ଓଡ଼ିଆ ବାର୍ତ୍ତା / ସୋନପୁର (ସର୍ଜନ କୁମାର ପାଣ୍ଡେ): ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବ୍ଲକ ଜନମୁରା ପଂଚାୟତ ଛଞ୍ଚାନ ଡୁଙ୍ଗୁରି ଠାରେ ଜିଲ୍ଲାସ୍ତରୀୟ ବନ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ସୋନପୁର ବନଖଣ୍ଡ ଅଧିକାରୀ ମଦନଲାଲ ଶର୍ମାଙ୍କ ଅଧ୍ୟକ୍ଷତାରେ ରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ବିମଳେନ୍ଦୁ ରାୟ, ସମ୍ମାନିତ ଅତିଥି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ଓ ଜିଲ୍ଲା ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ସୁବର୍ଣ୍ଣପୁର ନିହାର ରଞ୍ଜନ କଅଁର ଯୋଗଦେଇଥିଲେ l
ସଭା କାର୍ଯ୍ୟ ବନଖଣ୍ଡ ଅଧିକାରୀ ମଦନଲାଲ ଶର୍ମା ପରିଚାଳନ କରିଥିଲେ, ସହକାରୀ ବନସଂରକ୍ଷକ ପ୍ରଫୁଲ୍ଲ ଧରୁଆ ବନମହୋତ୍ସବ ର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ କହିଥିଲେ l ବିଜୁପଟ୍ଟନାୟକ ଆୱାର୍ଡ ନାକଡେଇ ଓ ନକଟାମୁଣ୍ଡା ବନସୁରକ୍ଷା ସମିତିକୁ କୋଡିଏ ହଜାର ଟଙ୍କାର ଡ୍ରାଫ୍ଟ ସହ ମାନପତ୍ର ଜିଲ୍ଲାପାଳ ପ୍ରଦାନ କରିଥିଲେ ଓ ସମସ୍ତଙ୍କୁ ବୃକ୍ଷ ରୋପଣ କରିବା ପାଇଁ କହିଥିଲେ l
ବନଖଣ୍ଡ ଅଧିକାରୀ ୨୦୨୩-୨୪ ବର୍ଷରେ ଦଶ ଲକ୍ଷ ପଚାଶ ହଜାର ଚାରା ରୋପଣ କରାଯିବାର ଯୋଜନା ଥିବାର ସୂଚନା ଦେଇ ସମସ୍ତଙ୍କୁ ସହଯୋଗ କରିବା ପାଇଁ ଆହ୍ୱାନ କରିଥିଲେ l ଶେଷରେ ଏସିଏଫ ଅଭିନାଶ ବରିହା ଧନ୍ୟବାଦ ଦେଇଥିଲେ ଓ ୩୦୦୦ ବୃକ୍ଷ ରୋପଣ କରାଯାଇଥିଲା l ଏହି ସଭାରେ ବନକର୍ମଚାରି, ପରିବେଶ ପ୍ରେମୀ, ବନସୁରକ୍ଷା ସମିତି ସଦସ୍ୟ, ପ୍ରେସ ମିଡ଼ିଆ ସ୍ଥାନୀୟ ଗ୍ରାମବାସୀ ଯୋଗଦେଇ ଥିଲେ l