ପଦ୍ମପୁର ଥାନା ପୋଲିସ ଦ୍ୱାରା ୫୨୭କେଜି ଗଂଜେଇ ଜବତ, ୨ଗିରଫ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ଟ୍ରକରେ ଚୋରା ଚାଲାଣ ହେଉଥିବା ୫୨୭କେଜି ଗଂଜେଇକୁ ଜବତ କରିବାରେ ସଫଳ ହୋଇଛି ରାୟଗଡା ଜିଲ୍ଳା ପଦ୍ମପୁର ଥାନା ପୋଲିସ । ଏଥିରେ ଶିବଶକ୍ତି ରାମନ ଓ କେ.ମଣି ନାମକ ଦୁଇଜଣ ଅଭିଯୁକ୍ତକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ନେଇ ଏସ.ପି.ବିବେକାନନ୍ଦ ଶର୍ମା ସୂଚନା ପ୍ରଦାନ କରିଛନ୍ତି । ମିଳିଥିବା ସୂଚନା ପ୍ରକାରେ ପଦ୍ମପୁର ଥାନା ଅନ୍ତର୍ଗତ କେନ୍ଦୁଗୁଡା ଆଉଟପୋଷ୍ଟ ସମ୍ମୁଖରେ ତାମିଲନାଡୁରେ ପଂଜିକୃତ ହୋଇଥିବା ଏକ ଟ୍ରକ (ଟିଏନ ୫୨କେ ୨୩୭୨)କୁ ସନ୍ଦେହ ଭାବେ ଯାଂଚ କରାଯାଇଥିଲା । ଏହି ଟ୍ରକ ଡାଲାରେ ଉପର ସ୍ତରରେ ୫୦୦ବସ୍ତା ଚାଉଳ ପ୍ୟାକେଟ୍ ବସ୍ତା ରହିଥିବା ବେଳେ ତଳେ ୫୨୭ କେଜିର ଗଂଜେଇ ଚୋରା ଚାଲାଣ କରାଯାଉଥିଲା । ପୋଲିସ ଟ୍ରକଟିକୁ ଯାଚଂ କରିଥିବା ବେଳେ ଗଂଜେଇକୁ ଜବତ କରାଯାଇଥିଲା । ଘଟଣାରେ ସଂପୃକ୍ତ ଜୟ ପ୍ରକାଶଙ୍କ ଅନ୍ୟ ଅଜଣା ବ୍ୟକ୍ତି ରହିଥିବା ବେଳେ ରାମନ ଓ ମଣିକୁ ପୋଲିସ ଗିରଫ କରିଥିବା ଜଣାପଡିଛି । ଗିରଫ ଅଭିଯୁକ୍ତଙ୍କ ଠାରୁ ୩୧୦୦ଟଙ୍କା ଏବଂ ଅନ୍ୟାନ୍ୟ କାଗଜପତ୍ର ମଧ୍ୟ ଜବତ କରାଯାଇଥିଲା । ଏ ନେଇ ପଦ୍ମପୁର ଥାନାରେ କେସ୍ ନମ୍ବର ୧୯୪ରେ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଜାରି ରହିଥିବା ଏସ.ପି. ଶ୍ରୀ ଶର୍ମା ପ୍ରକାଶ କରିଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.