ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୁବର୍ଣ୍ଣପୁର ରିଜର୍ଭ ପୋଲିସ ପରିସର ଡଗ କେନାଲରେ ଆଜି ସ୍ୱଚ୍ଛ ଭାରତ ସଂଗଠନ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସୁବର୍ଣ୍ଣପୁର ଜିଲ୍ଲାର ଆରକ୍ଷୀ ନିରୀକ୍ଷକ ପ୍ରଦ୍ୟୁମ୍ନ ପଟେଲ, ବରିଷ୍ଠ ପୋଲିସ ଅଧିକାରୀ ଶରତ କୁମାର ଆଚାର୍ଯ୍ୟ ଯୋଗ ଦେଇ ପରିବେଶ ସୁରକ୍ଷା ଉପରେ ସଚେତନ କରିଥିଲେ। ମାନବ ସମ୍ବଳର ସୁରକ୍ଷା ପାଇଁ ପର୍ଯ୍ୟାବରଣର ସୁରକ୍ଷା ଅତ୍ୟନ୍ତ ଜରୁରୀ ବୋଲି ଅତିଥିମାନେ ମତ ରଖିଥିଲେ। ନିମ୍ବ, ଆମ୍ବ, ଜାମୁ, ଅଁଳା ପ୍ରମୁଖ ଔଷଧୀୟ ଅନେକ ଗଛ ସବୁ ଏଠି ଲଗାଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପୋଲିସ ଡଗ ମାଷ୍ଟର ସୁବ୍ରତ ମହାନା, ନରସିଂହ ତରିଆଙ୍କ ସମେତ ସ୍ୱଚ୍ଛ ଭାରତ ସଂଗଠନ ଉଦ୍ୟୋକ୍ତା ସୟଦ ଅଲିମୁଲ ଇସଲାମ, ଗରିବ ଲୋଇ, ଵୈକୁଣ୍ଟ ଶତପଥୀ, ଇନ୍ଦୁମତୀ ପୁରୋହିତ, ତରଣୀ ମେହେର, ପ୍ରମୋଦ ସାହୁଙ୍କ ସମେତ ଅନେକ ସ୍ୱଚ୍ଛ ଭାରତ କର୍ମକର୍ତ୍ତା ଯୋଗ ଦେଇଥିଲେ। ପ୍ରକାଶ ଥାଉ କି ଯେ ୨୦୧୯/୨୦ ରେ ସୁବର୍ଣ୍ଣପୁର ଜିଲ୍ଲାର ରିଜର୍ଭ ପୋଲିସ ପରିସରରେ ପ୍ରାକ୍ତନ ଆରକ୍ଷୀ ଅଧିକ୍ଷକ ଦେବୀ ପ୍ରସାଦ ଦାଶଙ୍କ ନେତୃତ୍ଵ ରେ ଏକ ମେଗା ବୃକ୍ଷ ରୋପଣ କାର୍ଯକ୍ରମ ହୋଇଥିଲା ଓ ରିଜର୍ଭ କଲୋନୀ ସମେତ ସହରକୁ ସବୁଜ ସୁନ୍ଦର କରିବା ସକାଶେ ପ୍ରୟାସ କରାଯାଇଥିଲା।