ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକରେ ନୂତନ ସହକାରୀ ଯନ୍ତ୍ରୀ ଭାବରେ ଜୁନ ୧୮ ରେ ଯୋଗଦାନ କରିଛନ୍ତି ବାଞ୍ଛାବଟ ପାଣ୍ଡେ । ତାଙ୍କୁ ନର୍ଲା ସରପଞ୍ଚ ସଂଘ ତରଫରୁ ସଂଘର ସଭାପତି ତଥା ଭାନପୁର ସରପଞ୍ଚ ଅନନ୍ତରାମ ମାଝୀଙ୍କ ନେତୃତ୍ୱରେ ବାଗପୁର ସରପଞ୍ଚ ଗୋପାଳ ହାତୀ, ଘଣ୍ଟମାଳ ସରପଞ୍ଚ ଦେବେନ୍ଦ୍ର ସା, ମାଣ୍ଡେଲ ସରପଞ୍ଚ ପଦ୍ମଲୋଚନ ଜାଲ, ରୁପ୍ରାରୋଡ଼ ସରପଞ୍ଚ ହେମନ୍ତ ଭୋଇ, ଭୀମକେଲା ସରପଞ୍ଚ ପ୍ରତିନିଧି ଜୟନ୍ତ ଗୌଡ଼ ପ୍ରମୁଖ ନର୍ଲା ବ୍ଲକ ଉପାଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି, କନିଷ୍ଠ ଯନ୍ତ୍ରୀଆଲୋକ ନାୟକ, ଅମୀତ ସିଂଙ୍କ ଉପସ୍ଥିତିରେ ପୁଷ୍ପଗୁଚ୍ଛ ଓ ଉପଢ଼ଉକନ ଦେଇ ତାଙ୍କ ଅଫିସରେ ସ୍ୱଗାତ ସମ୍ବର୍ଦ୍ଧନା ପ୍ରଦାନ କରିଛନ୍ତି । ସମସ୍ତ ସରପଞ୍ଚ ଓ ନିର୍ବାଚିତ ପ୍ରତିନିଧିଙ୍କ ସହ ଉତ୍ତମ ସମନ୍ୱୟ ରଖି ନର୍ଲାର ବିକାଶ ଓ ଉନ୍ନୟନ ମୂଳକ କାର୍ଯ୍ୟ କରିବା ମୋର ଏକମାତ୍ର ଲକ୍ଷ୍ୟ ବୋଲି ଏହି ଅବସରରେ ନୂତନ ଏଇ ଶ୍ରୀ ପାଣ୍ଡେ ସମସ୍ତ ସରପଞ୍ଚ ଓ ଉପାଧ୍ୟକ୍ଷଙ୍କୁ କଥା ଦେଇଥିଲେ । ଏଠାରେ ପ୍ରକାଶ ଯୋଗ୍ୟ ଯେ, ମଇ ୩୧ ରେ ନର୍ଲାର ବିବାଦୀୟ ସହକାରୀ ଯନ୍ତ୍ରୀ ବାସୁଦେବ ମହାରଣା ନର୍ଲାରେ ଅବସର ନେଇଥିଲେ । ନର୍ଲାରେ ତାଙ୍କ ୬ ବର୍ଷର କାର୍ଯ୍ୟକାଳ ମଧ୍ୟରେ ତାଙ୍କ ରୁକ୍ଷ ବ୍ୟବହାର ଓ କ୍ରୁରତା ପାଇଁ ସେ ଅନେକ ବିବାଦ ମଧ୍ୟରେ ଛନ୍ଦି ହୋଇ ପଡ଼ିଥିଲେ । ନର୍ଲା ସରପଞ୍ଚ ସଂଘ ତରଫରୁ ତାଙ୍କ ନାମରେ ଜିଲ୍ଲାପାଳଙ୍କ ନିକଟରେ ମଧ୍ୟ ଅଭିଯୋଗ ହୋଇଥିଲା ।