ବରିଷ୍ଠ ସାମ୍ବାଦିକ ଡ.ଜଗନ ମୋହନ ମହାପାତ୍ରଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା

ଓଡିଆ ବାର୍ତ୍ତା/ ଖଲ୍ଲିକୋଟ (ମାଧବ ବେହେରା): ଗଞ୍ଜାମ ଜିଲ୍ଲାର ବରିଷ୍ଠ ସାମ୍ବାଦିକ, ଖଲ୍ଲିକୋଟ ସହରର ସ୍ବର୍ଗତ ଜ୍ୟୋତିଷ ବାଇକଲି ବିଶାରଦଙ୍କ ନାତି ତଥା ଖଲ୍ଲିକୋଟ ସହରର ଜଣେ କୃତବିଦ୍ୟ ସନ୍ତାନ ଡ.ଜଗନ ମୋହନ ମହାପାତ୍ରଙ୍କ ଅକାଳ ବିୟୋଗରେ ଖଲ୍ଲିକୋଟର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ସିନ୍ଧୁ – ଉର୍ମି ସାହିତ୍ୟ ସଂସଦ ତରଫରୁ ସ୍ଥାନୀୟ ଅଫିସର୍ସ କ୍ଲବ ପରିସରରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ସଂସଦର ସଭାପତି ସୁଧାଂଶୁ ଶେଖର ସାହୁଙ୍କ ଅଧକ୍ଷତାରେ ଆୟୋଜିତ ଉକ୍ତ ସଭାରେ ବରିଷ୍ଠ ଶିକ୍ଷାବିତ ପୂର୍ଣ୍ଣଚନ୍ଦ୍ର ରଥ,  ଅଧ୍ୟାପକ ଡ଼ଃ. ଜଗଦୀଶ ପାଲ, ଅଧ୍ୟାପିକା ଡ଼ଃ . ଜ୍ୟୋତ୍ସ୍ନା ରାଣୀ ପ୍ରଧାନ, ଶିଳ୍ପୀ ସମ୍ରାଟ ପଞ୍ଚାନନ ସୁର, କବୟତ୍ରୀ ବିଦ୍ୟୁତପ୍ରଭା ଦାଶ, ଖଲ୍ଲିକୋଟ ପ୍ରେସ କ୍ଲବ ସଭାପତି ଅଶୋକ କୁମାର ତ୍ରିପାଠୀ, କବଗ ପ୍ରଭାତ କୁମାର ମିଶ୍ର, କୃଷ୍ଣ ଚନ୍ଦ୍ର ପଣ୍ଡା,  ମନମୋଦନ ସାହୁ, ସଂସଦର ସମ୍ପାଦକ ମାଧବ ବେହେରା ପ୍ରମୁଖ ଯୋଗ ଦେଇ ସ୍ବର୍ଗତ ଡ଼.ଦାଶଙ୍କ ସାମ୍ବାଦିକତା ଜୀବନର ସ୍ମରଣୀୟ ମୁହୂର୍ତ୍ତ ଗୁଡିକ ଉପରେ ସ୍ମୃତି ଚାରଣ କରି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.