ଓଡ଼ିଆ ବାର୍ତ୍ତା/ ସୋନପୁର (ସର୍ଜନ କୁମାର ପାଣ୍ଡେ): ଆଜି ଜାତୀୟ ମାନବ ଅଧିକାର ସାମ୍ମୁଖ୍ୟ ସଂଗଠନ ପକ୍ଷରୁ ବୀରମହାରାଜପୁର ବ୍ଲକ ଜଟେସିଂହା ପଞ୍ଚାୟତ ଅନ୍ତର୍ଗତ ବଡଖମାର ଶ୍ୟାମସୁନ୍ଦର କୁଞ୍ଜକୁଟୀର ବରାହପଦର ମଠ ପରିସରରେ ବୃକ୍ଷ ରୋପଣ ପରିପକ୍ଷରେ “ଆସ ଆମେ ମିଶି ଗଛ ଲଗାଇବା”କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସାମ୍ମୁଖ୍ୟ ର ଜିଲ୍ଲା ସଂଯୋଜକ ମାନସ ମହାକୁର ଙ୍କର ସଂଯୋଜନା ରେ ଅନୁଷ୍ଠିତ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଏସିଏଫ୍ ଅବିନାଶ ଠାକୁର, ସମ୍ମାନିତ ଅତିଥି ରୂପେ ଫରେଷ୍ଟର ଦିନବନ୍ଧୁ ଗଡୁଆ, ମଠର ମହାରାଜ ନିତ୍ୟ ନନ୍ଦ ଗୋପାଳ, ମାହେଶ୍ୱରୀ ସେନାର ସଦସ୍ୟ ବିକାଶ ମହାକୁର, ସୁଧାଂଶୁ କର୍ଣ୍ଣ, ସମାଜସେବୀ ସୁଲୋଚନା ହୋତା, ମହିଳା ସ୍ଵୟଂସହାୟକ ଗୋଷ୍ଠୀ ର ସଦସ୍ୟା ଗଣ, ସ୍ଥାନୀୟ ଆଶା ଓ ଅଙ୍ଗନବାଡି କର୍ମୀ, ଜଙ୍ଗଲ ବିଭାଗ ର କର୍ମଚାରୀ ମାନେ ଉପସ୍ଥିତ ରହି ବୃକ୍ଷ ରୋପଣ କରିବା ସହିତ, ଗଛ ଆମ ଜୀବନ, ଗଛ ବଞ୍ଚିଲେ ଆମେ ବଞ୍ଚିବୁ ବୋଲି ଅତିଥି ମାନେ ମତପ୍ରକାଶ କରିଥିଲେ। ସାମ୍ମୁଖ୍ୟ ଏଭଳି କାର୍ଯ୍ୟକ୍ରମକୁ ଅତିଥି ମାନେ ପ୍ରଶଂସା କରିବା ସହିତ ଆଗାମୀ ଦିନରେ ସହଯୋଗ ଜାରି ରଖିବେ ବୋଲି କରିଥିଲେ। ଆଜିର କାର୍ଯ୍ୟକ୍ରମ ରେ ୫୦ ଟି ବିଭିନ୍ନ ପ୍ରକାରର ବୃକ୍ଷ ରୋପଣ କରାଯାଇଛି।