପାଦିତ କରିବା, ଭାରତ ତଥା ବିଶ୍ଵର ଉତ୍ପାଦନ ଓ ଭାରୀ ଇଂଜିନିୟରିଂ ଫାର୍ମ ମଧ୍ୟରେ କମ୍ପାନିକୁ ସ୍ଥାନିତ କରି ଏଲଜିବିଟିକ୍ୟୁଏ+ କର୍ମଚାରୀଙ୍କୁ ବିଭିନ୍ନ ଭୂମିକାରେ ସୁରକ୍ଷା, ସାମଗ୍ରୀ ଗତିବିଧି ଓ ଆତିଥ୍ୟଭଳି କାର୍ଯ୍ୟକୁ ଅନ୍ତର୍ଭୁକ୍ତ କରିଛି ।

ସମାଜର ପାରିପାର୍ଶ୍ଵକ ସ୍ଥାନରୁ ସ୍ମାର୍ଟ ଉତ୍ପାଦନ କାରଖାନାକୁ ଗୋଷ୍ଠୀ ପରିବର୍ତନକୁ ସହଜିଆ କରିବା ଓ ସେମାନଙ୍କୁ ଅର୍ଥ କୁଶଳୀ ବ୍ୟକ୍ତିରୁ କୃତିଗତ ବିକଶିତ କରିବାରେ ସାହାଯ୍ୟ କରିବାକୁ ବେଦାନ୍ତ ଆଲୁମିନିୟମ ତ୍ରିସ୍ତରୀୟ ପ୍ରଣାଳୀ ଅନ୍ତର୍ଭୁକ୍ତ କରିଛି ଯାହା: ଭାବରେ

● ସ୍କିଲ ମ୍ୟାପିଂ ଅଧ୍ୟୟନ କରି ଟ୍ରାନସ ବ୍ୟକ୍ତିଙ୍କୁ ଏକ ସର୍ବନିମ୍ନ ଦକ୍ଷତା ସେଟ କରିବାରେ ସମର୍ଥ କରାଇବା । ନିଯୁକ୍ତି ପାଇଁ ବ୍ୟାପକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ, ସଫ୍ଟ ସ୍କିଲ ଓ ବ୍ୟବସାୟିକ ଜ୍ଞାନ ସହ ଦକ୍ଷତାକୁ ଯୋଡିବା ଲକ୍ଷ୍ୟ ରଖାଯାଇଛି ।

● ଟ୍ରାନସ ଲୋକମାନଙ୍କୁ ସାମଜିକ ତଥା ମାନସିକ ସମର୍ଥନ, ଉପଯୁକ୍ତ ଆଚରଣ ଓ ସମସ୍ତଙ୍କ ପାଇଁ ଉପଯୁକ୍ତ ସମନ୍ବିତ ତଥା ଉତ୍ସାହଜନକ ପରିବେଶ ଗଠନ ପାଇଁ ଆହ୍ୱାନ ସୃଷ୍ଟି କରାଯାଉଛି ।

ସର୍ବଭାରତୀୟ ସ୍ତରରେ ଉତ୍ପାଦନ ଓ ଭାରୀ ଇଂଜିନିୟରିଂ ଶିଳ୍ପରେ ଲିଙ୍ଗ ନିର୍ବିଶେଷରେ ଅନୁପାତ କମ ରହୁଥିବାରୁ ଏହି ତାରତମ୍ୟକୁ ଦୂର କରିବା ଜରୁରୀ ଅଟେ। ବହୁମୁଖୀ ଚିନ୍ତାଧାରା ଓ ରଣନୀତିକ ନିଷ୍ପତି ନେବାରେ ବିବିଧତାର ପରିବର୍ତନଶୀଳ ଶକ୍ତିକୁ ସ୍ୱୀକୃତି ଦେଇ ବେଦାନ୍ତ ଆଲୁମିନିୟମ ଉତ୍ପାଦନ ଶିଳ୍ପ ଲାଗି ଏକ ମିଶନ ଆରମ୍ଭ କରିଛି ଓ ଲିଙ୍ଗ ନିର୍ବିଶେଷରେ କର୍ମଚାରୀଙ୍କୁ ପ୍ରୋତ୍ସାହିତ କରୁଛି । ଆର୍ଥିକ ବର୍ଷ ୨୩ ପରଠାରୁ କମ୍ପାନିଗୁଡ଼ିକ କର୍ମକ୍ଷେତ୍ରରେ ଏଲଜିବିଟିକ୍ୟୁଆଇଏ+ ଗୋଷ୍ଠୀର ସଦସ୍ୟମାନଙ୍କୁ ସକ୍ରିୟ ଭାବେ କାର୍ଯ୍ୟସୁଯୋଗ ଦେବା ପାଇଁ ଆଗଭର ହେଉଛନ୍ତି ।

ଏହାର ବିବିଧ କାର୍ଯ୍ୟ ସଂସ୍କୃତିକୁ ମଜବୁତ କରିବା ଲାଗି କମ୍ପାନିର ପ୍ରୟାସ ଉପରେ ବେଦାନ୍ତ ଲିମିଟେଡ- ସିଇଓ ଆଲୁମିନିୟମ ବିଜିନେସ ଶ୍ରୀ ରାହୁଲ ଶର୍ମା କହିଛନ୍ତିଯେ- ଆମର ବିଶ୍ବ ବଜାର ଓ ଗ୍ରାହକଙ୍କ ବିବିଧ ତଥା ଜଟିଳ ଦୃଶ୍ୟକୁ ନେଭିଗେଟ କରିବା ବେଳେ ଏହାର ବିବିଧତାକୁ ଗ୍ରହଣ କରିବାର ଅମୂଲ୍ୟ ଅବଦାନକୁ ଆମେ ଜାଣିପାରିଛୁ । ଆମେ ଭବିଷ୍ୟତ ପାଇଁ ଏହି ଉଦ୍ୟମ ଜାରୀ ରଖିବୁ ଯେଉଁଠାରେ ବିବିଧତା ନୂତନତା ଓ ସଫଳତାର ଏକ ଅନୁକ୍ରମଣିକା ଭାବେ ପାଳିତ ହେବ ।

ତାଙ୍କ ଅଭିଜ୍ଞତାକୁ ବାଂଟି ଲାଞ୍ଜିଗଡ଼ରେ ନିଯୁକ୍ତ ଟ୍ରାନସ ପ୍ରଫେସନାଲ ରଂଜନ ପ୍ରଧାନ କହିଛନ୍ତିଯେ ଏକ ସ୍ଥାୟୀ ଜୀବିକା ଅର୍ଜନ କରିବା ଓ ମୋର ବ୍ୟକ୍ତିଗତ ଓ ବୃତିଗତ ଅଭିବୃଦ୍ଧି ଲାଗି ମୁଁ କୃତଜ୍ଞ । ଏହିପରି ପଦକ୍ଷେପ ମାଧ୍ୟମରେ ବେଦାନ୍ତ ଦଳିତ ଟ୍ରାନସ ଗୋଷ୍ଠୀକୁ ସମାଜର ମୁଖ୍ୟ ସ୍ରୋତ ସହିତ ସମାନ କରିବାକୁ ପ୍ରୟାସ କରୁଥିବାରୁ ମୁଁ ଅସୀମ ଧନ୍ୟବାଦ ଜଣାଉଛି ।

ବେଦାନ୍ତ ଆଲୁମିନିୟମ ବ୍ୟବସାୟ ହେଉଛି ବେଦାନ୍ତ ଲିମିଟେଡ଼ର ଏକ ଅଂଶ ଯିଏକି ଭାରତର ଅଗ୍ରଣୀ ଆଲୁମିନିୟମ ନିର୍ମାତା ପ୍ରାୟତଃ ଏହା ଭାରତର ଅର୍ଦ୍ଧେକ ଆଲୁମିନିୟମ ଉତ୍ପାଦନକାରୀ ଓ ଆର୍ଥିକ ବର୍ଷ ୨୩ ରେ ୨.୨୯ ନିୟୁତ ଟନ୍ ଆଲୁମିନିୟମ ଉତ୍ପାଦନ କରିଥିବା ସଂସ୍ଥା । ବେଦାନ୍ତ ଆଲୁମିନିୟମର ବ୍ୟାଙ୍କ ଡାଓ ଜୋନସ ସସଟାନବିଲିଟି ଇଣ୍ଡେକ୍ସ ୨୦୨୨ରେ ୨ୟ ବ୍ୟାଙ୍କ ଧାରୀ ଓ ସ୍ଥାୟୀ ବିକାଶ ଅବଲମନକାରୀ ସଂସ୍ଥା । ବେଦାନ୍ତ ମୂଲ୍ୟଯୁକ୍ତ ଆଲୁମିନିୟମ ଉତ୍ପାଦ ନିର୍ମାଣ କରିବାରେ ଅଗ୍ରଣୀ ଭୂମିକା ନିର୍ବାହ କରିବା ସହ ଔଦ୍ୟୋଗିକ କ୍ଷେତ୍ରରେ ସର୍ବବୃହତ ଜ୍ଞାନକୌଶଳକୁ ଆପଣାଇ ବିଶ୍ଵ ଶ୍ରେଣୀୟ ସ୍ମେଲ୍‌ଟର, ପାୱାର ପ୍ଲାଟ ଓ ଆଲୁମିନା ରିଫାଇନାରୀ କାର୍ଯ୍ୟ କରୁଛି । ଏକ ସବୁଜ ଭବିଷ୍ୟତ ପାଇଁ ମେଟାଲ ଅଫ୍ ଦି ଫ୍ୟୁଟର ଭାବରେ ଆଲୁମିନିୟମର ପ୍ରୟୋଗକୁ ପ୍ରସାରିତ କରିବା ପାଇଁ କମ୍ପାନୀ ତାର ଲକ୍ଷ୍ୟ ପୂରଣ କରୁଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.