ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୋନପୁର ବନାଞ୍ଚଳ କାର୍ଯ୍ୟାଳୟ ଠାରେ ଆଜି ଜଙ୍ଗଲ ପରିବେଶ ଓ ଜଳ ବାୟୁ ପରିବର୍ତ୍ତନ ବିଭାଗ ଓଡିଶା ସରକାର ପକ୍ଷରୁ ସର୍ବ ସାଧାରଣଙ୍କ ପାଇଁ ଚାରା ବଣ୍ଟନ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି l ମାତ୍ର ୧ ଟଙ୍କାରେ ଗୋଟାଏ ଚାରା ଦୀର୍ଘ ଏକ ମାସ ଧରି ବଣ୍ଟନ କରାଯିବାକୁ ଥିବା ଏହି କାର୍ଯ୍ୟକ୍ରମକୁ ନୂତନ ଭାବେ ଯୋଗ ଦେଇଥିବା ସୋନପୁର ବନାଞ୍ଚଳ ଅଧିକାରୀ ଭାରତ ବନ୍ଧୁ ଶବର ଶୁଭ ଉଦଘାଟନ କରିଥିବା ବେଳେ ଗଛ ଲଗାଅ ପରିବେଶ ବଞ୍ଚାଅ ମେଗା ଅଭିଯାନ ରେ ସମସ୍ତେ ସାମିଲ ହୋଇ ସୁବର୍ଣ୍ଣପୁର ସହର ତଥା ଜ଼ିଲ୍ଲାକୁ ସବୁଜ ସୁନ୍ଦର କରି ଗଢିବାକୁ ନିବେଦନ କରିଥିଲେ l ଖୁବ ଶୀଘ୍ର ସହରର ସମସ୍ତ ଦୋକାନ ଓ ଘର ମାନଙ୍କରେ ଏହି ସୁବିଧା ପହଞ୍ଚାଇବାକୁ ଫରେଷ୍ଟ ବିଭାଗ ପକ୍ଷରୁ ଏକ ମୋବାଇଲ ଭ୍ୟାନର ଶୁଭାରମ୍ଭ କରାଯିବ ବୋଲି ଫରେଷ୍ଟର ଭକ୍ତ ବନ୍ଧୁ ମିଶ୍ର ପ୍ରକାଶ କରିଛନ୍ତି l ସମୁଦାୟ ୪୫ ପ୍ରକାର ଚାରା ବଣ୍ଟନ କରାଯାଉଥିବା ସୂଚନା ମିଳିଛି l