ଉଚ୍ଛଳା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୭୪ତମ ବନ ମହୋତ୍ସବ 

ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): ଜୟପାଟଣା ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଦ୍ଵାରା ଗୋଷ୍ଠୀ ଶିକ୍ଷା ଅଧିନସ୍ଥ ଉଚ୍ଛଳା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରାଙ୍ଗଣରେ ୭୪ ତମ ବନମହୋତ୍ସବ ପାଳନ କରାଯାଇଥିଲା। ଉଚ୍ଛଳା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନବ କିଶୋର ନାଏକଙ୍କ ତତ୍ତ୍ଵାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଉଚ୍ଛଳା ଗ୍ରାମ ପଞ୍ଚାୟତର ସରପଞ୍ଚ ସୁବର୍ଣ୍ଣି ନାଏକ ଯୋଗଦେଇ ଶୁଭ ଉଦ୍ଘାଟନ ସହିତ ଚାରା ରୋପଣ କରିଥିବା ବେଳେ ଉଚ୍ଛଳା ବନ ବିଭାଗର ଫରେଷ୍ଟର ପାର୍ଥବ ମାଝୀ ଆମ ଜଙ୍ଗଲ ଯୋଜନା ସଂଯୋଜକ ଜୟଦେବ ପୁଝାରୀ, ଫରେଷ୍ଟ ଗାର୍ଡ ମୁରଲିଧର ପଣ୍ଡା, ରୁଦ୍ର ପ୍ରସାଦ ନାଏକ କୁନ୍ତୀ ମାଝୀ, ପ୍ରିୟଦର୍ଶିନୀ ରାଉତରାୟ, ଦମୟନ୍ତୀ ମାଝୀ, ୱାର୍ଡ଼ ମେମ୍ବର ଜ୍ୟୋସ୍ନା ରାଣୀ ନାଏକ, କମିଟି ସଭାପତି ଟେମଲ୍ ନାଏକ, ବିଦ୍ୟାଳୟ କମିଟି ସଦସ୍ୟ ଯୁଗଳ କିଶୋର ନାଏକ, ଅଙ୍ଗନୱାଡ଼ି କର୍ମୀ ଶାନ୍ତିଲତା ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଚାରା ରୋପଣ କରିଥିଲେ। ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଶିକ୍ଷକ ବାଲେଶ୍ଵର ଦୁର୍ଗା, ବୃନ୍ଦାବନ ସାହୁ, ଲକ୍ଷେଶ୍ବର ସାହୁ, ସମେତ ଇକୋକ୍ଳବର ଛାତ୍ରଛାତ୍ରୀ ସହଯୋଗ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.