ବିନା ସୂଚନା ଫଳକ ରେ ଚାଲିଛି ଗଣ୍ଡାବାହାଲି କଟା କାମ

କଳାହାଣ୍ଡି,୧୮/୫ : ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟପାଇଁ ସରକାରୀ ରାଜ କୋଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି କିନ୍ତୁ ଜନ ସାଧାରଣ ଏହାର ପ୍ରକୃତ ସୁଫଳ ପାଉଛନ୍ତିକି ନାହିଁ ସେଥିପ୍ରତି କାହିରି ନିଘା ନାହିଁ । ଜନ ସାଧାରଣ ପାଇଁ କାମ ହେଉଛି କିନ୍ତୁ ଏଠି ଚାଲିଛି ନିମ୍ନ ମାନର କାର୍ଯ୍ୟ । ଏପରି ଏକ କାର୍ଯ୍ୟର ଚିତ୍ର ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ରିଞ୍ଜା ପଞ୍ଚାୟତ ଅନ୍ତର୍ଗତ ଗଣ୍ଡଵାହାଲି କଟାରେ । ଗଣ୍ଡାବାହାଲି କଟା (ପଖୋରୀ) କାର୍ଯ୍ୟ ଚାଲିଛି ବିନା ସୂଚନା ଫଳକରେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ସାଧାରଣ ଜନତାର ଅଭିଯୋଗ ହେଲା ଏଥିରେ ନିମ୍ନମାନର କାର୍ଯ୍ୟ ଓ ସାମଗ୍ରୀ ବ୍ୟବହୃତ ହେଉଛି । ନିମ୍ନମାନର ମେଟାଲ ଯାହା ମାଟି ଭିତରେ ଥିବା କୁଣା ପଥର ଚୋପାରେ ତିଆରି କରୁଥିଵା ପଥର ଏପରି ମେଟାଲ ବ୍ୟବହୃତ ହେଲେ କାମ ତାହା ଶିଘ୍ର ନଷ୍ଟ ହେଵାସହିତ କାମ ଦୁର୍ବଳ ହେବାର ଆଶଙ୍କା ରହିଛି। ଏଥିରେ କ୍ରସର ମେଟାଲ ଲଗାଇବା କଥା କିନ୍ତୁ ପଡିଛି କୁଣା ପଥରରେ ତିଆରି ହୋଇଥିବା ମେଟାଲ। ଏନେଇ ବିଭାଗୀୟ ଯନ୍ତ୍ରୀ ମଳୟ ଶତପଥୀ କୁ ଫୋନ ଯୋଗେ ପଚାରିବାରୁ – ମୁଁ ସୂଚନା ଫଳକ ଲଗାଇବା ପାଇଁ କହିଥିଲି କିନ୍ତୁ ଲଗାଇ ନ ଥିବା କହିଛନ୍ତି । କ୍ରସର ମେଟାଲ ଲଗାଇ କାମ କରିବାକୁ କହିବି ନ ହେଲେ‌ କାମ ବନ୍ଦ କରାଯିବ ବୋଲି କହିଥିଲେ।

Udyog Nursery
Udyogi Nursery

 

ନର୍ଲା ନିର୍ବାଚନ ମଣ୍ଡଳୀ ପ୍ରତିନିଧି ନବୀନ କିଶୋର ସାହୁଙ୍କ ରିପୋର୍ଟ odiabarta.in

For latest news & updates, click on bell button and subscribe to notifications.

Like us on Facebook👇

http://facebook.com/odiabarta

Subscribe us on Youtube👇

http://tiny.cc/odiabarta

Join our whatsapp group👇

http://bit.ly/odiabartagroup2

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.