ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୋନପୁର ଯୋଗ ବିହାର ଶ୍ରୀ ଯୋଗେଶ୍ବର ମନ୍ଦିର ପ୍ରାଙ୍ଗଣରେ ତ୍ରିଦିବସୀୟ ନିଶୁକ୍ଲ ଯୋଗ ଶିବିର ସଫଳତାର ସହ ଅନୁଷ୍ଠିତ ହୋଇଯାଇ ଥିବାବେଳେ ଗତ ଜୁଲାଇ ୧୧ ତାରିଖରୁ ଆରମ୍ଭ ହୋଇ ଏହି ଶିବିର ଆଜି ଉଦଯାପିତ ହୋଇଥିଲା। ଏହି ଯୋଗ ଶିବିରରେ ଯୋଗ ମାଧ୍ୟମରେ ବ୍ୟକ୍ତିତ୍ବର ବିକାଶ ସହ କେଉଁ ଯୋଗ ଦ୍ବାରା କେଉଁ ରୋଗ ନିରାକରଣ କରାଯାଇ ପାରୁଛି ସେ ସଂପର୍କରେ ବିଶେଷ ପ୍ରଶିକ୍ଷଣ ଦିଆଯାଇଥିଲା। ଏଥିରେ ସୁବର୍ଣ୍ଣପୁର ଓ ବୌଦ୍ଧ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଯୋଗ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ସ୍ବର୍ଣ୍ଣରୂପା ମିଶ୍ର, ମନୀଷା ବିଶ୍ବାଲ, କ୍ଷୀରେନ୍ଦ୍ର ରଣା, ରଶ୍ମୀତା ପ୍ରଧାନ, ଅର୍ଚ୍ଚନା ଜଗଦଲା, ପ୍ରତାପ କୁମାର ପ୍ରଧାନ, ଅଜୀତ କୁମାର ମେହେର, ଯୁଗଲ ପ୍ରଧାନ, ବର୍ଷାରାଣୀ ସାହୁ, ହରୀତା ସାହୁ ପ୍ରମୁଖ ଯୋଗ ଦେଇଥିଲେ। ପତଂଜଳି ଯୋଗପୀଠ ହରିଦ୍ବାର ଆଜୀବନ ସଭ୍ୟ ଯୋଗବିଦ୍ ଗୋରେଖନାଥ ସାହୁ ଏହି ଶିବିରରେ ମାର୍ଗ ଦର୍ଶନ କରିଥିଲେ ଏବଂ ତାହାଙ୍କୁ ଦିଲ୍ଲୀପ କୁମାର ରଥ ଓ ନାରାୟଣ ସାହୁ ସହଯୋଗ କରିଥିଲେ।