୨୦ଲକ୍ଷ ୬୦ହଜାର ଟଙ୍କାର ୨୦୬ କେଜି ଗଂଜେଇ ଜବତ ସହ ୫ଗିରଫ
ଜବତ ଗଂଜେଇ ୟୁପିକୁ ହେଉଥିଲା ଚୋରା ଚାଲାଣ
ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡା ଜିଲ୍ଳା ଅବକାରୀ ଓ ଆରପିଏଫ ପୋଲିସ ମିଳିତ ଭାବେ ରାୟଗଡା ରେଳ ଷ୍ଟେସନରେ ଯାଂଚ କରୁଥିବା ବେଳେ ବିଶାଖାପାଟଣମ୍-ଦୁର୍ଗ ଏକ୍ସପ୍ରେସ୍ ଟ୍ରେନରୁ ୨୦୬ କେଜି ଗଂଜେଇ ଜବତ କରାଯାଇଥିବା ବେଳେ ଏଥିରେ ସଂପୃକ୍ତ ୫ଜଣ ଅଭିଯୁକ୍ତକୁ ଗିରଫ କରି କୋର୍ଟଚାଲାଣ କରାଯାଇଥିବା ନେଇ ଜିଲ୍ଳା ଅବକାରୀ ଅଧୀକ୍ଷକ ଅଭିରାମ ବେହେରା ସୂଚନା ପ୍ରଦାନ କରିଛନ୍ତି । ଗିରଫ ଅଭିଯୁକ୍ତମାନେ ହେଲେ ଉତର ପ୍ରଦେଶର ଆଲିଗଡ ଜିଲ୍ଳାର ସାହଜମାଲ ଗ୍ରାମ ତଥା ଆଖପାଖ ଅଂଚଳର ଇମ୍ରାନ୍ ଖାନ, ଆସଲାମ ଖାନ, ଜାଫୁରିଦିନ୍ ମଲ୍ଳିକ, ତାହିର ଓ ଅଦନାନ୍ ଆଲବି ବୋଲି ଜଣାପଡିଛି ।
ଜବତ୍ ଗଂଜେଇର ବଜାରରେ ଆନୁମାନିକ ମୂଲ୍ୟ ୨୦ଲକ୍ଷ ୬୦ହଜାର ଟଙ୍କା ହେବ ବୋଲି ଅବକାରୀ ଅଧୀକ୍ଷକ ଶ୍ରୀ ବେହେରା ପ୍ରକାଶ କରିଛନ୍ତି । ମିଳିଥିବା ସୂଚନା ପ୍ରକାରେ, ଗତକାଲି ରାୟଗଡା ରେଳବାଇ ଷ୍ଟେସନ ପରିସରରେ ଅବକାରୀ ପୋଲିସ ଓ ରେଳବାଇ ସୁରକ୍ଷା ପୋଲିସ ବଳ (ଆରପିଏଫ)ମିଳିତରେ ଅବକାରୀ ଯାଂଚ କରାଯାଉଥିଲା । ଏହି ସମୟରେ ବିଶାଖ।।ପଟଣମ୍-ଦୁର୍ଗ ଏକ୍ସପ୍ରେସ୍ ଟ୍ରେନଟି ରାୟଗଡା ରେଳ ଷ୍ଟେସନରେ ପଂହଚିଥିଲା । ଉଭୟ ବିଭାଗୀୟ ପୋଲିସ ଟ୍ରେନ୍ରର ଏ-୧ ଏସି ବଗିରେ ଯାଚଂ କରିବା ବେଳେ ସନ୍ଦେହ ଜନକ ଭାବେ ୧୬ଟି ବ୍ୟାଗକୁ ଯାଂଚ କରିଥିଲେ । ଯେଉଁଥିରୁ ଗଂଜେଇ ବାହାରିଥିଲା । ଆଉ ଏଥିରେ ସଂପୃକ୍ତ ୫ଜଣ ଅଭିଯୁକ୍ତକୁ ଗିରଫ କରାଯାଇଥିଲା ।
ପରେ ଅବକାରୀ ବିଭାଗ ପୋଲିସ ଅଧିକାରୀମାନେ ଜେରା କରିବା ପରେ ଏହି ଗଂଜେଇଗୁଡିକ ପାର୍ବତିପୁରମରୁ ଉତର ପ୍ରଦେଶକୁ ଟ୍ରେନ୍ ଯୋଗେ ଚୋରା ଚାଲାଣ କରାଯିବା ପାଇଁ ଯୋଜନା ହୋଇଥିବା ବେଳେ ରାୟଗଡା ରେଳ ଷ୍ଟେସନରେ ଧରାପଡିଥିଲେ ବୋଲି ଅବକାରୀ ଅଧୀକ୍ଷକ ଶ୍ରୀ ବେହେରା ପ୍ରକାଶ କରିିବା ସହ ରାଜ୍ୟ ଅବକାରୀ କମିଶନର ନରସିଂହ ଭୋଳ ଏବଂ ରାୟଗଡା ଜିଲ୍ଳାପାଳ ସ୍ୱଧାଦେବ ସିଂଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଳା ଅବକାରୀ ଅଧୀକ୍ଷକ ଶ୍ରୀ ବେହେରାଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଜିଲ୍ଳାରେ ବେଆଇନ୍ ଭାବେ ଚୋରା ଚାଲାଣ ହେଉଥିବା ଗଂଜେଇ ଭଳି ନିଶା ଦ୍ରବ୍ୟକୁ ସଂପୂର୍ଣ୍ଣ ମାତ୍ରାରେ ବନ୍ଦ କରିବା ପାଇଁ ବିଭାଗୀୟ ପୋଲିସ ଅଧିକାରୀ ଓ କର୍ମଚାରୀମାନେ ଜିଲ୍ଳା ପୋଲିସ ଏବଂ ରେଳବାଇ ପୋଲିସ ସହ ମିଳିତ ଭାବେ ଜିଲ୍ଳାର ସମସ୍ତ ଥାନା ଅଂଚଳରେ ପେଟ୍ରୋଲିଂ ତଥା ଯାଂଚ କରି ଏଭଳି କାରବାରକୁ ରୋକିବାରେ ସକ୍ଷମ ହେଉଛନ୍ତି ବୋଲି କହିଛନ୍ତି ।
ଏହି ଚଢାଉ ସମୟରେ ଅବକାରୀ ସଦର ଥାନା ନିରୀକ୍ଷକ ସୀମାକିରଣ ବେକ୍, ସବ୍ ଇନ୍ସପେକ୍ଟର ସଂଜୟ କୁମାର ପ୍ରଧାନ,ଏଏସଆଇ ରାଶି ନାୟକ, ଜିଲ୍ଳା ମୋବାଇଲ୍ ୟୁନିଟ୍ ଅଧିକାରୀ କିଶୋର ଚନ୍ଦ୍ର ରଥ, ହିତାଂଶୁ ଶେଖର ମଲ୍ଳିକ, ଏଏସଆଇ କେ.ଭାସ୍କର, ସଂଗ୍ରାମ କେଶରୀ ପ୍ରଧାନଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହିଥିବା ବେଳେ ଡିଏସପି ଗୁପ୍ତେଶ୍ୱର ପ୍ରଧାନ ଉପସ୍ଥିତ ରହିଥିଲେ ।