ଟିବି ମିତ୍ର ଆପ୍ ଲୋକାର୍ପିତ

 

ଭୁବନେଶ୍ୱର: ଟିବି ବା ଯକ୍ଷ୍ମା ମୁକ୍ତ ରାଜ୍ୟ ଭାବେ ଓଡିଶାକୁ ପରିଣତ କରିବା ଉଦେଶ୍ୟରେ ଲୋକଙ୍କୁ ସଚେତନ କରିବା ପାଇଁ ମୋବାଇଲ ଆପ୍ ଟିବି ମିତ୍ର ଲୋକାର୍ପଣ କରିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା ।

ରାଜ୍ୟ ସଚିବାଳୟର ସ୍ୱାସ୍ଥ୍ୟ ବିଭାଗ କନଫରେସନ୍ସ ଗୃହରେ ଏହି ଆପକୁ ଲଂଚ କରିବା ପରେ ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି ଯେ, ରାଜ୍ୟକୁ ଯକ୍ଷ୍ମା ରୋଗ ଶୂନ୍ୟ କରିବା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଉଛି ।

ଏଥିପାଇଁ ବିଭିନ୍ନ ପ୍ରକାର ସଚେତନମୂଳକ ପ୍ରୋଗ୍ରାମ କରିବା ସହ ଲୋକକୁ ବୁଝାଯାଉଛି । ଯେଉଁ ଯକ୍ଷ୍ମା ରୋଗୀମାନେ ଏହି ରୋଗରୁ ମୁକ୍ତି ପାଇଛନ୍ତି ସେମାନଙ୍କୁ ଚାମ୍ପିଆନ ରୂପେ ପରିଗଣିତ କରାଯାଇଥାଏ । ଏହି ଟିବି ଆପ୍ ଦ୍ୱାରା ରୋଗୀମାନେ ସରକାରଙ୍କ ବିଭିନ୍ନ ସହାୟତା, ରୋଗର ବିଭିନ୍ନ କାରଣ, କିଭଳି ସୁସ୍ଥ ହୋଇପାରିବେ । ଏ ସଂପର୍କରେ ସମସ୍ତ ବିବରଣୀ ଏହି ଆପ ମାଧ୍ୟମରେ ମିଳିପାରିବ । ଏମିତିକି ଏହି ଆପ ମାଧ୍ୟମରେ ରୋଗୀ ସିଧାସଳଖ ଡାକ୍ତରଙ୍କ ସହ କଥା ହୋଇ ନିଜର ସମସ୍ୟା ସଂପର୍କରେ ସଂପୂର୍ଣ୍ଣ ଆଲୋଚନା କରିପାରିବେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.