ସୋନପୁର,୧୭/୫ : ଫନୀ ଦ୍ୱାରା କ୍ଷତିଗ୍ରସ୍ତଙ୍କ ସହାୟତା ପାଇଁ ସୁବର୍ଣ୍ଣପୁର ଜିଲା ପ୍ରଶାସନ ପକ୍ଷରୁ ୬ ଲକ୍ଷ ୫୧ ହଜାର ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପ୍ରଦାନ କରାଯାଇଛି । ଏଥିପାଇଁ ଜିଲାର ସମସ୍ତ ସରକାରୀ କର୍ମଚାରୀ ଗୋଟିଏ ଦିନର ଦରମା ପ୍ରଦାନ କରିବାକୁ ନିବେଦନ କରାଯାଇଥିଲା । ସେହି ଅନୁସାରେ ପ୍ରତ୍ୟେକ କର୍ମଚାରୀ ଗୋଟିଏ ଦିନର ଦରମା ଦାନ କରି ଏହି ଅର୍ଥ ସଂଗ୍ରହ କରାଯାଇଛି । ତେବେ ଏହି ଅବସରରେ ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଜିଲାପାଳ ମଧୁସୂଦନ ମିଶ୍ର ୫ ଲକ୍ଷ ୫୧ ହଜାର ଟଙ୍କାର ଏକ ଚେକ୍ ଜିଲା ଜରୁରି କାଳୀନ ଅଧିକାରୀ ମୁକ୍ତେଶ୍ୱର ପାଣିଗ୍ରାହୀଙ୍କୁ ପ୍ରଦାନ କରିଥିଲେ । ତେବେ ତରଭା ବ୍ଲକ ପ୍ରଶାସନ କେବଳ ୫୦ ହଜାର ଟଙ୍କା ପ୍ରଦାନ କରିଥିବାରୁ ବ୍ଲକ ପ୍ରଶାସନକୁ ଜିଲାପାଳ ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ଅତିରିକ୍ତ ଜିଲାପାଳ ଶରତ ଚନ୍ଦ୍ର ପଣ୍ଡା, ତରଭା ବିଡିଓ ନିହାର ରଞ୍ଜନ କଅଁର, ଜିଲା ସୂଚନା ଓ ଲୋକ ସମ୍ପକୟ ଅଧିକାରୀ ହରିଚରଣ ମିଶ୍ର, ନିଜାରତ ଅଧିକାରୀ ଦିଲି କୁମାର ମାଝି, ଶିଶୁ ସୁରକ୍ଷା ଅଧିକାରୀ ଚତୁର୍ଭୁଜ ଦାସ, ଗୋପାଳକୃଷ୍ଣ ପଣ୍ଡା, ଦିନେଶ ରଞ୍ଜନ ମିଶ୍ର ପ୍ରମୁଖଙ୍କ ସହ ଜିଲାପାଳଙ୍କ କାର୍ଯ୍ୟାଳୟର ବିଭିନ୍ନ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ ।
ସୋନପୁର ଜିଲ୍ଲା ପ୍ରତିନିଧି ସୁଶାନ୍ତ କୁମାର ସାହୁଙ୍କ ରିପୋର୍ଟ odiabarta.in
For latest news & updates, click on bell button and subscribe to notifications.
Like us on Facebook👇
Subscribe us on Youtube👇
Join our whatsapp group👇