ବାପୁଜି ଉଚ୍ଚ ବିଦ୍ୟାଳୟ ରିଷିଡା ୧୯୯୩ ମେଟ୍ରିକ ବେଚ୍ ର ରୌପ୍ୟ ଜୟନ୍ତୀ ପାଳନ ପ୍ରସ୍ତୁତି ବୈଠକ

କଳାହାଣ୍ଡି,୨୭/୧୧:

Omkar Vasthu
Omkar Vasthu

ନିଜ ଭବିଷ୍ୟତ ଗଢି ତୋଳିଥିବା ବିଦ୍ୟାଳୟକୁ ନିବିଡ ଭାବେ ଭଲ ପାଇବାର ମୋହରୁ ଜନ୍ମ ନେଇଛି ଏକ ଯୁଗାନ୍ତକାରୀ ଯୋଜନା , ଯାହା ସେହି ବିଦ୍ୟାଳୟ ଓ ଅଞ୍ଚଳ ପାଇଁ ପ୍ରଥମ ହେବ । ବାପୁଜି ଉଚ୍ଚ ବିଦ୍ୟାଳୟ ରିଷିଡାର ୧୯୯୩ ମେଟ୍ରିକ ବ୍ୟାଚ୍ ର ୨୫ ବର୍ଷ ପୂର୍ତି ଉପଲକ୍ଷେ ପାଳନ ହେବାକୁ ଯାଉଛି ରୌପ୍ୟ ଜୟନ୍ତୀ ମହୋତ୍ସବ । ଏଥିପାଇଁ  ପ୍ରସ୍ତୁତି ଆରମ୍ଭ ହେବାର ସୂଚନା ମିଲିଛି । ଏଠାରେ ସୂଚନା ଯୋଗ୍ୟ ଯେ କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ର ସର୍ବପୁରାତନ ବାପୁଜି ଉଚ୍ଚ ବିଦ୍ୟାଳୟ ରିଷିଡା ଅନେକ ସୂଯୋଗ୍ୟ ଛାତ୍ର ତିଆରି କରି ପାରିଛି । ଏହି ବିଦ୍ୟାଳୟର ଅନେକ ଛାତ୍ରଛାତ୍ରୀ ବିଭିନ୍ନ କ୍ଷେତ୍ରରେ ସେମାନଙ୍କ ଦକ୍ଷତା ପ୍ରତିପାଦନ କରି ରିଷିଡା ସମେତ ଜିଲ୍ଲା ଓ ରାଜ୍ୟର ସୁନାମ ଆଣିଦେଇ ପାରିଛନ୍ତି । ସେହି କ୍ରମରେ ୧୯୯୩ ମେଟ୍ରିକ ବେଚ ର ଛାତ୍ରଛାତ୍ରୀ ମାନେ ମଧ୍ୟ ସମାଜର ଜଣେ ଜଣେ ପ୍ରତିଷ୍ଠିତ ବ୍ୟକ୍ତି ଭାବେ ନିଜକୁ ପ୍ରତିପାଦିତ କରି ପାରିଛନ୍ତି । ନିଜ ମାଟି ଓ ବିଦ୍ୟାଳୟକୁ ଗଭିର ଭାବେ ଭଲ ପାଉଥିବା ଏହି ଛାତ୍ର ମାନେ ତାଙ୍କ ମେଟ୍ରିକ ବେଚ୍ ର  ୨୫ ବର୍ଷ ପୂରଣ ହେଉଥିବା ରୁ ରୌପ୍ୟ ଜୟନ୍ତୀ ପାଳନ କରିବା ପାଇଁ ଯୋଜନା ପ୍ରସ୍ତୁତ କରିଛନ୍ତି । ଏଥିପାଇଁ ଏକ ପ୍ରସ୍ତୁତି ବୈଠକ ସଭାପତି ନରୋତ୍ତମ ସେଲମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ସମ୍ପାଦକ ପୀତବାସ ସାହୁ କାର୍ଯ୍ୟକ୍ରମ ର ଉଦେଶ୍ୟ ବିଷୟରେ ପ୍ରକାଶ କରିଥିଲେ । ଡିସେମ୍ବର ୨୩ ତାରିଖରେ ଏହି ଉତ୍ସବ ଅନୁଷ୍ଠିତ ହେବ ବୋଲି ନିଷ୍ପତ୍ତି ନିଆଯାଇଛି । ପ୍ରକାଶଥାଉକି ଛାତ୍ର ମାନେ ନିଜ ମାଟ୍ରିକ ବେଚ ର ରୌପ୍ୟ ଜୟନ୍ତୀ ପାଳନ କରିବା ଏହା ପ୍ରଥମ ଘଟଣା ହେବ ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.