ପ୍ରଧାନମନ୍ତ୍ରୀ ‘ଦୁର୍ନୀତିର ପୃଷ୍ଠପୋଷକ’ -ଆପ୍ ନେତା ସଞ୍ଜୟ ସିଂହ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ଏନସିପି ନେତା ଅଜିତ ପାଓ୍ବାର ଏକନାଥ ସିନ୍ଦେଙ୍କ ନେତୃତ୍ୱାଧୀନ ମହାରାଷ୍ଟ୍ର ସରକାରରେ ସାମିଲ ହେବା ପରେ ଆମ୍ ଆଦମୀ ପାର୍ଟି (ଆପ୍) ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସମାଲୋଚନା କରି ତାଙ୍କୁ ‘ଦୁର୍ନୀତିର ସବୁଠାରୁ ବଡ଼ ପୃଷ୍ଠପୋଷକ’ ବୋଲି କହିଛି। ରବିବାର ଅଜିତଙ୍କ ସମେତ ୮ ଜଣ ଏନସିପି ବିଧାୟକ ମନ୍ତ୍ରୀ ଭାବେ ସାମିଲ ହୋଇଛନ୍ତି। ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଭାବେ ଅଜିତ ପାଓ୍ବାର ଶପଥ ନେଇଛନ୍ତି। ଯିଏକି ଶପଥ ନେବାର ଘଂଟାଏ ପୂର୍ବରୁ ମହାରାଷ୍ଚ୍ର ବିଧାନସଭାର ବିରୋଧୀ ଦଳର ନେତା ଥିଲେ। ଆପ୍ ରାଷ୍ଟ୍ରୀୟ ମୁଖପାତ୍ର ସଞ୍ଜୟ ସିଂହ କହିଛନ୍ତି ଯେ ମୋଦୀ ହେଉଛନ୍ତି ଦେଶର ସବୁଠାରୁ ବଡ଼ ଭ୍ରଷ୍ଟାଚାରୀ। ମୋଦୀ ଦୁର୍ନୀତି ବିରୋଧରେ କାର୍ଯ୍ୟାନୁଷ୍ଠାନର ଗ୍ୟାରେଣ୍ଟି ଦେବାର ମାତ୍ର ଦୁଇ ଦିନ ପରେ ମହାରାଷ୍ଟ୍ରରେ ଶିବସେନା-ବିଜେପି ମେଣ୍ଟ ସରକାରରେ ଅଜିତ ପାଓ୍ୱାରଙ୍କୁ ଉପମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତ କରାଯାଇଛି। ସଞ୍ଜୟ ସିଂହ ଆହୁରି ମଧ୍ୟ କହିଛନ୍ତି ଯେ ଭୁଜବଳଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରିବା ଏହା ସ୍ପଷ୍ଟ ସଙ୍କେତ ଯେ ବିଜେପି ଦୁର୍ନୀତି ବିରୋଧରେ ଲଢ଼ିବା ପାଇଁ ଗମ୍ଭୀର ନୁହେଁ ପୂର୍ବତନ ମନ୍ତ୍ରୀ ଭୁଜବଳଙ୍କ ବିରୋଧରେ ପୂର୍ବରୁ ଅନେକ ଦୁର୍ନୀତି ଅଭିଯୋଗ ଆସିଥିଲା। ଉଲ୍ଲେଖଯୋଗ୍ୟ, ଉଭୟ ଅଜିତ ପାଓ୍ବାର ଏବଂ ଭୁଜବଳଙ୍କ ବିରୋଧରେ ଦୁର୍ନୀତି ମାମଲା ରହିଛି। କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇ ଓ ଇଡିର ରାଡାରରେ ଏହି ନେତା ଅଛନ୍ତି। ତେଣୁ ଜେଲ ଯିବା ଭୟରେ ଏହି ଦୁଇ ନେତା ନିଜର ଆଭିମୁଖ୍ୟ ବଦଲାଇ ବିଜେପିକୁ ସମର୍ଥନ କରିଥିବା ଚର୍ଚ୍ଚା ହେଉଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.