ପାଚିକା ସହାୟିକା ମଜଦୁର ସଂଘ ମ.ରାମପୁର ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ପ୍ରଦାନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): ପାଚିକା ସହାୟିକା ମଜଦୁର ସଂଘ ମ.ରାମପୁର ପକ୍ଷରୁ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ସଂଘର ସଭାନେତ୍ରୀ ସାବିତ୍ରୀ ମୁଣ୍ଡାଙ୍କ ନେତୃତ୍ବରେ ବ୍ଲକର ୧୯ ଗୋଟି ପଞ୍ଚାୟତରେ କାର୍ଯ୍ୟରତ ପାଚିକା ସହାୟିକାମାନେ ମ.ରାମପୁର ବସଷ୍ଟାଣ୍ଡ ଠାରୁ ଶୋଭାଯାତ୍ରା ବାହାରି ବ୍ଲକ କାର୍ଯ୍ୟାଳୟରେ ପହଞ୍ଚି ଥିଲେ । ୬ ଦଫା ଦାବି ଯଥା; ପାଚିକା ଓ ସହାୟିକା ମାନଙ୍କୁ ସର୍ବନିମ୍ନ ମଜୁରୀ ପ୍ରଦାନ କରାଯାଉ, ପାଚିକା ସହାୟିକା ମାନଙ୍କ ଇପିଏଫ, ଇସିଆଇସି ଲାଗୁ କରିବା ସହିତ ସାମାଜିକ ସୁରକ୍ଷା ପ୍ରଦାନ କରାଯାଉ, ବର୍ଷ କୁ ୧୦ ମାସ ପରିବର୍ତ୍ତେ ୧୨ ମାସର ଦରମା ପ୍ରଦାନ କରାଯାଉ, କାର୍ଯ୍ୟ ସମୟରେ ମୃତ୍ୟୁ ବରଣ କଲେ ପରିବାର ବର୍ଗଙ୍କୁ ପଚାଶ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରାଯାଉ, ସମସ୍ତ ପାଚିକା ଓ ସହାୟିକା ମାନଙ୍କ ପାଇଁ ବୀମାଭୁକ୍ତ କରାଯାଉ, ଅବସରକାଳୀନ ଭତ୍ତା ପ୍ରଦାନ କରାଯାଉ ବୋଲି ଏକ ପ୍ରତିବାଦ ସଭା ପରେ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଜରିଆରେ ୬ ଦଫା ଦାବି ପତ୍ର ପ୍ରଦାନ କରିଥିଲେ । ଏଥିରେ ସଂଘର ସମ୍ପାଦିକା ଉଲାସ ଭୋଇ, ଭାରତୀୟ ମଜଦୁର ସଂଘ କଳାହାଣ୍ଡି ଓ ନୂଆପଡା ଜିଲ୍ଲା ପ୍ରଭାରୀ ବିରଞ୍ଚି ନାରାୟଣ ପଣ୍ଡା, ସଂଗଠନ ସମ୍ପାଦକ ସୁରେନ୍ଦ୍ର ମୋହନ କର, କାର୍ଯ୍ୟକାରୀ ସଭାପତି ନବୀନ ଛତ୍ରିଆ, ସନ୍ଯାସ ପ୍ରଧାନ, କୈାଶିକ କପାଟ, କମ୍ଭୁପାଣି ସାହୁ, ଉମାକାନ୍ତ ବାଗ, ଚନ୍ଦ୍ରିକା ରଣା, ସୁଷମା ପୁଝାରୀ, ପ୍ରତିମା ମାଝୀ, ବଳିତା ମହାକୁଡ଼, ସୈାଦାମିନି ମାଝୀ, ରଶ୍ମୀତା ବରିହା ପ୍ରମୁଖ ଯୋଗ ଦେଇଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.