ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଶାନ୍ତପୁର ଗ୍ରାମ ପଂଚାୟତର ଢୁଶୁଗୁଡାରେ ରହିଥିବା “ରେତ” ଡ୍ୟାମକୁ ବୁଲିବା ପାଇଁ ଭାବବୀପାଟଣାର ଛାତ୍ରଛାତ୍ରୀ ମାନେ ଆଜି ସକାଳେ ଆସିଥିଲେ। ସେମାନଙ୍କ ମଧରୁ ଜଣେ ଛାତ୍ର ଅସାବଧାନତା ବଶତଃ ଡ୍ୟାମ ଭିତରକୁ ଖସି ପଡ଼ିଥିଲେ। ବୁଡି ଯାଉଥିବା ଉକ୍ତ ଛାତ୍ରକୁ ସାଥି ଛାତ୍ରଛାତ୍ରୀମାନେ ଉଦ୍ଧାର କରିବା ପାଇଁ ଚେଷ୍ଟା କରିଥିଲେ। ହେଲେ ଗଭୀର ପାଣି ଯୋଗୁଁ ଉଦ୍ଧାର କରିବା ସମ୍ଭବ ହୋଇପାରି ନଥିଲା। ଏହାପରେ ଖବର ପାଇ ନର୍ଲା ଅଗ୍ନିଶମ ବିଭାଗ ଓ ଭବାନୀପାଟଣା ଅଗ୍ନିଶମ ବିଭାଗ ଉଦ୍ଧାର କାର୍ଯ୍ୟ ଜାରି ରଖିଥିବାବେଳେ ଖବର ଲେଖାଯିବା ପର୍ଯ୍ୟନ୍ତ ଉକ୍ତ ଯୁବକଙ୍କ ପତ୍ତା ମିଳି ନଥିବା ଜଣା ପଡ଼ିଛି। ବୁଡି ଯାଇଥିବା ଛାତ୍ର ଜଣକ ଭବାନୀପାଟଣାର ଏକ ପଣ୍ଡା ଫଳ ଦୋକାନ ମାଲିକ ସୁଦାମ ପଣ୍ଡାଙ୍କ ପୁଅ ବୋଲି ଆଲୋଚନା ହେଉଛି। ସବିଶେଷ ତଥ୍ୟ ଆଗକୁ ପ୍ରାପ୍ତ ହେବବୋଲି ଆଶା କରାଯାଉଛି।