ଉଲୁଣ୍ଡା ଅଞ୍ଚଳରୁ ଦୁଇ ଶିଶୁ ଶ୍ରମିକ ଉଦ୍ଧାର : ଶିଶୁ ମଙ୍ଗଳ କମିଟିକୁ ହସ୍ତାନ୍ତର

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଜିଲ୍ଲା ଶ୍ରମ ଅଧିକାରୀ ଡିଲେଶ୍ୱର ଖାଖାଙ୍କ ନେତୃତ୍ୱରେ ଜିଲ୍ଲାର ଶିଶୁ ଶ୍ରମିକ ଉଦ୍ଧାରକାରୀ ଦଳ ପକ୍ଷରୁ ଗତକାଲି ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ଏସ୍ ପତ୍ରାପାଲି ଓ ମେଟାକାନୀ ଅଞ୍ଚଳର ଢାବା ମାନଙ୍କରେ ଚଢ଼ାଉ କରି ବେଆଇନ ଭାବରେ କାମ କରୁଥିବା ୨ଜଣ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରି ଜିଲ୍ଲାର ଶିଶୁ ମଙ୍ଗଳ କମିଟିକୁ ହସ୍ତାନ୍ତର କରିଛନ୍ତି। ଏହି ଚଢ଼ାଉରେ ଜିଲ୍ଲା ଶ୍ରମ ଅଧିକାରୀ, ଡିସିପିଓ, ଚାଇଲ୍ଡ଼ ଲାଇନ୍ କାର୍ଯ୍ୟାଳୟର କର୍ମଚାରୀଙ୍କ ସହ ଉଲୁଣ୍ଡା ପୁଲିସ ହଠାତ ପହଞ୍ଚି ଏହି ଚଢ଼ାଉ କରି ବେଆଇନ ଭାବରେ ଢାବାରେ କାମ କରୁଥିବା ୨ଜଣ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରିଥିଲେ। ପରେ ଉକ୍ତ ଢାବା ମାଲିକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି ତଥା ନାବାଳକ ଶିଶୁ ମାନଙ୍କୁ କୌଣସି କ୍ଷେତ୍ରରେ ମଧ୍ୟ କାମରେ ନ ଲଗାଇବାକୁ ସମସ୍ତ ବ୍ୟବସାୟ ପ୍ରତିଷ୍ଠାନର ମାଲିକ ମାନଙ୍କୁ ପରାମର୍ଶ ଦିଆଯାଇଥିବା ବେଳେ କ୍ରମାଗତ ଭାବରେ ଆଗାମୀ ଦିନରେ ମଧ୍ୟ ଏପରି ଚଢ଼ାଉ ଜାରି ରହିବ ବୋଲି ଏହି ଶିଶୁ ଶ୍ରମିକ ଉଦ୍ଧାର କାରୀ ଦଳର ମୁଖ୍ୟ ଡିଏଲ୍ଓ ଶ୍ରୀ ଖାଖାଙ୍କ ସୁତ୍ରରୁ ପ୍ରକାଶ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.