ବିଶ୍ଵନାଥପୁର ଠାରେ ମହିଳା ଓ ପୁରୁଷ ଗ୍ରାମ୍ୟ କୃଷି କର୍ମଚାରୀଙ୍କ ୬ଦଫା ଦାବିରେ କଳା ବ୍ୟାଚ୍ ପରିଧାନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଗ୍ରାମ୍ୟ କୃଷି କର୍ମଚାରୀ ଓ ମହିଳା ଗ୍ରାମ୍ୟ କୃଷି କର୍ମଚାରୀ କଳାହାଣ୍ଡି ଜିଲ୍ଲା ଶାଖା ପକ୍ଷରୁ ୬ଦଫା ଦାବି ନେଇ ଜିଲ୍ଲାପାଳଙ୍କ ଉଦେଶ୍ୟରେ (ବୁଧବାର) ଦାବିପତ୍ର ଦେବାପରେ ଆଜି (ଶୁକ୍ରବାର) ଓଡିଶାର ସମସ୍ତ ବ୍ଲକ୍ ଠାରେ କଳାବ୍ୟାଚ ପରିଧାନ କରିଥିବା ଜଣାପଡିଛି। ସେହିପରି ଲାଞ୍ଜିଗଡ ବ୍ଲକ ମୁଖ୍ୟାଳୟ ବିଶ୍ଵନାଥପୁର ଠାରେ ଗ୍ରାମ୍ୟ କୃଷି କର୍ମଚାରୀ କଳାହାଣ୍ଡି ଶାଖା ସାଧାରଣ ସମ୍ପାଦକ ଭାସ୍କର ମାଝୀଙ୍କ ନେତୃତ୍ବରେ ମହିଳା ଓ ପୁରୁଷ ଗ୍ରାମ୍ୟ କୃଷି କର୍ମଚାରୀ ମାନେ ବ୍ଲକ କୃଷି ସୂଚନା ପରାମର୍ଶ କେନ୍ଦ୍ର ସମ୍ମୁଖରେ କଳାବ୍ୟାଚ ପିନ୍ଧିଥିବା ଜଣାପଡିଛି। ତେବେ ଆଜି ଠାରୁ ୭ଦିନ ପର୍ଯ୍ୟନ୍ତ କଳା ବ୍ୟାଚ ପରିଧାନ କରିବେ। ଗ୍ରେଡପେ ୪୨୦୦ , ପଦବୀର ନାମ ପରିବର୍ତ୍ତନ, ଠିକା ସମୟରେ ଛଅ ବର୍ଷକୁ ମୂଳ ଚାକିରିରେ ଗଣନା କରିବା ସହିତ ଛଅଟି ନେସନାଲ ଇନ୍କ୍ରିମେଣ୍ଟ ପ୍ରଦାନ କରିବା, କ୍ୟାଡ଼ର ପୁନର୍ଗଠନ କରିବା ଭଳି ଦାବି ଉପସ୍ଥାପନ କରିଛନ୍ତି। ଯଦି ଏହି ୭ ଦିନ ମଧ୍ୟରେ ଦାବି ଗୁଡ଼ିକ ସରକାର ପୁରଣ ନକରନ୍ତି ତାହେଲ ଆସନ୍ତା ଅଗଷ୍ଟ ୧ ତାରିଖରୁ ସାମୁହିକ ଛୁଟି ନେବାକୁ ସରକାରଙ୍କୁ ଚେତାବନୀ ଦେଇଛନ୍ତି। ଏଥିରେ ଜିଲ୍ଲା ସାଧାରଣ ସମ୍ପାଦକ ଭାସ୍କର ମାଝୀ ଓ ସଦସ୍ୟ ଧର୍ମେନ୍ଦ୍ର ଶବର ଓ ଅନ୍ୟମାନେ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.