ଗଡ଼ସେ ଜଣଙ୍କୁ, ରାଜୀବ ଗାନ୍ଧୀ ୧୭,୦୦୦ ଲୋକଙ୍କୁ ହତ୍ୟା କରିଥିଲେ – ବିଜେପି ସାଂସଦ ନଲିନ କଟିଲ୍

ନୂଆଦିଲ୍ଲୀ : ଗଡସେ ପ୍ରସଙ୍ଗରେ ବିବାଦିୟ ଓ ବେଲଗାମ ମନ୍ତବ୍ୟ ଦେବାରେ ବିଜେପିର ଏକୁ ଆରେକ ନେତା ବାହାରୁଥିବା ଦେଖା ଦେଇଛି । ମହାତ୍ମା ଗାନ୍ଧୀଙ୍କ ହତ୍ୟାକାରୀ ନାଥୁରାମ ଗଡସେଙ୍କୁ ଦେଶ ଭକ୍ତ ବୋଲି ବିଜେପିର ଲୋକସଭା ପ୍ରାର୍ଥୀ ସ୍ବାଧୀ ପ୍ରଜ୍ଞା ଦେଇଥିବା ମନ୍ତବ୍ୟକୁ ନେଇ ସାରା ଦେଶରେ ବିବାଦ ଯୋର ଧରିଥିବା ବେଳେ  ବିଜେପିର ଅନ୍ୟ ଜଣେ ସାଂସଦ ପୁଣି ଏକ ବିବାଦର ମଞ୍ଜି ପୋତିଛନ୍ତି । କର୍ଣ୍ଣାଟକର ସାଂସଦ ତଥା ଦକ୍ଷିଣ କନ୍ନଡ ଲୋକସଭା ପ୍ରାର୍ଥୀ ନଲିନ କୁମାର କଟିଲ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କୁ ନେଇ ଦେଇଛନ୍ତି ବିବାଦୀୟ ବୟାନ ।

Omkar Vasthu
Omkar Vasthu


ବିଜେପି ନେତା କଟିଲ ଟୁଇଟ୍‌ କରିଛନ୍ତି କି, ଗଡ଼ସେ ଜଣଙ୍କୁ, କସାବ ୭୨ଜଣଙ୍କୁ ଏବଂ ରାଜୀବ ଗାନ୍ଧୀ ୧୭,୦୦୦ଲୋକଙ୍କୁ ହତ୍ୟା କରିଥିଲେ । ଏବେ ଆପଣ ନିଷ୍ପତ୍ତି ନିଅନ୍ତୁ କି ସବୁଠାରୁ କ୍ରୁର କିଏ ? ତେବେ ତାଙ୍କର ଏପରି ଟୁଇଟ୍‌କୁ ନେଇ ବର୍ତ୍ତମାନ ଚର୍ଚ୍ଚା/ଆଲୋଚନା ଆରମ୍ଭ ହୋଇଯାଇଛି । ଗଡସେ ବିବାଦକୁ ନେଇ ପୁଣି ନିଆଁରେ ଘିଅ ଢାଲିଛନ୍ତି ବିଜେପି ପ୍ରବକ୍ତା ଅନିଲ ସୌମିତ୍ର ସେ କହିଛନ୍ତି କି ମହାତ୍ମା ଗାନ୍ଧୀ ପାକିସ୍ତାନର ଜାତୀୟ ପିତା ।

Pearl dental clinic
Near Ashish Medical Store, Bhawanipatna

 

For latest news & updates, click on bell button and subscribe to notifications.

Udyog Nursery
Udyogi Nursery

Like us on Facebook 👇

http://facebook.com/odiabarta

 

Subscribe us on Youtube👇

http://tiny.cc/odiabarta

 

Join our whatsapp group👇

http://bit.ly/odiabartagroup2

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.