ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): କଳାହାଣ୍ଡି ଜିଲ୍ଲାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ‘ଯୁଗଯାତ୍ରୀ ସାହିତ୍ୟ ସଂସଦ’ର ସଭାପତି ପଦ୍ମଲୋଚନ ମିଶ୍ରଙ୍କ ଅଧ୍ୟକ୍ଷତାରେ ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ୧୬୧ତମ ଜୟନ୍ତୀ ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ସଂସଦ ଗୃହରେ ଅନୁଷ୍ଠିତ ହୋଇଥିଲା। ସମ୍ପାଦକ ହେମନ୍ତ ସାହୁ ସମସ୍ତଙ୍କୁ ସ୍ବାଗତ କରିବା ସହିତ ଭୀମ ଭୋଇ ଜୟନ୍ତୀର ଆୟ ବ୍ୟୟ ଉପସ୍ଥାପନ କରିଥିଲେ। ଏହା ପରେ ଆଗାମୀ ଅଗଷ୍ଟ ମାସ ତିରିଶ ତାରିଖ ଦିନ ହେବାକୁ ଥିବା ଗଙ୍ଗାଧର ମେହେର ଜୟନ୍ତୀ ପାଳନ ନିମନ୍ତେ ସଭ୍ୟ ମାନଙ୍କ ମଧ୍ୟରେ ଆଲୋଚନା ହେଇଥିଲା। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଉପସଭାପତି ସୁରେନ୍ଦ୍ର ମହାଖୁଡ, ବରିଷ୍ଠ ସଦସ୍ୟ ସଂକୀର୍ତ୍ତନ ଘିଭେଲା, ଉଦୟ ନାଏକ, ହୃଦାନନ୍ଦ ସାହୁ, ପରମାନନ୍ଦ ବିଶି, ନାରାୟଣ ମହାଲିକ, ରାକେଶ ଶତପଥୀ, ମାନସ ରଞ୍ଜନ ପ୍ରହରାଜ, ସୁଶାନ୍ତ ମିଶ୍ର ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।