କଳାହାଣ୍ଡି,୧୮/୫ : କୋକସର ବ୍ଲକ ଅନ୍ତର୍ଗତ ଖୁଣ୍ଟିଆ ପଂଚାୟତ ବନ୍ଧପଡା ଗ୍ରାମର ପ୍ରଭାକର ଧାରୁଆଙ୍କ ଜଳଖିଆ ଦୋକାନ ଘର ଅଗ୍ନିକାଣ୍ଡ ରେ ପୋଡି ପାଉଁଶ ହୋଇଯାଇଛି। ବିଜୁ କେବିକେ ରାସ୍ତାର ବନ୍ଧପଡା ଛକରେ ଏକ ଜଳଖିଆ ଦୋକାନ କରି ପରିବାର ଗୁଜୁରାଣ ମେଣ୍ଟାଉଥିଲେ ପ୍ରଭାକର।ସବୁଦିନ ପରି ସନ୍ଧ୍ୟାରେ ଦୋକାନ ବନ୍ଦ କରି ଘରକୁ ଚାଲି ଯାଇଥିଲେ। ଏହା ପରେ କେହି ଦୁର୍ବୁତ୍ତ ଆସି ତାଙ୍କ ଜଳଖିଆ ଦୋକାନରେ ନିଆଁ ଲଗାଇ ଦେଇଥିଲେ। ଫଳରେ ଦୋକାନରେ ଥିବା ଅଟା, ବେସନ, ଆଳୁ, ପିଆଜ, ତେଲ,ପାଣି ଡ୍ରମ,ପୋଡି ସର୍ବସ୍ୱାନ୍ତ ହୋଇଯାଇଛି। ଏହି ପରିବାର ଗରିବ ଶ୍ରେଣୀର ହୋଇଥିବାରୁ ସରକାରୀ ସାହଯୋଗ ଯୋଗାଇଦେବା ପାଇଁ ସାଧାରଣରେ ଦାବି ହେଉଛି।