ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକରେ ବିଭିନ୍ନ ସମୟରେ ଭିନ୍ନକ୍ଷମ ମାନଙ୍କୁ ଟ୍ରାଇ ସାଇକେଲ ପ୍ରଦାନ କରାଯାଇଥାଏ । ଚଳିତ ବର୍ଷ ୧୦ରୁ ଉର୍ଦ୍ଧ୍ବ ଭିନ୍ନକ୍ଷମଙ୍କୁ ଟ୍ରାଇ ସାଇକେଲ ପ୍ରଦାନ କରାଯାଇଥିବା ବେଳେ ସୋମବାର ନର୍ଲା ବିଏସଏସଓ ପ୍ରଦୀପ ବେହେରାଙ୍କ ଉପସ୍ଥିତିରେ ନର୍ଲା ବ୍ଲକ ଉପାଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି ରୁପ୍ରାରୋଡ଼ ଗ୍ରାମ ପଞ୍ଚାୟତ ବିଲାଟ ଗ୍ରାମର ମନୁ ରଣା ଓ ସନ୍ୟାସୀ ହରିଜନଙ୍କୁ ଟ୍ରାଇ ସାଇକେଲ ପ୍ରଦାନ କରାଯାଇଛି । ବିଲାଟ ଗ୍ରାମର ଏହି ଦୁଇଜଣ ଭିନ୍ନକ୍ଷମ ବ୍ୟକ୍ତି ସରକାରଙ୍କ ମଧୁବାବୁ ପେନସନ ଯୋଜନାରେ ମଧ୍ୟ ଅନ୍ତର୍ଭୁକ୍ତ ରହିଥିବା ଜଣାପଡ଼ିଛି ।